ଓ୍ଵାର୍କଆଉଟ ସମୟରେ କରନ୍ତୁ ନାହିଁ ଏଭଳି ଭୁଲ, ନଚେତ୍‌ ହୋଇପାରେ ଏହି ସମସ୍ୟା

ସାଧାରଣତଃ ଓ୍ଵାର୍କଆଉଟ କରିବା ପୂର୍ବରୁ ସ୍କିନ ସେଲ୍ସ ରେଷ୍ଟ ମୋଡରେ ରହିଥାନ୍ତି। ରେଗୁଲାର ଏକ୍ସରସାଇଜ କରିବା ଦ୍ୱାରା regenerating ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ସ୍କିନ ଗ୍ଲୋ କରିବା ଆରମ୍ଭ ହୁଏ। ଯୋଗ, ପାଇଲେଟ୍ସ ଏବଂ କାର୍ଡିୟା ଭଳି ଓ୍ଵାର୍କଆଉଟ ଶରୀରର ପୋଶ୍ଚର ବା ଗଠନ ଶୈଳୀକୁ ଠିକ କରିଥାଏ । ଏଥିରେ ମୁଭମେଣ୍ଟ ଓ ଫ୍ଲକ୍ସିବିଲିଟି ଭଲ ଭାବେ ହୋଇଥାଏ । ଏହାକରିବା ଦ୍ୱାରା ବୟସର ଛାପ ଦେଖାଯାଇନଥାଏ ।

ଓ୍ଵାର୍କଆଉଟସ୍‌ ଦ୍ୱାରା ଶରୀରରେ ରକ୍ତସଞ୍ଚାଳନ ଠିକ ଭାବେ ହୋଇଥାଏ । ଏହାସହ ଶରୀରକୁ ଠିକ ମାତ୍ରାରେ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ଏହି ସମୟରେ ଅଜାଣତରେ ଏପରି କିଛି ଭୁଲ ହୋଇଥାଏ ଯାହା ଶରୀର ପାଇଁ ଠିକ ନୁହେଁ। ଆଜି ଆମେ ଆପଣଙ୍କୁ କହିବୁ ଓ୍ଵାର୍କଆଉଟ କରିବା ପୂର୍ବରୁ ଓ ପରେ କେଉଁ ନିୟମ ପାଳନ କରିବା ଉଚିତ।

-ଓ୍ଵାର୍କ ଆଉଟ କରିବା ପୂର୍ବରୁ ମେକଅପ୍‌ କିମ୍ବା କସମେଟିକ ଜିନିଷ ବ୍ୟବହାର କରିବା ଅନୁଚିତ। ଏହାଦ୍ୱାରା ରୋମ ଛିଦ୍ର ବା sweet Glandsରେ ବ୍ଲକ ହୋଇଯାଏ। ଯାହାଦ୍ୱାରା ଓ୍ଵାର୍କଆଉଟ କରିବା ସମୟରେ ସ୍କିନରେ ଅକ୍ସିଜେନ ଠିକ ଭାବେ ପହଞ୍ଚିନଥାଏ ।
-ଓ୍ଵାର୍କଆଉଟ କରିବା ସମୟରେ ସ୍କିନକୁ ଭଲ ଭାବେ ସଫା କରିଦିଅନ୍ତୁ। ମାଇଲଡ୍‌ ଫେଶ ଓ୍ଵାଶରେ ମୁହଁ ଧୋଇଦିଅନ୍ତୁ।
-ବ୍ୟାୟାମ କରିବା ସମୟରେ ଶରୀର ଡିହାଇଡ୍ରେଟ ହୋଇଯାଏ। ଏବଂ ସ୍କିନରେ ଶୁଖିଲା ପଣ ଆସିଯାଏ ।ଏଥିପାଇଁ ମୁହଁକୁ କ୍ଲିଜିଂ କରାଇ ମଶ୍ଚରାଇଜର ଏବଂ ଲିପବାମ ଲଗାନ୍ତୁ ।
-ଯଦି ଆଉଟଡୋର ବ୍ୟାୟାମ କରୁଛନ୍ତି ତେବେ ତେବେ ସନସ୍କ୍ରିନ କ୍ରିମ ଲଗାନ୍ତୁ।
-ସ୍କିନକୁ ଡ୍ୟାମେଜ ହେବାରୁ ରକ୍ଷା କରିବା ପାଇଁ Antiperspirant ଆପ୍ଲାଏ କରନ୍ତୁ।

ସେହି ପରି – ଓ୍ଵାର୍କଆଉଟ ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ପରେ ଫେସ କ୍ଲିଜଂର ଲଗାନ୍ତୁ।
– ବ୍ୟାୟାମ ପରେ ଥଣ୍ଡା ପାଣିରେ ଗାଧାନ୍ତୁ। ଏହାଦ୍ୱାରା ରୋମଛିଦ୍ର ବନ୍ଦ ହୋଇଯିବ ଏବଂ ସ୍କିନ ଗ୍ଲୋ କରିବ। ଏହାର ଅଳ୍ପ ସମୟ ପରେ ମଶ୍ଚରାଇଜର କିମ୍ବା କୁଲିଂ ଜେଲ ଲଗାନ୍ତୁ।
– Glycolic acid, Retinoids ଏବଂ Vitamin Cଭଳି କିଛି ପ୍ରଡକ୍ଟ ସଙ୍ଗେ ସଙ୍ଗେ ବ୍ୟବହାର କରନ୍ତୁ ନାହିଁ।
-Isopropyl Myristateର ହେୟାର କଣ୍ଡିଶନର ବ୍ୟବହାର କରନ୍ତୁ ନାହିଁ।
-ବାରମ୍ବାର ମୁହଁକୁ ଛୁଅନ୍ତୁ ନାହିଁ। ଏହାଦ୍ୱାରା ବ୍ୟାକ୍ଟେରିଆ ଓ କୀଟାଣୁ ଆପଣଙ୍କ ସ୍କିନରେ ପ୍ରବେଶ କରିପାରିବେ ନାହିଁ। ଏହା ବ୍ୟତିତ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ଅର୍ଗାନ ଅଏଲ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.