ଲାଇଫ୍ ଷ୍ଟାଇଲ୍

କଦଳୀ କିଣିବା ପୂର୍ବରୁ ଜାଣିରଖନ୍ତୁ ଏହି ୪ଟି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍‌ କ୍ଷତିରେ ପଡ଼ିପାରନ୍ତି

କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏହା ଏକ ଏଭଳି ଫଳ ଯାହା ବର୍ଷ ସାରା ବଜାରରେ ଉପଲବ୍ଧ ହୋଇଥାଏ। କଦଳୀ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ୍ସ, ଆଇରନ୍‌ ଓ ଶକ୍ତି ମିଳିଥାଏ। ଖାସ୍‌ କରି ଛୋଟ ପିଲାଙ୍କୁ ଦିନକୁ ଗୋଟିଏ ଲେଖାଏଁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। ତେବେ କଦଳୀ କିଣିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା କ’ର ତାହା…

କଦଳୀର ରଙ୍ଗ:

ସବୁବେଳେ ହଳଦିଆ ରଙ୍ଗ ଦେଖି କଦଳୀ କିଣନ୍ତୁ। ଯଦି ଏହା ଉପରେ କଳା କଳା ଦାଗ ହୋଇଯାଇଛି, ତେବେ ସେଭଳି କଦଳୀ କିଣନ୍ତୁ ନାହିଁ। କଳା ରଙ୍ଗ ଥିବା କଦଳୀ ଶୀଘ୍ର ଖରାପ ହୋଇଯାଏ।

କେତେ କଦଳୀ ଖାଉଛନ୍ତି:

ଯେତିକି ଖାଇବେ ସେତିକି କଦଳୀ ହିଁ କିଣନ୍ତୁ। କାରଣ ଅଧିକ ଦିନ ରହିବା ପରେ କଦଳୀ ଉପରେ କଳା କଳା ଦାଗ ହୋଇଯାଏ ଓ ଏହାର ଭିଟାମିନ୍‌ ମଧ୍ୟ କମିଯାଏ।

କଦଳୀର ଆକାର:

ସବୁବେଳେ ମୋଟା ଓ ବଡ଼ ଆକାରର କଦଳୀ କିଣନ୍ତୁ। କାରଣ ଏଭଳି କଦଳୀ ଭିତରୁ ମଧ୍ୟ ଭଲଭାବେ ପାଚିଥାଏ ଓ ଏହାର ସ୍ୱାଦ ମଧ୍ୟ ମିଠା ଥାଏ। କିନ୍ତୁ ଛୋଟ ଆକାରର କଦଳୀ ବାହାରକୁ ହଳଦିଆ ଦେଖାଯାଉଥିଲେ ମଧ୍ୟ ଭିତରୁ କଞ୍ଚା ଥାଏ।

କଦଳୀ ଚୋପା:

ଯଦି କଦଳୀର ଚୋପା ସବୁଜ ରଙ୍ଗର ଦିଶୁଛି ତେବେ ତାହା କଞ୍ଚା ଅଛି। ଏଭଳି କଦଳୀ କିଣିବା ପରେ ତୁରନ୍ତ ଖାଇ ହୋଇନଥାଏ। ଏଣୁ ସବୁବେଳେ ହଳଦିଆ ହୋଇଥିବା କଦଳୀ ହିଁ କିଣନ୍ତୁ। ଏହା ପାଟିକୁ ସୁଆଦିଆ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ।

WCW 11

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

19 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

22 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

29 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

31 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago