ହାର୍ଟ ଆଟାକ୍ ହେବାର ଏକ ମାସ ପୂର୍ବରୁ ଦେଖାଦିଏ ଏହି ୬ ଲକ୍ଷଣ, ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ହୃଦଘାତ କାହାକୁ ବି କେତେବେଳେ ଆସିପାରେ । କିନ୍ତୁ ଏହା ହେବାର ଗୋଟିଏ ମାସ ପୂର୍ବରୁ କିଛି ସଙ୍କେତ ଦେବା ଆରମ୍ଭ କରିଥାଏ । ଯାହାକୁ ଯଦି ଆମେ ଅଣଦେଖା କରିବା ତେବେ ହାର୍ଟ ଆଟାକରେ ଜୀବନ ମଧ୍ୟ ଯାଇପାରେ । ଆଜି ଆମେ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ହୃଦଘାତ ହେବାର ଏକ ମାସ ପୂର୍ବରୁ ଦେଖାଦେଇଥାଏ ।

ପାଦ ଫୁଲିବା :

leg-swellingହୃତପିଣ୍ଡ ଆମ ଶରୀରର ଏମିତି ଅଙ୍ଗ ଯାହା ୨୪ ଘଂଟା କାମ କରିଥାଏ , କାରଣ ଏହାର କାମ ପୁରା ଶରୀରରେ ବ୍ଲଡ୍ ସପ୍ଲାୟ କରିବା । ଯେତେବେଳେ ଶରୀରର କୌଣସି ଅଙ୍ଗକୁ ରକ୍ତ ପ୍ରବାହିତ ହୋଇନଥାଏ ସେତେବେଳେ ତାହା ଫୁଲିବା ଆରମ୍ଭ ହୋଇଥାଏ । ଖାସ୍ କରି ଯେବେ ଆପଣଙ୍କ ପାଦ ଫୁଲିବା ଆରମ୍ଭ ହୁଏ ଜାଣନ୍ତୁ ଏହା ହୃଦଘାତ ଆସିବାର ଲକ୍ଷଣ ।

ସବୁବେଳେ ଥଣ୍ଡା କାସ ଲାଗି ରହିବା :

feverସାଧାରଣ ଥଣ୍ଡା ଜର ହେଲେ ୩/୪ ଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ ଯଦି ଲଗାତାର ଥଣ୍ଡା ଜର ଲାଗିରହେ ତେବେ ଜାଣନ୍ତୁ ଆପଣଙ୍କୁ ହାର୍ଟ ଆଟାକ୍ ଆସିପାରେ । କାରଣ ଥଣ୍ଡା ଜର ସମୟରେ ହୃତପିଣ୍ଡକୁ ବେଶି ପରିଶ୍ରମ କରିବାକୁ ପଡିଥାଏ ଏବଂ ଫୁସଫୁସରେ ରକ୍ତ ପ୍ରବାହ ବଢିଯାଇଥାଏ । ଯାହା ଫଳରେ ଆପଣଙ୍କ ଉପରେ ଅତିରିକ୍ତ ଚାପ ପଡିଥାଏ ଯାହା ହାର୍ଟ ଆଟାକର କାରଣ ହୋଇଥାଏ ।

ନିଶ୍ବାସ ନେବାରେ କଷ୍ଟ ହେବା:

breathingଯଦି ଆପଣଙ୍କୁ କୌଣସି ରୋଗ ନାହିଁ ଅଥଚ ନିଶ୍ବାସ ନେବାରେ କଷ୍ଟ ହେଉଛି ଅର୍ଥାତ୍ ହାର୍ଟ ସଠିକ୍ ଭାବରେ କାମ କରୁନାହିଁ । ଯେତେବେଳେ ହାର୍ଟ ସଠିକ୍ ଭାବରେ କାମ କରେନି ସେତେବେଳେ ଫୁସଫୁସରେ ଅମ୍ଳଜାନ ପହଂଚିବାରେ ଅସୁବିଧା ହୋଇଥାଏ । ଯାହା ଫଳରେ ନିଶ୍ବାସ ନେବାରେ ଅସୁବିଧା ହୋଇଥାଏ ।

ମୁଣ୍ଡ ବୁଲାଇବା :

headacheଯଦି ଯାହାର ହୃତପିଣ୍ଡ ଦୁର୍ବଳ ହୋଇଥାଏ ତେବେ ତାର ସମ୍ପୂର୍ଣ୍ଣ ଶରୀରରେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ । ଆଉ ଯେତିକି ଅକ୍ସିଜେନ୍ ଆମ ଶରୀରରୁ ଆବଶ୍ଯକ ତାହା ମିଳିପାରିନଥାଏ । ଯାହା ପରିଣାମ ସ୍ବରୂପ ମୁଣ୍ଡ ବୁଲାଇଥାଏ । ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ସାବଧାନ୍ ହୋଇଯାଆନ୍ତୁ ।

ବିନା ପରିଶ୍ରମରେ ଥକି ଯିବା :

tiredହାର୍ଟ ଆଟାକ୍ ଆସିବାର ପ୍ରାୟ ୨୫ ଦିନ ପୂର୍ବରୁ ଏପରି ଅନୁଭୂତ ହୋଇଥାଏ । କିଛି କାମ ନକରି ଶରୀର ଥକା ଥକା ଲାଗିଥାଏ । ଏହି ଲକ୍ଷଣରୁ ଜାଣନ୍ତୁ ଯେ ଧୀରେ ଧୀରେ ହାର୍ଟ ଆଟାକ୍ ଆପଣଙ୍କ ନିକଟକୁ ଆସୁଛି । ଏହାର କାରଣ ହେଉଛି ଯେତେବେଳେ ବହୁତ ଅଧିକ ମାତ୍ରାରେ ତେଲ କିମ୍ବା ଫ୍ଯାଟ୍ ଯୁକ୍ତ ଖାଦ୍ଯ ଖାଉ ସେତେବେଳେ ଧମନୀରେ କୋଲେଷ୍ଟ୍ରଲ୍ ଜମା ହେବା ଆରମ୍ଭ ହୋଇଥାଏ । ଯାହା ଫଳରେ ବ୍ଲଡ୍ ଭେସେଲ୍ସ ଜମାଟ ବାନ୍ଧିଥାଏ । ଜମାଟଥ ବାନ୍ଧିବା ଦ୍ବାରା ହାର୍ଟକୁ ଅତିରିକ୍ତ କାମ କରିବାକୁ ପଡିଥାଏ ଏବଂ ଅଧିକ ଚାପ ଲାଗିଥାଏ । ଯାହା ଫଳରେ  ହୃତଘାତର ସମ୍ଭାବନା ବଢିଯାଇଥାଏ ।

ଛାତି ଭିତରେ ଅସହଜ ଅନୁଭୂତ ହେବା :

Heart-attackଯେତେବେଳେ କାହାକୁ ହୃତଘାତ ଆସିବାର ଥାଏ ତାର କିଛି ଦିନ ଆଗରୁ ଲାଗିଥାଏ ଯେମିତି ଛାତି ଭିତରେ କିଛି ହେଉଛି । ଛାତି ଜଳିବା କିମ୍ବା ଚାପ ରହିବା ଭଳି ଲାଗିଥାଏ । ଯଦି ଆପଣଙ୍କୁ ବି ଏମିତି କିଛି ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଆଗକୁ ଯାଇ ଏହା ବଡ ସମସ୍ଯାର କାରଣ ହୋଇପାରେ ।

You might also like