ଭୁଲ୍ କରୁଛନ୍ତି ଆପଣ ଏହି ସବୁ ଫଳ ଓ ପନିପରିବା ଚୋପାକୁ ବ୍ୟବହାର ନକରି , ଫିଙ୍ଗିବା ପୂର୍ବରୁ ପଢିନିଅନ୍ତୁ ଏହି ଖବର

କଣ ଆପଣ ମଧ୍ଯ ଫଳ ଏବଂ ପନିପରିବା ଚୋପାକୁ ବେକାର ଭାବି ଫୋପାଡି ଦେଉଛନ୍ତି କି? କଣ ଆପଣ ଜାଣନ୍ତି ଏହି ଚୋପାରେ କେତେ ଲାଭକାରୀ ପୋଷକ ତତ୍ତ୍ବ ଲୁଚିକି ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ଯ ପାଇଁ ଏବଂ ବିଭିନ୍ନ ସମସ୍ଯାରୁ ମୁକ୍ତି ଦେବାରେ ସାହାଯ୍ଯ କରିଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫଳ ଏବଂ ପରିବାର ଚୋପା ଆପଣଙ୍କ ପାଇଁ ଫାଇଦା ଅଟେ :

imagesଡାଳିମ୍ବ: ଏହା ଆମେ ସମସ୍ତେ ଜାଣନ୍ତି କି ଡାଳିମ୍ବ ରସ ଏବଂ ଏହାର ଦାନା ସ୍ବାସ୍ଥ୍ଯ ପାଇଁ ବହୁତ ଲାଭବାନ୍ ଅଟେ । କିନ୍ତୁ ଏହାର ଚୋପା ମଧ୍ଯ କିଛି କମ୍ ଲାଭଦାୟକ ନୁହେଁ । ଡାଳିମ୍ବ ଚୋପାକୁ ପେସିକି ପାାଉଡର ତିଆରି କରି ଏକ କଣ୍ଟେନର ମଧ୍ଯରେ ରଖିଦିଅନ୍ତୁ । ଏହି ଚୁର୍ଣ୍ଣକୁ ଆପଣ ବିଭିନ୍ନ ଉପାୟରେ ବ୍ଯବହାର କରିପାରିବେ । ଯେଉଁ ମହିଳା ମାନଙ୍କୁ ପିରିୟଡ ସମୟରେ ବହୁତ ବ୍ଳିଡିଙ୍ଗର ସମସ୍ଯା ରହିଥାଏ ସେମାନଙ୍କ ପାଇଁ ଏହି ଡାଳିମ୍ବ ଚୋପାର ପାଉଡର ବେଶ୍ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏକ ଚାମଚ ଡାଳିମ୍ବ ଚୋପାର ପାଉଡରକୁ ପାଣି ସହିତ ପିଇବା ଦ୍ବାରା ଏହି ସମସ୍ଯା ଧିରେ ଧିରେ ଦୂରେଇ ଯାଇଥାଏ । କାଶ ହେଉଥିଲେ ମଧ୍ଯ ଏହି ଡାଳିମ୍ବ ଚୋପର ପାଉଡର ଅତି ଲାଭଦାୟକ ସାବ୍ଯସ୍ତ ହୋଇଥାଏ । କେଶକୁ କୋମଳ ଏବଂ ଚମକପୂର୍ଣ୍ଣ କରିବା ପାଇଁ ଡାଳିମ୍ବ ପାଉଡର ବେଶ ଉପଯୋଗୀ ହୋଇଥାଏ । ଡାଳିମ୍ବ ଚୋପାର ପାଉଡରକୁ ଦହି ସହିତ ମିଶାଇକି ସପ୍ତାହକୁ ଦୁଇଥର କେଶରେ ଲଗାଇ ଧୋଇଲେ ଆପଣଙ୍କୁ ଫରକ ଦେଖିବା ଆରମ୍ଭ ହୋଇଯିବ ।

lemonpeelଲେମ୍ବୁ: ଲେମ୍ବୁ ରସ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ବୋଲି ଆମେ ମାନିଥାଉ । ଏହାର ଚୋପା ମଧ୍ଯ ବେଶ୍ ଉପଯୋଗୀ ଅଟେ । ଯଦି ପ୍ରତିଦିନ ଲେମ୍ବୁର ଚୋପାକୁ ଦାନ୍ତରେ ଘଷିବେ ତେବେ ଦାନ୍ତର ଚମକ ଠିକ୍ ରହିଥାଏ । ହାତ ଏବଂ ଗୋଡରେ ଥିବା କଳା ଦାଗରେ ଲେମ୍ବୁ ଚୋପା ଘଷିବା ଦ୍ବାରା କଳାପଣ ଦୂର ହୋଇଥାଏ । ଏହା ବ୍ଯତିତ ଶରୀରର ବିଭିନ୍ନ କଳା ଦାଗକୁ ଦୂର କରିବା ପାଇଁ ଲେମ୍ବୁର ଚୋପାକୁ ବ୍ଯବାହାର କରିପାରିବେ ।

patatoଆଳୁ: ଆଳୁରେ ବହୁ ମାତ୍ରାରେ ଷ୍ଟର୍ଚ ମିଳିଥାଏ ଯାହା ତ୍ବଚାକୁ କୁଞ୍ଚିତ ହେବାର ରକ୍ଷା କରିଥାଏ । ସେଥିପାଇଁ ଆଳୁର ଚୋପାକୁ ତ୍ବଚାରେ ଘଟିବା ଦ୍ବାରା କୁଞ୍ଚିତ ତ୍ବଚାରୁ ଉପଶମ ମିଳିଥାଏ । ଆଳୁ ଚୋପାରେ ଫାଇବର ପର୍ଯ୍ଯାପ୍ତ ପରିମାଣରେ ରହିଥାଏ । ତେଣୁ ଯଦି ଆପଣ ଆଳୁକୁ ଚୋପା ସହିତ ଖାଇବାର ଅଭ୍ଯାସ କରିବେ ତେବେ ଏହା ଶରୀର ପାର୍ଇ ବେଶ୍ ଲାଭଦାୟକ ହେବ ।

OrangesandPeels500କମଳା: କମଳା ଖାଇବା ଶରୀର ପାଇଁ ଯେତେ ଲାଭବାନ୍ ସାବ୍ଯସ୍ତ ହୋଇଥାଏ, ସେହିପରି ଏହାର ଚୋପା ମଧ୍ଯ ବେଶ୍ ଉପଯାଗୀ ହୋଇଥାଏ । ଖାସ୍ କରି କମଳା ଚୋପା ତ୍ବଚା ପାଇଁ ଫାଇଦାପୂର୍ଣ୍ଣ ଅଟେ । କମଳା ଚୋପାକୁ ଖରାରେ ସୁଖାଇକି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପାଉଡରକୁ ଗାଲାପ ଜଳ ସହିତ ମିଶାଇକି ତ୍ବଚାରେ ଲଗାନ୍ତୁ । ଏହା ଦ୍ବାରା ତ୍ବଚା ସଫା ହେବା ସହିତ କୋମଳ ହୋଇଥାଏ । ଯଦି ଆପଣ ଚାହିଁବେ ତେବେ ନିଜ ତ୍ବଚା ଅନୁସାରେ ହିଁ ପାଉଡରରେ ଦହି ଏବଂ ବେସନ ମିଶାଇକି ପ୍ରୟୋଗ କରିପାରିବେ । ପତଳା ଏବଂ ଖରାପ କେଶକୁ ଚମକଦାର ଏବଂ କୋମଳ କରିବା ପାଇଁ ଏହି କମଳା ଚୋପାର ପାଉଡରକୁ କେଶରେ କିଛି ସମୟ ଲଗାଇକି ଧୋଇଦିଅନ୍ତୁ । ଦେଖିବେ କେଶ କିପରି ଚମକିବ । କମଳା ଚୋପା ଦ୍ବାରା ମଧ୍ଯ ପାଚନ ଶକ୍ତି ବଢିଥାଏ । ତେଣୁ ଆପଣ ଚାହିଁଲେ ଏହି ପାଉଡର କୁ ପାଣି ସହିତ ସେବନ କରିପାରିବେ ।

b1କଦଳୀ: କଦଳୀ ଚୋପାକୁ ସିଧାସଳଖ କିମ୍ବା ଏହାର ପେଷ୍ଟ ତିଆରି କରି ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ସମସ୍ଯା ଦୂର ହୋଇଥାଏ । ଯଦି କୌଣସି ପୋକ କାମୁଡିଦିଏ ତେବେ କଦଳୀ ଚୋପାକୁ ଲଗାଇବା ଦ୍ବାରା ଆରାମ ମିଳିଥାଏ । ଆଖିରେ ଯଦି ଥକାପଣ ଲାଗୁଛି ତେବେ କିଛି ସମୟ କଦଳୀ ଚୋପାକୁ ଆଖି ଉପରେ ରଖିଦିଅନ୍ତୁ । ଦେଖିବେ କିଛି ସମୟ ପରେ ଆରାମ ମିଳିବ । ଏହାବ୍ଯତିତ ଯଦି ଆପଣଙ୍କର କୌଣସି ସ୍ଥାନରେ ଭାତୁଡି ହୋଇଛି ତେବେ ସେହି ସ୍ଥାନରେ ପ୍ରତିଦିନ କଦଳୀ ଚୋପାକୁ ଲଗାନ୍ତୁ ତାହା ବହୁତ ଜଲଦି ଖସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.