ଖରାଦିନ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଏହି ହଳଦିଆ ଫଳ

ଗ୍ରୀଷ୍ମ ଋତୁରେ ଜଳର ଅଭାବ ବହୁତ ସାଧାରଣ ଅଟେ । ବର୍ତ୍ତମାନଖରା ଅଧିକ ହେତୁ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ । ତେଣୁ ନିଶ୍ଚିତ ଭାବରେ ଆପଣଙ୍କର ସକାଳ ଜଳଖିଆରେ କିଛି ଫଳ ଅନ୍ତର୍ଭୁକ୍ତ କରନ୍ତୁ । ଏହି ଫଳଗୁଡ଼ିକ କେବଳ ଶରୀରର ଜଳ ଆବଶ୍ୟକତା ପୂରଣ କରେ ନାହିଁ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇ ଥାଏ। କେଉଁ ଫଳ ଗ୍ରୀଷ୍ମ ସମୟରେ ଖାଇବା ଅତ୍ୟନ୍ତ ଲାଭଦାୟକ ତାହା ଜାଣନ୍ତୁ ।

ଆମ୍ବ: ଖରାଦିନ ସହିତ ଲୋକମାନେ ଆମ୍ବକୁ ମଧ୍ୟ ଅପେକ୍ଷା କରିଥାନ୍ତି । ଏହି ଦିନରେ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି ଲୋକେ । ତେବେ ଏହି ଆମ୍ବରେ ରହିଥାଏ ଭିଟାମିନ ସି । ଆଖି, ଚର୍ମ, କୋଲେଷ୍ଟ୍ରଲ ଏବଂ ହଜମ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗ ଇତ୍ୟାଦିରୁ ରକ୍ଷା କରିଥାଏ ହଳଦିଆ ଆମ୍ବ ।

କମଳା: କମଳା ମଣିଷ ଶରୀରରେ ସମ୍ପୂର୍ଣ୍ଣ ମାତ୍ରାରେ ଭିଟାମିନ ସି’ ଭରିଦିଏ । ଏହା ସହିତ ଫାଇବର ମଧ୍ୟ ଶରୀରକୁ ଯୋଗାଇଥାଏ କମଳା । ଏଥିରେ ଅଧିକ ପରିମାଣରେ କ୍ୟାଲସିୟମ ଥିବା ବେଳେ ଏହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବାରୁ ଚର୍ମ ଏବଂ ଶରୀରକୁ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ ଓଜନ କମାଇବା ପାଇଁ ମଧ୍ୟ କମଳା ଏକ ସୁନ୍ଦର ବିକଳ୍ପ ହୋଇଥାଏ । ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ କମଳା । ତେଣୁ ଗରମ ଦିନରେ କମଳା ଖାଇବା ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ।

ଅମୃତଭଣ୍ଡା: ଖରାଦିନେ ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଶୀର ପାଇଁ ଉପଯୋଗୀ ପ୍ରମାଣିତ ହୋଇଥାଏ । ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ ଏହି ଫଳରେ । ଏହାଦ୍ୱାରା ଆଖି ଏବଂ ଇମ୍ୟୁନିଟି ଶକ୍ତିରେ ମଧ୍ୟ ବୃଦ୍ଧି ଘଟିଥାଏ । ଏଥିରେ ଥିବା ଫାଇବର ଦ୍ୱାରା ପେଟ ଏବଂ ହଜମ ପ୍ରକ୍ରିୟାକୁ ସତେଜ କରେ । ଏହାବ୍ୟତୀତ ଓଜନ କମାଇବା ପାଇଁ ମଧ୍ୟ ଅମୃତଭଣ୍ଡା ଖାଇବା ଲାଭଦାୟକ ଫଳ ହୋଇଥାଏ ।

କଦଳୀ: କଦଳୀ ସବୁ ଋତୁରେ ମିଳୁଥିବା ଫଳ ମାନଙ୍କ ଭିତରୁ ଗୋଟିଏ । ଏହି ଫଳରେ ବିଭିନ୍ନ ପ୍ରକାର ଭିଟାମିନ ଯେମିତି ଏ, ବି, ସି, ଇ ଇତ୍ୟାଦି ସହ ପୋଯାସିୟମ ଏବଂ ମ୍ୟାଗ୍ନିସିୟମ ମଧ୍ୟ ଭରପୂର ମାତ୍ରାରେ ରହିଥାଏ । ତେଣୁ କଦଳୀ ଖାଇବା ଦ୍ୱାରା ଏହି ସମସ୍ତ ଭିଯାମିନ ଶରୀରକୁ ଯାଇଥାଏ । ଏହାବ୍ୟତୀତ କଦଳୀରେ ଏମିନୋଏସିଡ ଏବଂ ବି-୬ ମଧ୍ୟ ରହିଥାଏ, ଯାହା ଆଣ୍ଟି ଅକ୍ସିଡାଣ୍ଟ ହୋଇଥାଏ ।

ସପୁରି : ସପୁରୀରେ ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏନଜାଇମ୍ ମିଳିଥାଏ । ଏହା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ | ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଯାଏ ଏବଂ ମୋତିଆବିନ୍ଦୁ ହେବାର ଆଶଙ୍କା କମିଯାଏ।

 

Leave A Reply

Your email address will not be published.