କେଶ ହେଉ ବା ତ୍ବଚା ବିଭିନ୍ନ ସମସ୍ୟାକୁ ଦୂର କରିବ ଘିକୁଆଁରୀ , ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ

ନିତିଦିନିଆ କର୍ମ ବ୍ୟସ୍ତତା ଜୀବନ ଭିତରେ ପ୍ରାୟ ଆମେ ସମସ୍ତେ ନିଜର ଦାୟିତ୍ବ ନେବାକୁ ଭୁଲିଯାଇଥାନ୍ତି । ଫଳରେ ଧିରେ ଧିରେ କେଶ ,ତ୍ବଚା ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଭୋଗ କରିବାକୁ ପଡିଥାଏ । ଏ ପରିପେକ୍ଷୀରେ ଘିକୁଆଁରୀ ବା ଏଲୋଭେରା ଏମିତି ଏକ ଉପାଦାନ ଯାହାର ଅତି ସରଳ ବ୍ୟବହାର ଦ୍ବାରା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ ।

ତେବେ ଆସନ୍ତୁ ଜାଣିବା ଏଲୋଭେରାର ବିଭିନ୍ନ ଲାଭକାରୀ ଉପାୟ ସମ୍ବନ୍ଧରେ :

-ଏଲୋବେରା ଜୁସ୍ କୁ ଆପଣ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ପିଅନ୍ତୁ । ସବୁ ଦିନ ଏହାକୁ ପିଇବା ଦ୍ବାରା ଆପଣ ନିଜର ଓଜନ କମାଇ ପାରିବେ।

aloe-vera juice-ଯଦି ଆପଣ ଏଲୋବେରା ଜେଲକୁ ନିଜ ତ୍ବଚାରେ ଲଗାଇବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏହା କରିବା ଦ୍ବାରା ଆପଣଙ୍କ ତ୍ବଚାର ଟ୍ୟାନିଙ୍ଗ୍ ଦୂର ହେବା ସହ ତ୍ବଚାର ଚମକ ବଢିବ ।

aloe– ଯଦି ଆପଣଙ୍କର ଆଖି ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଏଲୋବେରା ଜୁସ୍ ଲାଭକାରୀ ଅଟେ । ଟିଭି କିମ୍ବା କମ୍ପ୍ୟୁଟର ଆଗରେ ଅଧିକ ସମୟ ବସୁଛନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଆଖି ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ତେଣୁ ଏଲୋବେରା ଜୁସ୍ ପିଇଲେ ଏହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାର‌୍ୟ୍ୟ କରିଥାଏ ।

jel-ଏଲୋବେରା ଜେଲ୍ ବ୍ୟବହାର କରିବା ଦ୍ବାରା କେଶର ରୁକ୍ଷତା,.କେଶ ଝଡ଼ିବା ଏବଂ ରୁପି ଭଳି ସମସ୍ୟା ସହଜରେ ଦୂର ହୋଇଥାଏ। ଏଥିପାଇଁ ଆପଣ ଏଲୋବେରା ଜେଲକୁ ନିଜ ଚୁଟିରେ ପାଖାପାଖି ଘଣ୍ଟାଏ ଲଗାଇ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ କେଶରେ ରୁପି ସମସ୍ୟା ଦୂର ହେବା ସହ କେଶ ସତେଜ ରହିବ ।