ଚେହେରା ପାଇଁ ବ୍ୟବହାର କରନ୍ତୁ ଆଲୋଭେରା ସହିତ ଏହି ସବୁ ଜିନିଷ, ପାଆନ୍ତୁ ଚମତ୍କାର ଫଳ

ଆପଣ ଜାଣିଛନ୍ତି ସମସ୍ତେ ନିଜ ତ୍ୱଚାର ଯତ୍ନ ନେବାପାଇଁ ଅଧିକ ପସନ୍ଦ କରନ୍ତି । ଖାସ କରି ନିଜ ଚେହେରାର । କାରଣ ଏହା ଜଣେ ମଣିଷର ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ତେବେ ଅନେକ ଲୋକ ନିଜ ଚେହେରା ପାଇଁ ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର କରିଥାଆନ୍ତି । ଏଥି ମଧ୍ୟରୁ କାହା ଚେହେରାରେ କିଛି କ୍ରିମ ସୁଟ୍ କରିଯାଏ ତ ଆଉ କାହା ଚେହେରାରେ କ୍ରିମ ଲଗାଉ ଲଗାଉ କିଛି ଆଲର୍ଜି ହୋଇଯାଏ । ତେବେ ସେଥିପାଇଁ ଅନେକ ଲୋକ ଘରୋଇ ଜିନିଷ ବା ହୋମ୍ ରେମେଡିଜ ବ୍ୟବହାର କରନ୍ତି ନିଜ ସ୍କିନର ଯତ୍ନ ନେବା ପାଇଁ । ଆପଣ ଜାଣିଥିବେ କିଛି ଲୋକ ଆଲୋଭେରା ବା ଘିକୁଆଁରି ବ୍ୟବହାର କରନ୍ତି ନିଜର ତ୍ୱଚା ପାଇଁ । ତେଣୁ ଏହାର ଅନେକ ଭଲ ଗୁଣ ମଧ୍ୟ ରହିଛି ।
ଜାଣନ୍ତୁ ଆଲୋଭେରାର ଉପଯୁକ୍ତ ବ୍ୟବହାର:

ପ୍ୟୁର ଆଲୋଭେରା ଜେଲ
ଆଲୋଭେରାରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ । ଖାଲି ସେତିକି ନୁହେଁ ଏଥିରେ ଆଣ୍ଟିବ୍ୟାକ୍ଟୋରିଆଲ ଓ ଆଣ୍ଟି ଇନଫ୍ଲାମାଟୋରୀ ଗୁଣ ମଧ୍ୟ ରହିଛି ଯାହା ଆପଣଙ୍କ ଚେହେରାର କୈଣସି ସ୍ଥାନରେ ଦାଗକୁ ଲିଭାଇ ଥାଏ । ତେବେ ଆପଣ ଆଲୋଭେରା ଜେଲକୁ ସବୁଦିନେ ନିଜ ସ୍କିନ ପାଇଁ ବ୍ୟବହାର କରିପାରିବେ ।
ଆଲୋଭେରା ଓ ଲେମ୍ବୁ ରସ
ଆପଣ ନିଜ ଚେହେରାରେ ଆଲୋଭେରା ସହିତ ଲେମ୍ବୁ ରସ ମିଶାଇ ଲଗାଇପାରିବେ କାରଣ ଏଥିରେ ସିଟ୍ରିକ ଏସିଡ ରହିଛି । ତେଣୁ ଗୋଟେ ଚମଚ୍ ଆଲୋଭେରାରେ ହାପ ଚାମଚ ଲେମ୍ବୁ ରଶ ମିଶାଇ ଆପଣ ନିଜ ସ୍କିନ୍ରେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖିପାରିବେ । ଏହା ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଏପରି ଲଗାଇବା ଦ୍ୱାରା ଆପଣଙ୍କ ଚର୍ମକୁ ଭିଟାମିନ ମିଳିବ । ଏହା ଛଡା ଆଲୋଭେରା ସହିତ ଟି ଟ୍ରି ଓଏଲ ମଧ୍ୟ ଲଗାଇ ପାରିବେ । ଆପଣ ଆଲୋଭେରାକୁ ସ୍ପ୍ରେ ଭାବେ ମଧ୍ୟ ବ୍ୟବହାର କରିପାରିବେ । ନଡିଆ ତେଲରେ ଆଲୋଭେରା, ଚିନି, ମିଶାଇ ସ୍କ୍ରବ୍ ପ୍ରସ୍ତୁତ କରି ଆପଣ ନିଜ ଚେହେରାରେ ଲଗାଇ ପାରିବେ । ବ୍ରଣରୁ ଏହା ଆପଣଙ୍କୁ ରକ୍ଷା କରିବ । କେବଳ ଚେହେରା ପାଇଁ ନୁହେଁ ଆପଣଙ୍କର ରକ୍ତକୁ ଶୁଦ୍ଧ କରିଥାଏ ଏଲୋଭାରେ ଜୁସ୍ । ତେଣୁ ଆପଣ ନିଜ ଖାଦ୍ୟରେ ଏହାକୁ ସାମିଲ କରି ପାରିବେ ।
ଖଣ୍ଡିଆ ହୋଇଗଲେ ଲଗାନ୍ତୁ ଆଲୋଭେରା ଜେଲ
ଆଲୋଭେରାରେ ପ୍ରଚୁର ପରିମାଣରେ ଆଣ୍ଟି ଆସ୍କିଡାଣ୍ଟ ଥିବାରୁ ଏହା କୌଣସି କ୍ଷତ ସ୍ଥାନରେ ଲଗାଇ ହେବ । ଯାହାକି ମେଡିସିନ ପରି କାମ କରିଥାଏ । ଖାଲି ଏତିକି ନୁହେଁ ଏହା ଆପଣଙ୍କୁ ସୂର୍ଯ୍ୟଙ୍କର ଅତି ବାଇଗେଣି ରଶ୍ମୀରୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ ।