ସନ୍ଧ୍ୟା ଜଳଖିଆ ଭାବରେ ମୁଠିଏ ଖାଆନ୍ତୁ ଭଜା ଚଣା, କିଛି ଦିନ ପରେ ନିଜେ ଅନୁଭବ କରିବେ ଫରକ

ଅନେକ ଲୋକଙ୍କର ଖାଲି ସମୟରେ ସୋଲା ଖାଇବାକୁ ପସନ୍ଦ କରନ୍ତି । କେହି କେହି ତ ସନ୍ଧ୍ୟା ଚାହା ସହିତ ଭଜା ସୋଲା ମୁଠିଏ ଖାଇ ଦିଅନ୍ତି । ଖାଉଛନ୍ତି ସିନା କିନ୍ତୁ ଅନେକେ ହୁଏତ ଜାଣି ନଥିବେଯେ ଭଜା ଚଣା ଶରୀର ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । କାରଣ ଏଥିରେ ଫାଇବର, ପ୍ରୋଟିନ, କ୍ୟାଲସିୟମ, ଆଇରନ, ଭିଟାମିନ ପରି ଉପାଦାନରେ ଭରପୁର । ଜାଣି ନଥିବେ ଏହାକୁ ଗରିବ ମାନଙ୍କର ବାଦାମ ବୋଲି ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଚଣାରେ ଥିବା ଶରୀର ଉପଯୋଗୀ ଗୁଣ ଗୁଡିକ ବିଷୟରେ ଜାଣିରଖିବା ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୫୦ ରୁ ୬୦ ଗ୍ରାମ ଚଣା ଖାଇବା ଉଚିତ । ବଜାରରେ ଚୋପା ଲଗା ଓ ଚୋପା ଛଡ଼ା ଦୁଇଟି ରୂପରେ ଚଣା ମିଳିଥାଏ | କିନ୍ତୁ ଚୋପା ଛଡ଼ା ଚଣା ହିଁ ବେଶୀ ଭଲ । ଆସନ୍ତୁ ଜାଣି ରଖିବା ଏହାର ଗୁଣ ବିଷୟରେ:

ହାଡ ମଜବୁତ ରଖେ:

ଏଥିରେ ଭରପୁର ପରିମାଣରେ କ୍ୟାଲସିୟମ ଥିବାରୁ ଏହାକୁ ଖାଇବା ଦ୍ୱାରା ଆମ ହାଡ ମଜବୁତ ହୋଇଥାଏ । ହାଡ ସହ ଆମ ମାଂଶପେଶି ମଧ୍ୟ ଶକ୍ତ ହୋଇଥାଏ ।

ଶରୀରକୁ ଶକ୍ତି ମିଳିଥାଏ:

ଫାଇବର, ଆଇରନରେ ଭରପୁର ହୋଇଥିବାରୁ ପ୍ରତିଦିନ ଅତି କମରେ ମୁଠେ ଭଜା ଚଣା ଖାଇଲେ ଶରୀରକୁ ଆବଶ୍ୟକ ମୁତାବକ ଶକ୍ତି ମିଳିଥାଏ । ତେଣୁ ପ୍ରତିଦିନ କିଛି କିଛି ଭଜା ଚଣା ଖାଆନ୍ତୁ ।

 

chana

 

ସୁସ୍ଥ ରହିବ ପାଚନ ତନ୍ତ୍ର:

ହଜମ ଶକ୍ତି ବଢାଇବା ପାଇଁ ପ୍ରତିଦିନ ଭଜା ଚଣା ଖାଆନ୍ତୁ । ପେଟ ଜନିତ ସମସ୍ୟା ବି ରହିବ ନାହିଁ ।

ମଧୁମେହ ରୋଗୀଙ୍କ ପାଇଁ ବରଦାନ:

ଭଜା ଚଣାରେ ଗ୍ଲିସେମିକ ଇଣ୍ଡେକ୍ସ କମ ପରିମାଣରେ ଥାଏ । ଯାହା ଦ୍ୱାରା ସୁଗାର ଲେବଲ ବଢ଼େନାହିଁ । ତେଣୁ ଡାଇବେଟିସ ରୋଗୀ ପ୍ରତିଦିନ ମୁଠେ ଭଜା ଚଣା ଖାଇପାରିବେ । ଡାକ୍ତର ମାନେ ବି ଏନେଇ କହିଥାନ୍ତି ।

ଇମ୍ୟୁନିଟି ବଢେ:

ଏହାର ସେବନ ବଡ଼ିର ଇମ୍ୟୁନିଟି ଶକ୍ତି କୁ ବଢ଼ାଇ ଥାଏ । ଯାହା ଦ୍ୱାରା ଆପଣ ଶୀତ ଦିନେ ଥଣ୍ଡା , ଜର, କାଶ ଭଳି ବ୍ୟାକ୍ଟେରିୟଲ ଇନଫେକ୍ସନରୁ ଦୁରେଇ ରହିପାରିବେ ।

ପରିଶ୍ରା ଜନିତ କଷ୍ଟରୁ ମୁକ୍ତି ଦିଏ:

ଯେଉଁ ଲୋକମାନଙ୍କର ପରିଶ୍ରା ଜନିତ ସମସ୍ୟା ଥାଏ ସେମାନେ ଭଜା ଚଣା ଖାଇପାରିବେ । ସବୁ ସମସ୍ୟାରୁ ମୁକ୍ତି ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.