କ୍ୟାନ୍‌ସରଠାରୁ ଆରମ୍ଭ କରି ଡାଇବେଟିସ୍‌ ପର୍ଯ୍ୟନ୍ତ, ସବୁ ପ୍ରକାରର ରୋଗରୁ ମୁକ୍ତି ପାଇଁ ସେବନ କରନ୍ତୁ ‘କଳା ରସୁଣ’

ରସୁଣ ରଙ୍ଗ ଧଳା ବୋଲି ଆମେ ସମସ୍ତେ ଜାଣିଛୁ। ଥଣ୍ଡା ଠାରୁ ଆରମ୍ଭ କରି ଦେହ ଦରଜ ଯାଏଁ ସବୁ ପ୍ରକାରର ଶାରୀରିକ ସମସ୍ୟା ଦୂର କରିବା ପାଇଁ ଆୟୁର୍ବେଦରେ ରସୁଣ ବ୍ୟବହାର କରାଯାଏ। କିନ୍ତୁ କେବେ ଆପଣ କଳା ରସୁଣ କଥା ଶୁଣିଛନ୍ତି କି! ବୋଧେ ନା’। ଭାରତୀୟ ରୋଷେଇରେ ଧଳା ରସୁଣ ବହୁଳ ଭାବେ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ। କିନ୍ତୁ କଳା ରସୁଣ ବିଷୟରେ ବୋଧେ କମ୍‌ ଲୋକ ଜାଣିଥିବେ। ଧଳା ରସୁଣ ଭଳି କଳା ରସୁଣର ମଧ୍ୟ ଅନେକ ଫାଇଦା ରହିଛି।

ଏଠାରେ ଆମେ କହି ରଖୁଛୁ ଯେ ଧଳା ରସୁଣକୁ ଫର୍ମେଣ୍ଟ କରି ଏହାକୁ ପ୍ରସ୍ତୁତ କରାଯାଏ। ଏଥିରେ କୌଣସି କଡ଼ା ଗନ୍ଧ ନଥାଏ କି ଏହା ପାଟିକୁ ରାଗ ମଧ୍ୟ ଲାଗେନାହିଁ। ଏହା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର କରିବେ ମଧ୍ୟ ସାହାଯ୍ୟ କରେ। କଞ୍ଚା ରସୁଣ ଖାଇବାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ , ସେମାନଙ୍କ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି କଳା ରସୁଣ କେମିତି ତିଆରି କରାଯାଏ ଓ ଏହାର ଫାଇଦା ସମ୍ପର୍କରେ…

ସାଧାରଣ ରସୁଣକୁ ଭିନ୍ନ ଭିନ୍ନ ତାପମାତ୍ରାରେ କିଣ୍ଵିତ କରି କଳା ରସୁଣ ତିଆରି କରାଯାଏ। ରସୁଣକୁ ୧୪୦ ଡିଗ୍ରୀ ଫାରେନ୍‌ହାଇଟ୍‌ରୁ କମ୍‌ ତାପମାତ୍ରାରେ ରଖାଯାଏ। ଏହା ରସୁଣର ଆର୍ଦ୍ରତାକୁ ପ୍ରଭାବିତ କରିଥାଏ, ଫଳରେ ଏହାର ସ୍ୱାଦ, ଗନ୍ଧ ଓ କୁରକୁରା ପଣ ମଧ୍ୟ ବଦଳିଯାଏ।

Garlic

ତେବେ ଆସନ୍ତୁ ଜାଣିବା କଳା ରସୁଣ ଖାଇବାର ଫାଇଦା…

  • କଳା ରସୁଣରେ ଏଲିସିନ୍‌ ନାମକ ତତ୍ତ୍ୱ ରହିଛି, ଯାହା ବ୍ଲଡ୍‌ ସର୍କୁଲେସନ୍‌କୁ ତ୍ୱରାନ୍ଵିତ କରେ। ଏହା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଆଶଙ୍କା କମ୍‌ ହୁଏ।
  • ଦିନକୁ ଗୋଟିଏ କୋଲା ରସୁଣ ଖାଇଲେ ହାର୍ଟ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୁଏ। ହାର୍ଟ ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌ର ଆଶଙ୍କାକୁ କମ୍‌ କରିବାରେ ରସୁଣ ସାହାଯ୍ୟ କରେ।
  • ପ୍ରତିଦିନ ସକାଳେ କଳା ରସୁଣ ଚୋବାଇଲେ କୋଲୋଷ୍ଟ୍ରୋଲର ପରିମାଣ କମ୍‌ ହୁଏ। ଫଳରେ ହାର୍ଟ ରୋଗର ଆଶଙ୍କା କମେ।
  • ରସୁଣ ଶରୀରରେ ଇନ୍‌ସୁଲିନ୍‌ ସନ୍ତୁଳନକୁ ନିୟନ୍ତ୍ରିତ କରି ଶର୍କରାର ସ୍ତରକୁ କଣ୍ଟ୍ରୋଲ କରିଥାଏ। ଏଣୁ ଡାଇବେଟିସ୍‌ ରୋଗୀ ଏହାକୁ ନିହାତି ସେବନ କରିବା ଉଚିତ।
  • କଳା ରସୁଣ ଶରୀରର କୋଷ ପାଇଁ ଖୁବ୍‌ ବଢ଼ିଆ ହୋଇଥାଏ। ଏହା ଇମ୍ୟୁନିଟି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।
  • ଫର୍ମନଟେସନ୍‌ ଯୋଗୁ କଳା ରସୁଣରେ କେତେକ ଭିନ୍ନ ଆଣ୍ଟି ଅକ୍ସିଡେଣ୍ଟ, ପଲିଫିନଲ୍ସ, ଫ୍ଲେବୋନାଇଡସ୍‌ ତିଆରି ହୁଏ, ଯାହା ଅନେକ ଭୟଙ୍କର ରୋଗର ଆଶଙ୍କା କମ୍‌ କରେ।
  • ରିସର୍ଚ୍ଚ ମୁତାବକ, ଖାଲି ପେଟରେ କଳା ରସୁଣ ସେବନ କଲେ ବ୍ଲଡ୍‌, ପେଟ ଓ କଲୋନ୍‌ କ୍ୟାନସରର ଆଶଙ୍କା କମ୍‌ ରହେ। ଏଭଳି ସ୍ଥିତିରେ କ୍ୟାନ୍‌ସରରୁ ମୁକ୍ତି ପାଇଁ ଆପଣ କଳା ରସୁଣ ସେବନ କରିପାରିବେ।
  • କଳା ରସୁଣ ମେଟାବଲିଜମ୍‌ରେ ମଧ୍ୟ ସୁଧାର ଆଣେ। ଏଥିସହ କଳା ରସୁଣରେ ଥବା ଆଣ୍ଟି ଅକ୍ସିଡେଣ୍ଟ ଟ୍ରାଇଗ୍ଲିସରାଇଡ୍ସର ସ୍ତରକୁ କମ୍‌ ଓ ସୁଗାରକୁ ନିୟନ୍ତ୍ରଣ କରିବା ସହ ଓଜନକୁ କମ୍‌ କରିବାରେ ବି ସାହାଯ୍ୟ କରେ। ଏଣୁ କଞ୍ଚା ରସୁଣ ଖାଇବାକୁ ଭଲ ଲାଗୁନଥିଲେ ଏବେ କଳା ରସୁଣ ଖାଇବା ଅଭ୍ୟାସ କରନ୍ତୁ।
Leave A Reply

Your email address will not be published.