ଲାଇଫ୍ ଷ୍ଟାଇଲ୍

ଓଜନ କମାଇବା ସହ ଉଜ୍ବଳ ତ୍ବଚା ଦେଇଥାଏ ଥଣ୍ଡା କ୍ଷୀର

କିଛି ଲୋକଙ୍କୁ କ୍ଷୀର ପିଇବାକୁ ଆଦୌ ଭଲ ଲାଗି ନଥାଏ। ଛୁଆମାନେ କ୍ଷୀର ନ ପିଇବା ପାଇଁ ଅନେକ ପ୍ରକାରର ବାହାନା କରିଥାନ୍ତି। କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ ଯାହା ଶରୀର ପାଇଁ ବହୁତ ସାହାଯ୍ୟକାରୀ ହୋଇଥାଏ। ଅଧିକାଂଶ ଲୋକ ଗରମ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଗରମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀରରେ ଅଧିକ ଫାଇଦା ମିଳିଥାଏ। ଆମେ ଆପଣଙ୍କୁ ଥଣ୍ଡା କ୍ଷୀରରୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

-ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା କ୍ଷୀର ପିଇ ମଧ୍ୟ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ତାପମାନ ନର୍ମାଲ ରହିଥାଏ। ଶରୀରର ଟେମ୍ପରଚରକୁ ବଢ଼ାଇ କ୍ୟାଲୋରୀ ସ୍ରୁଷ୍ଟି କରି ତାହାକୁ ହ୍ରାସ କରାଇଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।

-କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ମହଜୁତ ଥାଏ, ଉଷୁମ କ୍ଷୀରକୁ ପିଇବା ଦ୍ବାରା ଶରୀର ତନ୍ଦୁରୁସ୍ତ ରହିଥାଏ। ଏହା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଯେତେବେଳେ ଶରୀର ଦୁର୍ବଳ ଲାଗିଥାଏ ସେତେବେଳେ ଥଣ୍ଡା କ୍ଷୀର ପିଇ ଦିଅନ୍ତୁ। କ୍ଷୀର ପିଇବା ଦ୍ବାରା ଶରୀର ତେଜୀୟାନ ରହିଥାଏ।

-କିଛି ଲୋକଙ୍କୁ ଏସିଡିଟିର ବହୁତ ଅଧିକ ଅସୁବିଧା ରହିଥାଏ। ଏହିଭଳି ଲୋକଙ୍କୁ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଶରୀରରେ ଗ୍ୟାସ ହୋଇ ନଥାଏ ଏବଂ ପେଟ ବ୍ୟଥା ଭଳି ସମସ୍ୟା ରହି ନଥାଏ।

-କେତେକ ଲୋକଙ୍କୁ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ। ଭୋକ କମାଇବାକୁ ଚାହିଁଲେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଭୋକ ଲାଗି ନଥାଏ ଓ ପେଟ ସମ୍ବଦ୍ଧିତ ଅନ୍ୟ ସମସ୍ୟା ମଧ୍ୟ ହୋଇ ନଥାଏ।

-ଅନେକ ଲୋକ ବ୍ୟାୟାମ କରିବା ପରେ ଏମିତି ଡ୍ରିଙ୍କ୍ସ ପିଇବାକୁ ଚାହିଁଥାନ୍ତି। ଯେଉଁଥିରେ ସେମାନଙ୍କ ଶରୀରକୁ ଫାଇଦା ମିଳି ପାରିବ। ଏହିଭଳି ପରିସ୍ଥିତିରେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ ଏହାକୁ ପିଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିଥାଏ।

-ଥଣ୍ଡା କ୍ଷୀର ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ। ଚେହେରାରେ ଚମକ ଆସିବା ସହିତ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରାଇଥାଏ।

D Sonali

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

20 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

26 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

35 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

35 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

53 mins ago