ନିୟମିତ ପଇଡ ପାଣି ପିଅନ୍ତୁ, ମିଳିବ ଏହି ୧୪ଟି ଲାଭ
ପଇଡ ପାଣି ସବୁ ପାନୀୟ ପଦାର୍ଥ ଠାରୁ ଅଧିକ ଲାଭ ଦାୟକ ହୋଇଥାଏ। ଗୋଟିଏ ପଇଡରେ ପ୍ରାୟ ୨୦୦ ଲିଟର ପାଣି ରହିଥାଏ। ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ। କେବଳ ଗରମ ଦିନରେ ନୁହେଁ ବରଂ ସବୁ ସମୟରେ ଏହାର ସେବନ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ।
ପଇଡ ପାଣି ପିଇବାର ଫାଇଦା
ଓଜନ ହ୍ରାସ
ଯେଉଁ ଲୋକ ଓଜନ କମ୍ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ପାଣିକୁ ପ୍ରତିଦିନ ପିଇବା ଆବଶ୍ୟକ। ଏଥିରେ ମେଦବହୁଳତା କମିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ।
ବ୍ଲଡ ସାର୍କୁଲେସନ ଭଲ ହୋଇଥାଏ
ନେଚୁରାଲ ଆଣ୍ଟିଅକ୍ସିଡେଣ୍ଟ ରୂପରେ ପଇଡ ପାଣି ବହୁତ ଲାଭ ଦାୟକ। ଏହାକୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ଭାବରେ ଚାଲିଥାଏ।
କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରଣ
କୋଲେଷ୍ଟ୍ରଲ ବଢ଼ିବା କାରଣରୁ ହ୍ରୁଦୟ ଜନିତ ସବୁ ରୋଗର ସମସ୍ୟା ଦେଖାଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଡାଏଟରେ ପଇଡ ପାଣି ନିଶ୍ଚୟ ସାମିଲ କରନ୍ତୁ। ଏହା ଖୁବ୍ ଶୀଘ୍ର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ।
ହ୍ରୁଦୟ ସମ୍ବଦ୍ଧୀୟ ରୋଗରୁ ମୁକ୍ତି
ପଇଡ ପାଣି ପିଇବା ଦ୍ବାରା ହ୍ରୁଦୟ ସମ୍ବଦ୍ଧୀୟ ରୋଗରୁ ମୁକ୍ତି ପାଇପାରିବେ।
ରକ୍ତଚାପ ନିୟନ୍ତ୍ରଣ
ଏହାକୁ ପିଇବା ଦ୍ବାରା ହାଇପରଟେନସନର ଚିନ୍ତା ଦୂର ହୋଇଥାଏ, ଯାହାଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ହ୍ୟାଙ୍ଗ୍ଓଭରରୁ ମୁକ୍ତି
ହ୍ୟାଙ୍ଗଓଭରରୁ ବାହାରିବା ପାଇଁ ପଇଡ ପାଣି ସବୁଠାରୁ ଭଲ ଉପାୟ ଅଟେ। ଏଥିରେ ଥିବା ଲେକ୍ଟ୍ରୋଲାଇଟ ପୋଟାସିୟମ ହ୍ୟାଙ୍ଗଓଭର ଦ୍ବାରା ହୋଇଥିବା ଇଲେକ୍ଟ୍ରୋଲାଇଟ୍ସର ଅଭାବକୁ ପୂରା କରିବାରେ ସାହାଯ୍ୟ କରିଥାଏ।
ମୁଣ୍ଡବ୍ୟଥାରୁ ମୁକ୍ତି
ମୁଣ୍ଟବ୍ୟଥା ଏବଂ ମାଇଗ୍ରେନର କଷ୍ଟରୁ ମୁକ୍ତି ପାଇବା ପାଇଁ ପଇଡ ପାଣି ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଭରି ରହିଥିବା ମ୍ୟାଗ୍ନେସିୟମ କଷ୍ଟରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ।
ଗର୍ଭବତୀ ସମୟରେ ଲାଭଦାୟକ
ପଇଡ ପାଣି ପୋଷକ ତତ୍ତ୍ବ ଏବଂ ପ୍ରାକ୍ରୁତିକ ଲକ୍ଷଣଯୁକ୍ତ ପଦାର୍ଥ ଅଟେ। ଗର୍ଭବତୀ ମହିଳାଙ୍କର ପୋଷଣରେ ଜଡିତ ଅନେକ ଆବଶ୍ୟକକୁ ପୁରା କରିବାରେ ଏହା ବହୁତ ଲାଭଦାୟକ ହୋଇଥାଏ। ଏଥିରେ କବ୍ଜ, ୟୁରିନ ଇନଫେକସନ, ଅସ୍ତବ୍ୟସ୍ତ ଆଦି ଅନେକ ଚିନ୍ତା ଦୂର ହୋଇଥାଏ।
ପ୍ରତିରୋଧକ କ୍ଷମତାରେ ମଜବୁତ
ପ୍ରାକ୍ରୁତିକ ପୋଷକ ତତ୍ବରେ ରହିଥିବା ପଇଡ ପାଣି ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାରେ ସାହାଯ୍ୟକାରୀ ଅଟେ।
ଜଳର ଅଭାବ ଦୂର
ଶରୀରରେ ଜଳର ଅଭାବ ପୁରା କରିବାରେ ମଧ୍ୟ ପଇଡ ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କୋଲ୍ଡ ଡ୍ରିଙ୍କ୍ କିମ୍ବା କୌଣସି ଏନର୍ଜୀ ଡ୍ରିଙ୍କ୍ ବଦଳରେ ପଇଡ ପାଣି ପିଅନ୍ତୁ।
ପଇଡ ପାଣିରେ ସାଇଣ୍ଟୋକିନିଂ ନାମକ ତତ୍ତ୍ବ ରହିଥାଏ, ଯାହା ବଢ଼ୁଥିବା ବୟଷର ଲକ୍ଷଣକୁ ଆସିବାକୁ ଅଟକାଇଥାଏ। ଏହାର ଆଣ୍ଟି ଏଜିଂ ଗୁଣ ଆମ ପାଇଁ ଲାଭଦାୟକ ହୋଇଥାଏ।
ଯଦି ଆପଣଙ୍କର କେଶ ଝଡୁଥାଏ, ତେବେ ଏମିତିରେ ପଇଡ ପାଣି ବହୁତ କାମରେ ଆସିପାରିବ। ଏଥିରେ ଭିଟାମିନ ଏବଂ ଆଇରନ ରହିଥାଏ ଯାହା କେଶକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ କେଶ ଝଡିବା କମ୍ ହୋଇଥାଏ।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପଇଡ ପାଣି ରକ୍ତ ସର୍କରାର ସ୍ତରକୁ କମ୍ କରିପାରେ ଏବଂ ମଧୁମେହକୁ ସୁଧାରି ପାରିବ।
ଯେଉଁ ଲୋକଙ୍କୁ ଥାଇରଏଡର ସମସ୍ୟା ହୋଇଥାଏ, ସେମାନେ ସକାଳୁ ପଇଡ ପାଣି ପିଇବାର ଅଭ୍ୟାସ କରିଦିଅନ୍ତୁ। ଏଥିରେ ଆପଣଙ୍କର ଥାଇରଏଡ ଇମୋନ୍ସରେ ସନ୍ତୁଳନ ଆସିଥାଏ ଏବଂ ତାହା ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ ସକାଳୁ ଏହାକୁ ନିଶ୍ଚୟ ପିଇବା ଆବଶ୍ୟକ।