ଆମ ଦେଶ ଭାରତରେ ଅଧିକାଂଶ ଦୋକାନରେ ମାଟି ପାତ୍ରରେ ଦହି ବିକ୍ରି ହୋଇଥାଏ । ଖାଲି ସେତିକି ନୁହେଁ ଆଜି ବି ବି ଭାରତର ଗାଁ ମାନଙ୍କରେ ମାଟି ପାତ୍ରରେ ଦହି ବସା । ଏହା ପଛରେ ଏକ ବିଶେଷ କାରଣ ରହିଛି । ଯାହା ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଜଣାନାହିଁ । ତେଣୁ ଆମ ଭିତରୁ ଅଧିକାଂଶ ଲୋକ ଘରେ ଷ୍ଟିଲ ବାସନରେ ଦହି ବସେଇଥାଉ । କିନ୍ତୁ ଯଦି ଆପଣ ଥରେ ମାଟି ପାତ୍ରରେ ଦହି ବସେଇବାର ଫାଇଦା ବିଷୟରେ ଜାଣିବେ ତେବେ ନିଶ୍ଚିନ୍ତ ରୂପେ ଷ୍ଟିଲ ବାସନ ବଦଳରେ ମାଟି ପାତ୍ରରେ ଦହି ବସେଇବା ଆରମ୍ଭ କରିଦେବେ । ତେବେ ଆସନ୍ତୁ ଆଜି ଏହାର ଫାଇଦା ଗୁଡିକ ବିଷୟରେ ଜାଣିରଖିବା:
୧. ମାଟି ପାତ୍ରରେ ଦହି ବସେଇବା ଦ୍ୱାରା ମୋଟା ଆଉ ଗାଢ଼ ଦହି ବସିଥାଏ । କାରଣ ମାଟି ପାତ୍ର ଅତ୍ୟଧିକ ପାଣିକୁ ଶୋଷି ନେଇଥାଏ |
୨. ଦହି ବସେଇବା ପାଇଁ ସଠିକ ତାପମାତ୍ରାରେ ରଖିବା ନିହାତି ଜରୁରୀ । ଏନେଇ ମାଟିପାତ୍ର ଏକ ଉତ୍ତମ ବିକଳ୍ପ । ମାଟିପାତ୍ର ତାପମାତ୍ରାରେ ଏକ ଭଲ ସନ୍ତୁଳନ ରକ୍ଷା କରିପାରେ । ବାହାରର ତାପମାତ୍ରା ବଢିଲେ କିମ୍ବା କମିଲେ କୌଣସି ପ୍ରଭାବ ପଡିନଥାଏ ।
୩ . ମାଟିପାତ୍ରରେ ଦହି ବସେଇବା ଫଳରେ ମାଟିର ଏକ ପ୍ରକାର ବାସ୍ନା ଆସିଥାଏ । ଯାହାକି ଦହିକୁ ଅଧିକ ସ୍ୱାଦିଷ୍ଟ କରିଥାଏ ।
୪. ଏହା ସହ ମାଟିରେ ଆଇରନ, ମ୍ୟାଗନେସିୟମ, କ୍ୟାଲସିୟମ, ସଲଫର ପରି ନ୍ୟାଚୁରାଲ ମିନେରାଲ୍ସ ପ୍ରଚୁର ପରିମାଣରେ ଥାଏ । ଯାହା ଆପଣ ବସେଇଥିବା ଦହିରେ ମିଶିବା ଦ୍ୱାରା ଦହି ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ।
୫ . ପ୍ରକୃତରେ ଦହିର ପ୍ରକୃତି ହେଉଛି ଆଲକାଲାଇନ । ଯାହା ଦହିକୁ ମିଠା କରିଥାଏ ।
କନସଲଟେଣ୍ଟ ଡାଇଟେସିଆନ ଡଃ ରଂଜନା ସିଂହଙ୍କ ଅନୁଯାୟୀ ଦହି ଖାଇବା ଦ୍ୱାରା ଶରୀରର ପାଚନ କ୍ଷମତା ବଢିଥାଏ । ଆଉ ଶରୀରକୁ ଭିଟାମିନ ବି-12, ଭିଟାମିନ ବି-6, ଆଇରନ, କ୍ୟାଲସିୟମ ପରି ପୋଷାକ ତତ୍ତ୍ୱ ମିଳିଥାଏ । ଆମ ପେଟ ପାଇଁ ଲାଭକାରି ବ୍ୟାକ୍ଟେରିଆ ବି ଦହିରେ ମହଜୂତ ଅଛି ।