ଶରୀରକୁ ସୁସ୍ଥ ରଖେ ବ୍ରାଉନ ରାଇସ୍‌, ପ୍ରତିଦିନ ଖାଆନ୍ତୁ ନିରୋଗୀ ରୁହନ୍ତୁ

ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ବୃଦ୍ଧି ହୋଇନଥାଏ । ଏଥିରେ ଅନେକ ଫାଇଦା ମଧ୍ୟ ମିଳିଥାଏ । ସାଧାରଣତଃ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଏହି ବ୍ରାଉନ ରାଇସ କ’ଣ ? ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ରାଉନ ରାଇସ କ’ଣ ,ଏହାକୁ କିପରି ତିଆରି କରାଯାଏ ଏବଂ ଏହା ଶରୀର ପାଇଁ କେତେ ଲାଭଦାୟକ ଅଟେ ।

ଆସନ୍ତୁ ଜାଣିବା ହ୍ୱାଇଟ୍ ରାଇସ୍ ଓ ବ୍ରାଉନ୍ ରାଇସ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ :

ପ୍ରକିୟାକରଣ ସମୟରେ ବ୍ରାଉନ ରାଇସର ନଡାକୁ ଅପସାରଣ କରାଯାଏ ନାହିଁ । ଯେଉଁ କାରଣରୁ ଏହିରେ ପୃଷ୍ଟିକର ଖାଦ୍ୟ ଶସ୍ୟ ଭରପୁର ହୋଇ ରହିଥାଏ । ମାତ୍ର ହ୍ୱାଇଟ୍ ରାଇସର ନଡାକୁ ପ୍ରକିୟାକରଣ ସମୟରେ ବାହାର କରିଦିଆଯାଏ । ଯାହା ଦ୍ୱାରା ଏହି ଚାଉଳରେ ପୋଷକ ତତ୍ତ୍ବର ମାତ୍ରା କମିଯାଇଥାଏ । ବର୍ତମାନ ସମୟରେ ଏହି ବ୍ରାଉନ୍ ରାଇସର ସ୍ୱାଦକୁ ଅନେକ ଲୋକ ପସନ୍ଦ କରିବାକୁ ଲାଗିଲେଣି ।

ବ୍ରାଉନ ରାଇସ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ ?

କୋଲେଷ୍ଟ୍ରୋଲ :

ବ୍ରାଉନ ରାଇସ ଖାଇବାର ସବୁଠାରୁ ବଡ ଲାଭ ହେଉଛି ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ ।

ମଧୁମେୟ :

ସାଧାରଣତଃ ଚାଉଳରେ ଶର୍କରାର ପରିମାଣ ଅଧିକ ରହିଥାଏ । ଯେଉଁ କାରଣରୁ ମଧୁମେୟ ରୋଗୀ ମାନେ ଏହି ଚାଉଳ ଠାରୁ ନିଜକୁ ଦୂରେଇ ରଖିଥାନ୍ତି । କିନ୍ତୁ ଏହି ବ୍ରାଉନ ରାଇସକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇନଥାଏ ।

ହୃଦଘାତ :

ହୃଦଘାତ କିମ୍ବା ଅନ୍ୟାନ୍ୟ ହୃଦରୋଗ ମୁଖ୍ୟତଃ ହୃଦୟ ଧମନୀରେ କୋଲେଷ୍ଟ୍ରଲ ଜମା ହେବା ଦ୍ୱାରା ହୋଇଥାଏ । ବ୍ରାଉନ ରାଇସକୁ ଖାଇବା ଦ୍ୱାରା ନିଜକୁ ହୃଦଘାତ ପରି ରୋଗ ଠାରୁ ଦୂରେଇ ରଖିହେବ ।

ହାଡ ମଜବୁତ :

ଏହି ବ୍ରାଉନ ରାଇସ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ରେ ଭରପୂର ହୋଇରହିଥାଏ , ଯାହା ହାଡକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ହ୍ୱାଇଟ୍ ରାଇସ୍ ଅପେକ୍ଷା ବ୍ରାଉନ୍ ରାଇସ୍ ଶରୀର ପାଇଁ ଫାଇଦା ଦେଇଥାଏ।

ଓଜନ କମ :

ଓଜନ କମ କରିବାକୁ ଚାହୁଁଛନ୍ତି ମାତ୍ର ଚାଉଳ ଠାରୁ ଦୂରେଇ ରହି ପାରୁନାହାନ୍ତି , ତେବେ ଏହି ସମୟରେ ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା ଓଜନ କମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.