କେବଳ ପାଟିକୁ ଟେଷ୍ଟି ଲାଗେ ନାହିଁ ଶରୀର ପାଇଁ ମଧ୍ୟ ଖୁବ୍‌ ହିତକର ହୋଇଥାଏ ଦୋସା, ଜାଣନ୍ତୁ ଖାଇବାର ଫାଇଦା

ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରାୟ ସବୁ ଲୋକଙ୍କୁ ପସନ୍ଦ ଆସିଥାଏ। ଏହି ଫୁଡ୍‌ରେ ଅନେକ ପ୍ରକାରର ଜିନିଷ ପଡ଼ିଥାଏ, ଯାହା ଶରୀର ପାଇଁ ମଧ୍ୟ ବେଶ୍‌ ଦରକାରୀ ହୋଇଥାଏ। ସାଉଥ୍‌ ଇଣ୍ଡିଆ ଫୁଡ୍‌ ମଧ୍ୟରେ ଇଡ୍‌ଲି, ଚକୁଳି, ସମ୍ବର, ଦୋସା, ବରା ଆଦି ରହିଛି। ତେବେ ସବୁ ଖାଦ୍ୟ ଅପେକ୍ଷା ଦୋସା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଦୋସାରେ ଅଧିକ ତେଲ ଓ ମସଲା ବ୍ୟବହାର ହେଉନଥିବାରୁ ସବୁ ବୟସର ଲୋକେ ଏହାକୁ ସହଜରେ ଖାଇପାରିଥାନ୍ତି। ଏହାକୁ ବନାଇବା ମଧ୍ୟ ଅତି ସହଜ ହୋଇଥିବାରୁ ଏବେ ପ୍ରାୟ ଦୋକାନରେ ଦୋସା ମିଳୁଛି।

ଦୋସା ପାଟିକୁ ଯେମିତି ଟେଷ୍ଟି ଲାଗେ, ଶରୀର ପାଇଁ ମଧ୍ୟ ସେଭଳି ହିତକର ହୋଇଥାଏ। ଆପଣ ଏହାକୁ ସକାଳେ ବ୍ରେକ୍‌ଫାଷ୍ଟ କିମ୍ବା ସନ୍ଧ୍ୟା ବେଳେ ଟିଫିନ୍‌ରେ ମଧ୍ୟ ଖାଇପାରିବେ। ଦୋସାର ମସଲାରେ ବିଭିନ୍ନ ପନିପରିବା ପଡ଼ୁଥିବାରୁ ଏହାକୁ ଖାଇବାର ଅନେକ ଫାଇଦା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଦୋସା ଖାଇବା ଦ୍ୱାରା ମିଳୁଥିବା ଲାଭ ସମ୍ପର୍କରେ…

ସହଜରେ ହଜମ ହୁଏ:

ଦୋସା ତିଆରି କରିବାରେ ଚାଉଳ ଓ ବିରି ବ୍ୟବହାର ହୋଇଥାଏ। ଯାହା ସହଜରେ ହଜମ ହୋଇଯାଏ। ଦୋସା ଖାଇବା ଦ୍ୱାରା ଆପଣଙ୍କୁ ଓଜନିଆ କିମ୍ବା ଅସ୍ୱସ୍ତି ମଧ୍ୟ ଲାଗିବ ନାହିଁ।

କାର୍ବୋହାଇଡ୍ରେଟ୍‌ର ଉତ୍ତମ ସ୍ରୋତ:

ଦୋସାରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍‌ ରହିଥାଏ। ଏହା ଖାଇବା ମାତ୍ରେ ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳିଥାଏ। ଫଳରେ କାମ କରିବା ବେଳେ ଦୁର୍ବଳ କିମ୍ବା ହାଲିଆ ଲାଗି ନଥାଏ। ଦୋସା ଖାଇବା ଦ୍ୱାରା ଶୀଘ୍ର ଭୋକ ବି ଲାଗେ ନାହିଁ।

ପ୍ରୋଟିନରେ ଭରପୁର:

ଦୋସା କରିବା ପାଇଁ ବିରି ବ୍ୟବହାର କରାଯାଏ। ଏହା ପ୍ରୋଟିନ୍‌ର ଏକ ଭଲ ସ୍ରୋତ। ଏଥି ସହ ଦୋସାର ମସଲାରେ ବିଭିନ୍ନ ପନିପରିବା ମଧ୍ୟ ବ୍ୟବହାର କରାଯାଏ, ଯାହା ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଯୋଗାଏ। ଫଳରେ ଦୀର୍ଘ ସମୟ ଯାଏଁ ପେଟ ଫୁଲ୍‌ ରହେ।

ପ୍ରଚୁର ମିନେରାଲ୍ସ ମିଳେ:

ଦୋସାରେ ଆଇରନ୍‌ ଓ କ୍ୟାଲସିୟମ୍‌ ଭଳି ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଛି। ଏଥିସହ ଏଥିରେ ଭିଟାମିନ୍‌ ସି’ ମଧ୍ୟ ରହିଛି। ଯାହା ଶରୀର ପାଇଁ ଖୁବ୍‌ ଦରକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.