ଭାଇରସ୍ ରୁ ରକ୍ଷା ପାଇବା ପାଇଁ ଡାଏଟ୍ ରେ ଆଡ୍ କରନ୍ତୁ ଡାଳିମ୍ବ, ମିଳିବ ଏହି ସବୁ ଫାଇଦା
ମହାମାରୀ ସମୟରେ ସମସ୍ତେ ନିଜ ଇମ୍ୟୁନିଟି ବଢ଼ାଇବାରେ ଲାଗିପଡ଼ିଛନ୍ତି। ଏକ୍ସପର୍ଟଙ୍କ ମୁତାବିକ ପ୍ରକୃତରେ ଏହି ଭାଇରସର କୌଣସି ସଠିକ ଚିକିତ୍ସା ନାହିଁ। କିନ୍ତୁ ଆପଣ ସତର୍କ ରହିପାରିବେ। ନିଜ ଜୀବନଶୈଳୀରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ।ଏହି ସ୍ଥଳରେ ଆପଣଙ୍କୁ କେବଳ ଶରୀରକୁ ମଜବୁତ କରିବାକୁ ହେବ। ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେବ।
କରୋନା ପରେ ଏବେ ନୂଆ ଭାରିଏଣ୍ଟ ସାମ୍ନାକୁ ଆସୁଛି। ଏବେ ଓମିକ୍ରନ ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି। ଏହିସମୟରେ ସଜାଗ ରୁହନ୍ତୁ ଏବଂ ଇମ୍ୟୁନିଟି ବୁଷ୍ଟ ପାଇଁ ଖାଦ୍ୟ ଖାଆନ୍ତୁ। ଏଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଢ଼ଙ୍ଗରେ ମାନେ ପାରମ୍ପରିକ ଓ ଆୟୁର୍ବେଦ ଉପାୟରେ ଖାଦ୍ୟକୁ ସେବନ କରୁଛନ୍ତି। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆପଣ ନିଜ ଶରୀରରେ ଇମ୍ୟୁନିଟି ବୁଷ୍ଟ ପାଇଁ ଡାଳିମ୍ବ ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ। ଏବେ ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅନ୍ୟ କେଉଁସବୁ ଫାଇଦା ମିଳିବ।
– ଡାଳିମ୍ଭ ଖାଇବା ଦ୍ୱାରା ପାଚନ ଶକ୍ତି ବଢ଼ିଥାଏ। ଯେଉଁମାନଙ୍କ ପେଟ ଜନିତ ସମସ୍ୟା ଥାଏ ସେମାନେ ଏହାକୁ ଖାଇପାରିବେ। ଏମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବ ଖାଇପାରିବେ। ଏହାଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ।
– ଶରୀରରେ ମାଂସପେଶୀକୁ ମଜବୁତ କରାଇବା ପାଇଁ ଆପଣ ଡାଳିମ୍ବ ଖାଇପାରିବେ। ଏଥିରେ ଅନେକ ପୋଷକତତ୍ତ୍ୱ ମହଜୁଦ ଅଛି । ଡାଳିମ୍ବରେ ପ୍ରୋଟିନ, ଭିଟାମିନ ସି, ଫାଇବର, ଭିଟାମିନ କେ, ଫୋଲେଟ ଓ ପୋଟାସିୟମ ଭରି ରହିଛି। ଏହାଦ୍ୱାରା ହାଡ଼ ଗଣ୍ଠି ମଜବୁତ ରହିଥାଏ।
– ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୁଏ। ରକ୍ତ ଅଭାବ ଥିଲେ ଏହାକୁ ନିୟମତି ରୂପେ ଖାଆନ୍ତୁ।
– ରକ୍ତ ଚାପକୁ କମାଇବାରେ ଏହା ସହାୟକ ହୋଇଥାଏ। ସପ୍ତାହକୁ ଥରେ ଡାଳିମ୍ବ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରୁହେ। ଲୋ ବିପି ତଥା ହାଇ ବିପି ସମସ୍ୟା ଥିଲେ ଏହାକୁ ଆପଣ ଖାଇପାରିବେ।
– ଶରୀରରୁ ଚର୍ବି ଅଂଶକୁ କମ କରିବାକୁ ଚାହୁଁଥିଲେ ଆପଣ ଏହାକୁ ଖାଇପାରିବେ। ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଭରି ରହିଛି। ଯାହା ଶରୀରେ ମୋଟା ପଣକୁ କମାଏ। ସୁଗାର ବା ମଧୁମେହ ରୋଗରୁ ଏହା ମୁକ୍ତି ଦିଏ। ଏହି ଭଳି ଭାବେ ଆପଣ ଭାଇରସ୍ ରୁ ମୁକ୍ତି ମଧ୍ୟ ପାଇପାରିବେ।