ଦୈନିକ ଗୋଟିଏ ରସୁଣ , ଶରୀରକୁ ରଖିବ ବିଭିନ୍ନ ରୋଗରୁ ଦୂର

ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ। ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ରସୁଣରେ ଥଣ୍ଡା, କାଶ, ଲୁ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି। ଆସନ୍ତୁ ଜାଣିବା ରସୁଣର ବିଭିନ୍ନ ଉପକାରିତା ବିଷୟରେ…

ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଖଣିଜ, ଲବଣ ଭରପୁର ରହିଥାଏ। ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ। ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ।

ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ। ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ। ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ। ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ।

ରସୁଣରେ ଶରୀରକୁ ଗରମ ରଖିବାର ପୋଷକ ଭରପୁର ମାତ୍ରାରେ ରହିଥାଏ। ଯାହା ଫଳରେ ଥଣ୍ଡା, କାଶ ଏବଂ ଛିଙ୍କ ଆଦିରୁ ରକ୍ଷା ପାଇବା ପାଇଁ ଏହା ବହୁ ଲାଭକାରୀ ପ୍ରମାଣିତ ହୋଇଥାଏ। ଏଥିରେ ଉପସ୍ଥିତ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ବ ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ।

ଦୈନିକ ରସୁଣ ଖାଉଥିବା ବ୍ୟକ୍ତିଙ୍କ ନିକଟରେ ରକ୍ତହିନତା ଦେଖାଯାଇ ନଥାଏ। ଏଥି ସହ ଏହା ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରସୁଣ ଦ୍ବାରା ଶୀଘ୍ର ଉପଶମ ମଳିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago