କେବଳ ଲିଚୁ ନୁହେଁ, ଏହାର ପତ୍ରରେ ବି ଭରି ରହିଛି ଅନେକ ଔଷଧୀୟ ଗୁଣ; କ୍ୟାନ୍‌ସରରୁ ଦିଏ ମୁକ୍ତି

ଲିଚୁ କୋଳି ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ। ଏଣୁ ଅନେକ ଲୋକଙ୍କ ପ୍ରିୟ ଫଳ ହୋଇଥାଏ ଲିଚୁ। ଏଥିରେ ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ନିୟାସିନ୍‌, ରାଇବୋଫ୍ଲେବିନ୍‌, ଫୋଲେଟ୍‌ ଓ ଆଇରନ୍‌ ଭଳି ପୋଷକ ତତ୍ତ୍ୱ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉତ୍ତମ ହୋଇଥାଏ। ତେବେ କେବଳ ଲିଚୁ ନୁହେଁ, ଏହାର ପତ୍ର ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆଜି ଆସନ୍ତୁ ଜାଣିବା ଲିଚୁ ପତ୍ରର ଫାଇଦା ସମ୍ପର୍କରେ…

ରହିଛି କ୍ୟାନ୍‌ସରରୋଧୀ ଗୁଣ:

ଲିଚୁ ପତ୍ରରେ ଥିବା ପୋଷକ ତତ୍ତ୍ୱ କ୍ୟାନ୍‌ସର ଭଳି ଗୁରୁତର ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ଲିଚୁ ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଥାଏ। ଏହି ପତ୍ର ଶରୀରରେ କ୍ୟାନ୍‌ସରର ସେଲ୍ସକୁ ବଢ଼ିବାରେ ରୋକିଥାଏ।

ହାର୍ଟ ପାଇଁ ଖୁବ ଭଲ:

ହୃଦ୍‌ ସମ୍ବନ୍ଧୀୟ ରୋଗ ଥିଲେ ଲିଚୁ ପତ୍ରରେ ତିଆରି ଚା’ ପିଅନ୍ତୁ। ଏହା ଶରୀରର ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ହାର୍ଟ ବିଟ୍‌କୁ ଠିକ୍‌ କରିବାରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଣୁ ହାର୍ଟ ସହ କିଛି ରୋଗ ସହ ଯୁଝୁଥିଲେ ଲିଚୁ ପତ୍ର ସେବନ କରନ୍ତୁ।

litchi

ଓଜନ କମ୍‌ କରେ:

ଲିଚୁ ପତ୍ରରେ କମ୍‌ ମାତ୍ରାରେ କ୍ୟାଲୋରୀ ରହିଥାଏ। ଏଥିସହ ଏଥିରେ ଫାଇଭର ମଧ୍ୟ ରହିଥାଏ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଲିଚୁ ପତ୍ର ସେବନ କରନ୍ତୁ। ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ତ୍ୱଚାକୁ ପୋଷଣ ଯୋଗାଇବାରେ ସାହାଯ୍ୟ କରେ।

କାଶ ଦୂର କରେ:

ଲିଚୁ ପତ୍ରରେ ଥିବା ଔଷଧୀୟ ଗୁଣ କାଶ, ସର୍ଦ୍ଦି ଆଦି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ଆପଣ ଏହାର ପତ୍ରରେ ଚା’ କରି ନିୟମିତ ସେବନ କଲେ, କାଶ ସମସ୍ୟା ଦୂର ହେବ।

ପୋକ କାମୁଡ଼ିଦେଲେ:

ଦେହକୁ ପୋକ କାମୁଡ଼ିଲେ ମଧ୍ୟ ଆପଣ ଲିଚୁ ପତ୍ର ବ୍ୟବହାର କରିପାରିବେ। ଛୋଟ ବିଷାକ୍ତ ପୋକ କାମୁଡ଼ିଲେ ଦେହ କୁଣ୍ଡାଇ ହୁଏ। ଏଭଳି ସ୍ଥିତିରେ ଲିଚୁ ପତ୍ରକୁ ପେଷ୍ଟ କରି ପ୍ରଭାବିତ ଜାଗାରେ ଲଗାନ୍ତୁ। ଦେଖିବେ ଆରାମ ମିଳିବ।

ପେଟକୁ ଭଲ ରଖେ:

ଲିଚୁ ପତ୍ରରେ ଭରପୂର ମାତ୍ରାରେ ଫାଇଭର ରହିଛି, ଯାହା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ। ଏହି ପତ୍ରରେ ଭିଟାମିନ୍‌ ବି କମ୍ପ୍ଲେକ୍ସ ରହିଛି। ଏହା ଶରୀରକୁ ଆକ୍ଟିଭ୍‌ ରଖିବାରେ ସାହାଯ୍ୟ କରେ। ଏଥିସହ ଅଧିକ ସମୟ ଯାଏଁ ଶରୀରକୁ ଏନର୍ଜେଟିକ୍‌ ଅନୁଭବ କରାଏ।

Also Read: ଜାମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଲସ୍କର ସହ ଥିଲା ସମ୍ପର୍କ

Leave A Reply

Your email address will not be published.