ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ପିଆଜ ଚା ଏବଂ କିପରି କରିବେ ପ୍ରସ୍ତୁତ
କଣ ଆପଣ ଜାଣିଛନ୍ତି ଯେ ପିଆଜରେ ମଧ୍ୟ ଚା’ ପ୍ରସ୍ତୁତ କରାଯାଇ ପାରେ । ସାଧାରଣତଃ ବର୍ଷାଦିନେ କିମ୍ବା ଶୀତଦିନେ ଆପଣ ଅଦାରେ ତିଆରି ଚା’ ନିଶ୍ଚୟ ପିଉଥିବେ କିନ୍ତୁ କେବେ ଆପଣ ପିଆଜର ଚା ପିଇଛନ୍ତି କି ? ଯଦି ଆପଣ ଜାଣିନାହାନ୍ତି ତାହେଲେ ଜାଣି ରଖନ୍ତୁ ଯେ ପିଆଜର ଚା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରୁ ମିଳୁଥିବା ତତ୍ତ୍ୱ ଶରୀର ପାଇଁ ବହୁତ ଉପକାରକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ପିଆଜ ଚା କିପରି ପ୍ରସ୍ତୁତ କରାଯାଏ ଏବଂ ଏହାଦ୍ୱାରା ଶରୀରକୁ କେଉଁ ପ୍ରକାର ଲାଭ ମିଳିଥାଏ ।
କିପରି ପ୍ରସ୍ତୁତ କରିବେ ପିଆଜ ଚା’
ପ୍ରଥମେ ଗରମ ପାଣିରେ ପିଆଜକୁ ଭଲଭାବେ ଧୋଇଦିଅନ୍ତୁ
ତାପରେ ଏହାକୁ ଛୋଟ ଛୋଟ କରି କାଟି ପାଣିରେ ପକାଇ ଦିଅନ୍ତୁ
ବର୍ତ୍ତମାନ ଏଥିରେ କିଛି ଲେମ୍ବୁରସ ଓ ଗ୍ରୀନ ଟି ମିଶାଇ ଦିଅନ୍ତୁ
ତାପରେ ଏହାକୁ ଛାଣି ନିଜ ସ୍ୱାଦ ହିସାବରେ ମହୁ ମିଶାଇ ପିଅନ୍ତୁ
ସ୍ୱାସ୍ଥ୍ୟପ୍ରତି ପିଆଜ ଚା’ର ଉପକାରିତା
- ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଓଜନ କମ ରହିଥାଏ ଏବଂ ହାଇପରଟେନସନର ସମ୍ଭାବନ କମ ରହିଥାଏ ।
- ଯଦି ଆପଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ଆସୁନାହିଁ ତାହେଲେ ପିଆଜ ଚା ସେବନ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଥାଏ ।
- ପିଆଜରେ ଭିଟାମିନ ସି ରହିଥାଏ ଯାହାକି ଥଣ୍ଡା ଏବଂ ସର୍ଦ୍ଦିରୁ ମୁକ୍ତି ଦେଇଥାଏ ।
- ପିଆଜର ଚା କ୍ୟାନସର ସେଲସ ଗୁଡିକୁ ରୋକିଥାଏ ଏବଂ କୋଲିନ କ୍ୟାନସରକୁ ଠିକ କରିବା ପାଇଁ ସାହାଯ୍ୟ କରିଥାଏ ।
- ପିଆଜ ଆମ ଶରୀରରେ ଥିବା ଗ୍ଲୁକୋଜ ଦ୍ୱାରା ଇନ୍ସୁଲିନ ରେଜିଟେଣ୍ଟକୁ ବଢ଼ିଥାଏ ଯାହାଦ୍ୱାରା ଡାଇବେଟିସରୁ ମୁକ୍ତି ମିଳିଥାଏ ।