ମହିଳାମାନେ ପ୍ରତିଦିନ କିଛି କିଛି ଅମୃତଭଣ୍ଡା ଖାଇବା ଉଚିତ, ଜାଣନ୍ତୁ କଣ ସବୁ ରହିଛି ଫାଇଦା

ଫଳ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ହୋଇଥାଏ ।  ସୁସ୍ଥ ରହିବା ପାଇଁ ଡାକ୍ତରମାନେ ନିଜ ଦୈନନ୍ଦିନ ଡାଏଟରେ ଫଳ ଖାଇବାକୁ ପରାମର୍ଶ ଦିଅନ୍ତି ।  ଫଳ ଭିତରେ ଅମୃତଭଣ୍ଡାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।  ଯାହାକୁ କଞ୍ଚା ଓ ପାଚିଲା ଉଭୟ ଭାବରେ କହିହୁଏ ।  ପାଚିଲା ଭଣ୍ଡାକୁ ଆପଣ ଫଳ ଭାବରେ ଖାଉଥିବାବେଳେ କଞ୍ଚା ଭଣ୍ଡାକୁ ପରିବା ଭାବରେ ଖାଇପାରିବେ ।  ଯାହାକୁ ତରକାରୀ, ସାଲାଡ ତଥା ପରଠା ଆଦି ସହ ଖାଇପାରିବେ ।  ଏମିତିରେ ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକତତ୍ତ୍ୱ ରହିଛି । ଯେଉଁଥିରେ ଅନେକ ପ୍ରକାରର ଭିଟାମିନ, ଏଞ୍ଜାଇମ ସମେତ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ ବି ମହଜୂତ ଥାଏ ।  ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ଅମୃତଭଣ୍ଡା ଖାଇବା ଲାଭଦାୟୀ ହୋଇଥାଏ | କଞ୍ଚା ଭଣ୍ଡାରେ ଥିବା ଭିଟାମିନ ଇ, ସି, ବି, ଏ, ମ୍ୟାଗନେସିୟମ, ପୋଟାସିୟମ, ମିନେରାଲ୍ସ ପରି ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ ।  ବିଶେଷ କରି ମହିଳା ମାନେ କଞ୍ଚା ଭଣ୍ଡା ଖାଇବା ଉଚିତ ।  ଓଡ଼ିଆ ଘରେ ସାଧାରଣତଃ କଞ୍ଚା ଭଣ୍ଡା ଆମେ ଡ଼ାଲେମା କିମ୍ବା ସନ୍ତଳାରେ ହିଁ ବ୍ୟବହାର କରିଥାଉ ।  ଅଥବା ଆପଣ ଚାଟ କିମ୍ବା କୋଫତା ଆଦି ବନେଇ ବି ଖାଇପାରିବେ ।  ତେବେ ଅମୃତଭଣ୍ଡାରୁ ଶରୀରକୁ କଣ କଣ ଲାଭ ମିଳିଥାଏ ଆସନ୍ତୁ ଜାଣିରଖିବା ।

ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳେ:

କଞ୍ଚା ଭଣ୍ଡାରେ ଏଞ୍ଜାଇମ, ନ୍ୟୁଟ୍ରିଏଣ୍ଟସ ପ୍ରଚୁର ଥାଏ ।  ଯାହାକୁ ଖାଇବା ଦ୍ୱାରା ମହିଳାଙ୍କୁ ପିରିୟ୍ଡ଼ସ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।  କଞ୍ଚା ଅମୃତଭଣ୍ଡା ଆପଣଙ୍କ ଶରୀରରେ ଅକ୍ସିଟୋସିନ ଓ ପ୍ରୋସ୍ଟାଇଙ୍ଗଡିନ ନାମକ ହର୍ମୋନ ବଢ଼ାଇଥାଏ ।  ପିରିୟ୍ଡ଼ସ ସମୟରେ ହେଉଥିବା ଦରଜରୁ ମୁକ୍ତି ମିଳିଥାଏ ।

ୟୁରିନ ଇନଫେକ୍ସନରେ ସାହାଯ୍ୟ କରେ:

ମହିଳାଙ୍କ ଠାରେ ୟୁରିନ ଇନଫେକ୍ସନର ସମସ୍ୟା ଥାଏ ।  ଏହି ସମସ୍ୟାରୁ କିଛିଟା ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ଭଣ୍ଡା ଖାଇପାରିବେ । ଏହା ଆପଣଙ୍କ ଶରୀରରେ ଇନଫେକ୍ସନ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦିଏ ।

papaya
iamge credit: Thrive Meetings and Events

ମା’ କ୍ଷୀର ପାଇଁ ଲଭଦାୟୀ:

ଯେଉଁ ମହିଳାମାନେ ସ୍ତନ୍ୟପାନ କରୁଥାନ୍ତି । ସେମାନଙ୍କ ପାଇଁ କଞ୍ଚା ଭଣ୍ଡା ଲାଲଭଦାୟୀ ହୋଇଥାଏ ।  କ୍ଷୀର ଉତ୍ପାଦନରେ ଏହା ସାହାଯ୍ୟ କରେ ।  ମା’ ଠାରେ କ୍ଷୀର ହେଲେ ଶିଶୁକୁ ମଧ୍ୟ ଆବଶ୍ୟକତା ଅନୁସାରେ କ୍ଷୀର ମିଳିପାରେ ।

ଆଖି ସୁସ୍ଥ ରଖେ:

ବୟସ ବଢିବା ସହିତ ଆଖିର ଜ୍ୟୋତି କମିବାକୁ ଲାଗିଥାଏ ।  ଏମିତିରେ ଆପଣ କଞ୍ଚା ଭଣ୍ଡାକୁ ନିଜ ଡାଏଟରେ ସାମିଲ କରିପାରିବେ ।  ଏଥିରେ ଥିବା ଭିଟାମିନ ଏ ଆଖିର ଜ୍ୟୋତି ବଢ଼ାଇଥାଏ ।

କୋଲେଷ୍ଟେରଲକୁ ନିୟନ୍ତ୍ରଣରେ ରଖେ:

ଭଣ୍ଡାରେ ପ୍ରଚୁର ଫାଇବର ଥାଏ ।  ଏହା ବ୍ୟତୀତ ଏଥିରେ ଭିଟାମିନ-ସି ଆଣ୍ଟିଆକ୍ସିଡେଣ୍ଟ ବି ଭରପୁର ପରିମାଣରେ ମିଳିଥାଏ ।  ଯାହାକି ଆପଣଙ୍କ ଶରୀରର କୋଲେଷ୍ଟେରଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।  ହୃଦରୋଗ ସମ୍ବନ୍ଧୀୟ ଆଶଙ୍କା ବି ଦୂର ହୋଇପାରିବ ।

ଇମ୍ୟୁନିଟି ବଢାଏ ଓ ଓଜନ କମ କରେ:

ଏଥିରେ ଥିବା ବିଭିନ୍ନ ପ୍ରକାର ଭିଟାମିନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଏଥିରେ ଥିବା ଫାଇବର ତଥା ଏଞ୍ଜାଇମ ଓଜନ ନିୟନ୍ତ୍ରଣରେ ରଖିବାରେ ସହାୟକ ହୁଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.