ଲାଇଫ୍ ଷ୍ଟାଇଲ୍

ଅମୃତଭଣ୍ଡା ପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ ଏହାର ଉପକାରିତା

ଅମୃତ ଭଣ୍ଡା ବହୁତ ଉପକାରୀ। କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ହୋଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରରର ଜୁସ୍‌ ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା ପତ୍ର ଜୁସ୍‌ ପିଇବା ଦ୍ୱାରା ଶରୀରେ ରକ୍ତକଣିକା (ପ୍ଲେଟ୍‌ଲେଟ୍) ବଢ଼ିଥାଏ।

ହେଲେ ଏସବୁ ବାଦ୍‌, ଅମୃତଭଣ୍ଡା ପତ୍ରରେ ଯେ ଆହୁରି ଅନେକ ଔଷଧୀୟ ଗୁଣ ରହିଛି ତାହା ବୋଧ୍‌ହୁଏ ସମସ୍ତଙ୍କୁ ଜଣାନଥିବ। ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। କେବଳ ଏହି ଗୋଟିଏ ନୁହେଁ, ଅନେକ ଘରୋଇ ଉପଚାରରେ ମଧ୍ୟ ଅମୃତ ଭଣ୍ଡା ପତ୍ରର ବ୍ୟବହାର କରାଯାଇପାରେ।

ଡେଙ୍ଗୁ; ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ। ଏହାକୁ ପିଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଜ୍ଵର ଭୋଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରରେ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ। ତେବେ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍‌ ପିଇଲେ ଡେଙ୍ଗୁ ଭଲ ହୋଇପାରିବ ନାହିଁ। ଏହା କେବଳ ରୋଗ ଭଲ କରିବାରେ ସହାୟକ ହେବ। କିନ୍ତୁ ଡେଙ୍ଗୁ ହେଲେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ତେଣୁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ।

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ

ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ପେଟ ବ୍ୟଥା, ବଦହଜମି, ଗ୍ୟାସ୍ ଭୋଳି ରୋଗରୁ ମୁକ୍ତି ଦେଇଥାଏ । ଅମୃତ ଭଣ୍ଡା ପତ୍ର ପ୍ରୋଟିନକୁ ହଜମ କରିବାରେ ମଧ୍ୟ ସାହାଜ୍ୟ କରିଥାଏ।

କିପରି ପ୍ରସ୍ତୁତ କରିବେ ଅମୃତ ଭଣ୍ଡା ପତ୍ର ଜୁସ୍ ?

ଏଥିପାଇଁ ଅମୃତ ଭଣ୍ଡା ପତ୍ର ନେଇ ସେଥିରେ ଆବଶ୍ୟକ ପରିମାଣରେ ପାଣି ମିଶାଇ ଭଲକରି ଗ୍ରାଇଡିଂ କରି ଆପଣ ଜୁସ୍ ପ୍ରସ୍ତୁତ କରିପାରିବେ। ଏହାପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ଚିନି ମିଶାଇ ଏହାକୁ ପିଇପାରିବେ।

କେଶ ଉପୁଡ଼ିବାରୁ ରକ୍ଷା ମିଳେ- ଅମୃତ ଭଣ୍ଡା ପତ୍ର ସେବନ କରିବା ଦ୍ଵାରା କେଶ ମଜବୁତ ହେବା ସହିତ ନୂଆ କେଶ ଉଠିବାରେ ମଧ୍ୟ ସାହାଯ୍ୟ କରେ। ଏଥିରେ ପୂର୍ଣ୍ଣମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଉପି ଭଳି ସମସ୍ୟା ଦୂର ହୋଇଥାଏ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

11 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

47 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

55 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago