କାହିଁକି ବେଡରୁମରେ ଲଗାଯାଇଥାଏ ରାଧାକୃଷ୍ଣଙ୍କ ଫଟୋ ? ବିବାହିତ ଦମ୍ପତି ନିଶ୍ଚିତ ପଢନ୍ତୁ

ବିବାହ ଏକ ପ୍ରବିତ୍ର ବନ୍ଧନ ଯେଉଁ ବନ୍ଧନ ଦ୍ବାରା ଜଣେ ପୁରୁଷ ଏବଂ ସ୍ତ୍ରୀ ଏକ ସମ୍ପର୍କରେ ଆବଦ୍ଧ ହୋଇଥାନ୍ତି । ତେବେ ଯଦି ଏହି ସମ୍ପର୍କରେ କୌଣସି କାରଣରୁ ବିବାଦ ଉପୁଜିଥାଏ, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହିଭଳି ପରିସ୍ଥିତିରେ ସମ୍ପର୍କକୁ କିଭଳି ମଜ୍ବୁତ କରିପାରିବା ଏବଂ ପରସ୍ପର ପ୍ରତି ଭଲପାଇବାକୁ ଆହୁରି ବଢାଇପାରିବା ସେନେଇ ଆସନ୍ତୁ ଜାଣିବା କିଛି ଉପାୟ ।

krishnaଏମିତି ଆମେ ଶୁଣିବାକୁ ପାଇଥାନ୍ତି କି ; ଦମ୍ପତିମାନେ ନିଜର ବେଡରୁମରେ କୌଣସି  ଭଗବାନଙ୍କ ଫଟୋ ଲଗାଇବା ମନା । ହେଲେ ଯେଉଁ ଦମ୍ପତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପ୍ରାୟତଃ ଝଗଡା ଲାଗି ରହୁଥିବ ସେହି ଦମ୍ପତିମାନେ ରାଧାକୃଷ୍ଣଙ୍କ ଫଟୋ ନିଜର ବେଡରୁମରେ ଲଗାଇବା ଉଚିତ୍ ।

ଅାହୁରୀ ପଢ଼ନ୍ତୁ : ଶୀକୃଷ୍ଣ ବାଣୀ : ଅଜାଣତରେ ହୋଇଥିବା ପାପର ଏପରି କରନ୍ତୁ ପ୍ରାୟଶ୍ଚିତ

ଯେଉଁ ଦମ୍ପତିମାନେ ସନ୍ତାନ ସୁଖ ପାଇବାକୁ ଚାହୁଁଛନ୍ତି ସେମାନେ ନିଜ ବେଡରୁମରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ ଗୋପାଲ ଫଟୋ ଲଗାଇ ଦର୍ଶନ କରିବା ଶୁଭ ହୋଇଥାଏ । ହେଲେ ଏହି ଫଟୋ ମହିଳାମାନେ ଶୋଇବା ସମୟରେ ମୁହଁ ସାମ୍ନାରେ ଥିବା କବାଟରେ ଲଗାଇବା ଉଚିତ୍ ।

krishnaସେହିପରି ରାଧାକୃଷ୍ଣଙ୍କୁ ପ୍ରେମର ପ୍ରତୀକ ବୋଲି ଧରାଯାଏ । ତେଣୁ ସ୍ବାମୀ-ସ୍ତ୍ରୀଙ୍କୁ ନିଜର ବେଡରୁମର ମୁଖ୍ଯ କବାଟରେ ରାଧାକୃଷ୍ଣଙ୍କ ଏକ ସୁନ୍ଦର ଫଟୋ ଲଗାଇବା ଉଚିତ୍ । ଏଠାରେ କହିବାକୁ ଚାହିଁବୁ କି ଏହି ଫଟୋ ଯଦି ଲାଲ୍ ରଙ୍ଗର ଫ୍ରେମରେ ତିଆରି ହୋଇଥାଏ, ତେବେ ଏହାର ପରିଣାମ ଶୀଘ୍ର ମିଳିବା ସହ ଫଳପ୍ରଦ ହୋଇଥାଏ ।

radhaସ୍ବାମୀ-ସ୍ତ୍ରୀ ନିଜର ସମ୍ପର୍କ କୁ ମଧୁର କରିବା ପାଇଁ ରାଧାକୃଷ୍ଣଙ୍କ ଫଟୋର ଠିକ୍ ସାମ୍ନାରେ ନିଜର ଫଟୋ ଲଗାଇବା ଉଚିତ୍ । ଯଦି ସ୍ବାମୀ-ସ୍ତ୍ରୀ ସକାଳ ଏବଂ ସନ୍ଧ୍ଯା ସମୟରେ ଭଗବାନଙ୍କ ଏହି ଫଟୋକୁ ଦର୍ଶନ କରିବେ ତେବେ ସେମାନଙ୍କ ଭିତରେ ଥିବା ସମସ୍ତ ବିବାଦ କମିବାକୁ ଲାଗିବା ସହ ସେମାନଙ୍କ ମଧ୍ଯରେ ଭଲପାଇବା ଏବଂ ବିଶ୍ବାସ ଆହୁରି ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.