ସୁଆଁ ଚାଉଳରେ ରହିଛି ଅନେକ ଔଷଧୀୟ ଗୁଣ, ଡାଇବେଟିସ୍‌ଠୁ ଆରମ୍ଭ କରି ମୋଟାପଣ ଯାଏଁ ସବୁଥିରୁ ଦିଏ ମୁକ୍ତି

ପ୍ରାୟତଃ ପୂଜା ଉପବାସରେ ଲୋକମାନେ ସୁଆଁ ଚାଉଳର ପଲଉ, ଖେଚୁଡ଼ି ଓ ଖିରି ଆଦି ଖାଇଥାନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ଦାନା ଥିବା ଚାଉଳ ଅନେକ ରୋଗରୁ ବି ମୁକ୍ତି ଦେବାରେ ସହାୟକ ହେବ। ସୁଆଁ ଚାଉଳକୁ ଦେଶରେ ମୋରଧନ, ଭଗର, ସମା ଚାଉଳ ବୋଲି ମଧ୍ୟ କୁହାଯାଏ। ସୁଆଁ ଚାଉଳ ଏକ ପ୍ରକାରର ଘାସ ମଞ୍ଜି। ଏହା କ୍ଷେତରେ ଆପେ ଆପେ ଉଠେ। ଏହି ଚାଉଳ ମଧ୍ୟ ସାଧାରଣ ଚାଉଳ ଭଳି ହୋଇଥାଏ। ଏହା କୌଣସି ଖାଦ୍ୟ ଶସ୍ୟ ନୁହେଁ। କିନ୍ତୁ ଶସ୍ୟ ଭଳି ହିଁ ଏହା ଶରୀରକୁ ପୋଷଣ ଯୋଗାଇଥାଏ। ତେବେ ଆସନ୍ତୁ ଜାଣିବା ସୁଆଁ ଚାଉଳର ଫାଇଦା ସମ୍ପର୍କରେ…

  • ସୁଆଁ ଚାଉଳ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥାଏ। ଏହା ହାଲ୍‌କା ହୋଇଥିବାରୁ ପାଚନ ତନ୍ତ୍ର ଉପରେ କୌଣସି ପ୍ରଭାବ ପକାଇନଥାଏ। ଏଣୁ ବ୍ରତରେ ସୁଆଁ ଚାଉଳରେ ତିଆରି ଭୋଜନ ଖିଆଯାଏ।
  • ସୁଆଁ ଚାଉଳରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଯାହା ଭୋକ କମ୍‌ କରେ। ଫଳରେ ଓଜନ କମିଥାଏ। ଏଥିସହ ସୁଆଁ ଚାଉଳ ପେଟର ଗ୍ୟାସ୍‌ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
  • ସୁଆଁ ଚାଉଳରେ ଫାଇବର ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ। ଯାହା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ହୋଇଥାଏ ଓ ଋତୁକାଳୀନ ରୋଗରୁ ମଧ୍ୟ ମୁକ୍ତି ମିଳେ।
  • ସୁଆଁ ଚାଉଳରେ ଖୁବ୍‌ କମ୍‌ ମାତ୍ରାରେ ଶର୍କରା ରହିଛି। ଏଣୁ ସୁଗର ବା ଡାଇବେଟିସ୍‌ ରୋଗୀ ଏହାକୁ ଆରାମରେ ସେବନ କରିପାରିବେ।
  • ସୁଆଁ ଚାଉଳରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥାଏ। ଯାହା ଦ୍ୱାରା ଶରୀର ହାଲ୍‌କା ଓ ଏନର୍ଜେଟିକ୍‌ ରହେ। ଏଥିସହ ମାଂସପେଶୀକୁ ମଜଭୁତ ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ।
  • ସୁଆଁ ଚାଉଳ ଗ୍ଲୁଟନ୍‌ ଫ୍ରି ହୋଇଥାଏ। ଫଳରେ ଶରୀର ସବୁ ପ୍ରକାରର ପୋଷକ ତତ୍ତ୍ୱକୁ ସହଜରେ ଅବଶୋଷିତ କରିପାରେ।
  • ଏହି ଚାଉଳରେ ଆଦୌ ସୋଡ଼ିୟମ୍‌ ନଥାଏ। ଫଳରେ ଶରୀରର ରକ୍ତ ସଞ୍ଚାଳନ ନର୍ମାଲ ରହିଥାଏ।
  • ଅନ୍ୟ ଚାଉଳ ତୁଳନାରେ ସୁଆଁ ଚାଉଳରେ ୩୦ ଗୁଣ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଆଣ୍ଟି ଏଜିଂ ସମସ୍ୟା ଦୂର କରେ।
  • ସାଧାରଣ ଚାଉଳ ତୁଳନାରେ ସୁଆଁ ଚାଉଳରେ କମ୍‌ କ୍ୟାଲୋରୀ ରହିଛି। ଏଣୁ ପ୍ରତିଦିନ ଏହାକୁ ଖାଇଲେ ମଧ୍ୟ ଓଜନ ବଢ଼ି ନଥାଏ।
  • ଡାଳିମ୍ବ ତୁଳନାରେ ସୁଆଁ ଚାଉଳରେ ୫ ଗୁଣ ଅଧିକ ଆଇରନ୍‌ ରହିଛି। ଯାହା ଥକାପଣ ଓ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ଦେଇଥାଏ।