ଆପଣ ଜାଣିଛନ୍ତି କି ସ୍କିନ୍‌ ଫାଷ୍ଟିଙ୍ଗ୍‌ କ’ଣ? ସକାଳୁ ଉଠି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଏହି କାମ, ଚମକିବାରେ ଲାଗିବ ତ୍ୱଚା

ଯଦି ଆପଣ ନିଜ ଚେହେରାରେ ପ୍ରାକୃତିକ ଚମକ ଚାହୁଁଛନ୍ତି, ତା’ହେଲେ ଏହି ଟିପ୍ସ ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ଆଜି ଆମେ ଆପଣଙ୍କୁ ସ୍କିନ୍‌ ଫାଷ୍ଟିଙ୍ଗ୍‌ ବିଷୟରେ କହିବୁ। ବିୟୁଟି ଇଣ୍ଡଷ୍ଟ୍ରୀରେ ସ୍କିନ୍‌ ଫାଷ୍ଟିଙ୍ଗ୍‌ର ଟ୍ରେଣ୍ଡ ବହୁତ ଲୋକପ୍ରିୟ ରହିଛି। ସାଧାରଣ ଭାଷାରେ କହିବାକୁ ଗଲେ, ତ୍ୱଚାକୁ କିଛିଦିନ ପର୍ଯ୍ୟନ୍ତ ଆରାମ ଦେଇ ଏହାକୁ ସ୍ୱାଭାବିକ ରୂପେ ଠିକ୍‌ କରିବା ପାଇଁ ଛାଡ଼ି ଦେବା।

ଆମେ ଆମ ଦୈନନ୍ଦିନ ସ୍କିନ୍‌ କେୟାର ରୁଟିନ୍‌ରେ କ୍ଲିଞ୍ଜର, ଟୋନର, ସନସ୍କ୍ରୀନ୍‌, ମଇଶ୍ଚରାଇଜର ଆଦି ବ୍ୟବହାର କରିଥାଉ। କିନ୍ତୁ ଯେତେବେଳେ ଆପଣ ସ୍କିନ୍‌ ଫାଷ୍ଟିଙ୍ଗ୍‌ କରିବେ, ତ ଏ ସମସ୍ତ ଜିନିଷ ଲଗାଇବା ବନ୍ଦ କରିଦେବେ। ସ୍କିନ୍‌ ଫାଷ୍ଟିଙ୍ଗ୍‌ ପ୍ରକ୍ରିୟ ତ୍ୱଚା ପାଇଁ ବହୁତ ଜରୁରୀ ହୋଇଥାଏ। ଏହାଦ୍ୱାରା ତ୍ୱଚାରେ ପ୍ରାକୃତିକ ଚମକ ଆସିବା ସହିତ ସ୍କିନ୍‌ ଭିତରୁ ଡିଟକ୍ସ ହୋଇଥାଏ।

ଏମିତି କରନ୍ତୁ ସ୍କିନ୍‌ ଫାଷ୍ଟିଙ୍ଗ୍‌

-ଆପଣ ସ୍କିନ୍‌ ଫାଷ୍ଟିଙ୍ଗ୍‌ ରାତିରୁ ହିଁ ଆରମ୍ଭ କରନ୍ତୁ।

-ଶୋଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ।

-ବିନା କୌଣସି ପ୍ରଡକ୍ଟ ବ୍ୟବହାର କରି ଶୋଇ ଯାଆନ୍ତୁ।

-ସକାଳୁ ଉଠି ହାଲୁକା ଉଷୁମ ପାଣିରେ ଚେହେରା ଧୁଅନ୍ତୁ।

-ଯଦି ଆପଣଙ୍କ ତ୍ୱଚାରେ ନମନୀୟତା ବଜାୟ ରହିଥାଏ, ତ ଏହାକୁ ଲମ୍ବା ସମୟ ଯାଏ କରନ୍ତୁ।

-ଆପଣଙ୍କ ସ୍କିନ୍‌ ଉପରେ ଏହା କେମିତି ପ୍ରଭାବ ପକାଉଛି, ତାହା ଅନୁସାରେ ହିଁ ଏହାର ଅବଧି ଧାର୍ଯ୍ୟ କରନ୍ତୁ।

ସ୍କିନ୍‌ ଫାଷ୍ଟିଙ୍ଗ୍‌ ବେଳେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ସ୍କିନ୍‌ରେ କୌଣସି ପ୍ରକାର ସମସ୍ୟା ଥିଲେ ଏହା କରନ୍ତୁ ନାହିଁ।

-ଭରପୂର ମାତ୍ରାରେ ପାଣି ପିଅନ୍ତୁ। ନଚେତ୍‌ ସ୍କିନ୍‌ ଶୁଷ୍କ ତଥା ଡଲ୍‌ ଦେଖାଯିବ।

-ଏହାକୁ ଗୋଟିଏ ସପ୍ତାହରୁ ଅଧିକ ସମୟ କରନ୍ତୁ ନାହିଁ।

-ସ୍କିନ୍‌ ଉପରେ ଯଦି କିଛି ଟ୍ରିଟ୍‌ମେଣ୍ଟ ଚଲାଇଛନ୍ତି, ତ ବିଲ୍‌କୁଲ ଏହାକୁ କରନ୍ତୁ ନାହିଁ।

-ସ୍କିନ୍‌ ଯଦି ଅଧିକ ଡ୍ରାଏ, ତେବେ ଗୋଲାପ ଜଳ, ହୋମ୍‌ମେଡ ଫେସ୍‌ ପ୍ୟାକ୍‌ ଆଦି ପ୍ରୟୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.