ସୁନ୍ଦର ଏବଂ ମଜବୁତ କେଶ ପାଇଁ ବ୍ୟବହାର କରନ୍ତୁ ସଜନା ପତ୍ର ପ୍ୟାକ୍‌

ସ୍ୱାସ୍ଥ୍ୟ ଉପକାରୀ ସଜନା ପତ୍ର । ସଜନା ପତ୍ର ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ମଧୁମେହ ହେବାର ଆଶଙ୍କା ମଧ୍ୟ କମାଇଥାଏ । ସଜନାରେ କ୍ଲୋରୋଜେନିକ ଏସିଡ୍‌ ଥାଏ, ଯାହା ଖାଦ୍ୟ ଖାଇବା ପରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହାର ପତ୍ରରେ ଫାଇଟୋନୁଟ୍ରିଏଣ୍ଟ ଭରପୂରରହିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିଥାଏ । ତେବେ ସଜନା ପତ୍ର ସ୍ୱାସ୍ଥ୍ୟ ଉପକାରୀ ହୋଇଥିବା ବେଳେ ଏହା କେଶ ଏବଂ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟୀ । ଆସନ୍ତୁ ଏ ବିଷୟରେ ଜାଣିବା…

ସଜନା ପତ୍ରର ଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ । ଅନେକଙ୍କ ବାଡ଼ି-ବଗିଚାରେ ସଜନା ଗଛ ରହିଥାଏ । ଏହା ସ୍ୱାସ୍ଥ୍ୟ, ତ୍ୱଚା ଓ କେଶ ପାଇଁ ବହୁ ଉପକାରୀ । ସଜନା ପତ୍ରରେ ଅନେକ ଔଷଧିୟ ଗୁଣ ମଧ୍ୟ ଭରି ରହିଛି । ତେବେ ଆସନ୍ତୁ ଜାଣିବା ସଜନା ପତ୍ରରୁ କିପରି ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରି ପାରିବା ଏବଂ କେଶରେ ଏହାର ପ୍ରୟୋଗ କିପରି କରିବା ।

ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣ ସଜନା ପତ୍ରକୁ ଶୁଖାଇ ଗୁଣ୍ଡ କରି ନଚେତ୍‌ କଞ୍ଚା ପତ୍ର ମଧ୍ୟ ବ୍ୟବହାର କରି ପାରିବେ । ଏଥିପାଇଁ ସଜନା ପତ୍ର, ମହୁ ଓ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ମସାଜ୍‌ କରି ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ମାସରେ ଦୁଇଥର ଏପରି କରିବା ଦ୍ୱାରା କେଶ ମଜବୁତ୍‌ ହେବା ସହ ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଠିକ୍‌ ସେହିଭଳି ସଜନା ପତ୍ରର ପେଷ୍ଟ ସହିତ ମହୁ ଏବଂ ଲେମ୍ବୁ ରସ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମଧ୍ୟ ଲଗାଇ ପାରିବେ । କିନ୍ତୁ ମନେ ରଖନ୍ତୁ ସମସ୍ତଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍‌ କରେ ନାହିଁ । ତେଣୁ ଯେଉଁମାନଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍‌ କରେ ନାହିଁ ସେମାନେ ଲେମ୍ବୁ ରସକୁ ବାଦ୍‌ ଦେଇ ଏହି ପ୍ୟାକ୍‌ ତ୍ୱଚାରେ ଲଗାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ିଦେବେ । ଏହାପରେ ଥଣ୍ଡା ପାଣିରେ ତ୍ୱଚାକୁ ଧୋଇ ଦେବେ । ଏହାକୁ ୧୫ ଦିନରେ ଥରେ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ନିଶ୍ଚୟ ଆସିବ ଏବଂ ତ୍ୱଚା ରୁକ୍ଷ ହେବ ନାହିଁ ।