ଶୋଇବା ପୂର୍ବରୁ ପିନ୍ଧନ୍ତୁ ଓଦା ମୋଜା, ସ୍ବାସ୍ଥ୍ୟରେ ପାଇବେ ଆଶ୍ଚର୍ୟ୍ୟଜନକ ପରିବର୍ତ୍ତନ

ବର୍ଷା ଦିନରେ ଭିଜିବା କାରଣରୁ ଆପଣଙ୍କର ମୋଜା ଓଦା ହୋଇଯାଇଛି ତେବେ ଆପଣ ନିଶ୍ଚୟ ବ୍ୟସ୍ତ ଥିବେ କିପରି ପାଦରୁ ଏହି ଓଦା ମୋଜାକୁ କାଢିବା ପାଇଁ । କିନ୍ତୁ ଯଦି ଆପଣ ଓଦା ମୋଜା ପିନ୍ଧିବାର ଏହି ଫାଇଦା ବିଷୟରେ ଜାଣି ଯିବେ ତାହେଲେ ପାଦରୁ କାଢିବା ପୂର୍ବରୁ ନିଶ୍ଚୟ ଥରେ ଭାବିବେ । ଜାଣନ୍ତୁ, କ’ଣ ମିଳିଥାଏ ଫାଇଦା :
ଆପଣଙ୍କୁ ଜ୍ବର ହେଉ ଅବା ଥଣ୍ଡା, ପେଟ କାଟୁ ଅଥବା ମୁଣ୍ଡ ବିନ୍ଧା ସମସ୍ତ ପ୍ରକାରର ସମସ୍ୟାରୁ ଦେଇଥାଏ ଉପସମ ଏହି ଓଦା ମୋଜା ।
ପେଟ ଜନିତ ସମସ୍ୟା :
ପେଟ ଜନିତ ସମସ୍ୟାରୁ ଯଦି ଆପଣ ବି ଅଛନ୍ତି ଚିନ୍ତାରେ ତେବେ ପାଣିରେ କଳା ଜିରା ସହିତ ପାନ ମଧୁରୀ ବିଶାଇ ୧୦ ମିନିଟ୍ ଯାଏ ଫୁଟାନ୍ତୁ । ଏହି ପାଣିରେ ମୋଜାକୁ ଓଦା କରି ପିନ୍ଧନ୍ତୁ । ଆପଣଙ୍କୁ ହେଉଥିବା ବାରମ୍ବାର ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିବ ।
ଜ୍ବର :
ଯଦି ଘରେ କାହାକୁ ବହୁତ ଜୋରରେ ଜ୍ବର ହୋଇଛି ଭିନେଗାର ପାଣିରେ ଭୋଜାକୁ ଓଦା କରିନିଅନ୍ତୁ ଏବଂ ଏହାପରେ ଭଲ ଭାବେ ମୋଜାକୁ ଚିପୁଡି ସାରିବା ପରେ ପାଦରେ ବିନ୍ଧି ନିଅନ୍ତୁ । ଦେଖିବେ ଜ୍ବର ଖୁବ୍ ଶିଘ୍ର କମିଯିବ ।
ଥଣ୍ଡା :
ଆହୁରି ପଢନ୍ତୁ : ଖାଲି ପେଟରେ ରସୁଣ ଖାଇବା ଦ୍ବାରା କ’ଣ ସବୁ ମିଳିଥାଏ ଫାଇଦା, ଜାଣିବା ପାଇଁ ପଢନ୍ତୁ
ଯଦି ଆପଣଙ୍କୁ ସର୍ବଦା ଥଣ୍ଡା ରହୁଛି ତେବେ କ୍ଷୀରରେ ଗୋଟେ ଚାମଚ୍ ମହୁ ଏବଂ ପିଆଜ ରସ ମିଶାଇ ଏଥିରେ ମୋଜାକୁ ଭିଜେଇ ଦିଅନ୍ତୁ । ଏହା ପରେ ମୋଜାକୁ ଚିପୁଡି ପାଦରେ ପିନ୍ଧି ନିଅନ୍ତୁ ଦେଖିବେ ଏହା କରିବା ଦ୍ବାରା ଆପଣଙ୍କର ଥଣ୍ଡା ପୁରାପୁରି ଭଲ ହୋଇଯିବ ।