ଲିଚୁକୋଳି ଖାଇଲେ ଆପଣଙ୍କୁ ମିଳିବ ଏହି ଫାଇଦା, ଆପଣ ଗୋରା ଦେଖାଯିବେ

ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଲିଚିରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଭଲ ହୋଇଥାଏ । ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ହୃତପିଣ୍ଡକୁ ସୁସ୍ଥ ରଖେ ଲିଚୁ ।

କେନ୍ୟୁଜ୍‌(ବ୍ୟୁରୋ): ଲିଚୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଶେଷକରି ଏହାକୁ ଗଛରୁ ତୋଳି ତାଜା ତାଜା ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ । ଏପରି ଭାବେ ଲିଚୁକୋଳିକୁ ଖାଇବାର ମଜା ଅଲଗା ରହିଥାଏ । କେବଳ ଯେ ଏହି ଫଳକୁ ତାଜା ଖାଆନ୍ତି ତାହା ନୁହେଁ । କେହି କେହି ଏହାକୁ ଆଇସକ୍ରିମ ତିଆରିରେ ବ୍ୟବହାର କରିଥାନ୍ତି । ଏହାସହ ଏଥିରୁ ଜୁସ୍‌, ଓ୍ଵାଇନ ଓ ଜେଲି ପ୍ରସ୍ତୁତ କରାଯାଇଥାଏ । ଲିଚିରେ ଆଣ୍ଟି-ଅକ୍ସିଡାଣ୍ଟ, ମିନେରାଲ ଓ ଭିଟାମିନ ରହିଥାଏ । ଯାହା ସ୍ୱାସ୍ଥ୍ୟପାଇଁ ଭଲ ହୋଇଥାଏ । ଆପଣ ଜାଣନ୍ତି ଲିଚୁରେ ମୁଖ୍ୟତଃ କାର୍ବୋହାଇଡ୍ରେଟ ଓ ଜଳ ରହିଥାଏ । ଏହାସହ ଏଥିରେ ବହୁ ପରିମାଣର କପର, ପୋଟାସିୟମ ଓ ଭିଟାମିନ – ସି ରହିଥାଏ । ତେବେ ଆସନ୍ତୁ ଜାଣିବା ଲିଚୁକୋଳିର ଲାଭ ବିଷୟରେ ।

ହୃତପିଣ୍ଡକୁ ସୁସ୍ଥ ରଖେ ଲିଚୁ: ଲିଚୁକୋଳିରେ ପ୍ରଚୁର ପରିମାଣରେ ଆଣ୍ଟି ଅକସିଡାଣ୍ଟ ରହିଥାଏ । ଏହା ଶରୀରରୁ ହାନୀକାରକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହାସହ ଆମ ହୃଦପିଣ୍ଡକୁ ସୁସ୍ଥ ରଖିଥାଏ । ସେହିପରି ଥକାପଣ ଦୂର କରିବା ସହ ମଧୁମେୟକୁ କମ କରିଥାଏ ।

ରକ୍ତଚାପକୁ ଦୂରକରେ ଲିଚୁ: ଆଜିକା ଦିନରେ ପ୍ରାୟ ଲୋକଙ୍କ ଉଚ୍ଚ ରକ୍ତଚାପ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେଉଛି । ଆପଣ କିନ୍ତୁ ପ୍ରକୃତିକ ଉପାୟରେ ଏହାକୁ କମ କରିପାରିବେ । ଆପଣ ଯଦି ପ୍ରତ୍ୟେକ ଦିନ କିଛି ପରିମାଣରେ ଲିଚୁ ଖାଉଛନ୍ତି ଆପଣଙ୍କ ରକ୍ତଚାପରେ ସ୍ଥିରତା ଆସିବ । ଲିଚୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ । ଯାହା ରକ୍ତଚାପକୁ ସ୍ଥିର ରଖିଥାଏ ।

ହଜମରେ ସାହାଯ୍ୟକରେ ଲିଚୁ: ଲିଚୁରେ ରହିଛି ହଜମ-ସହାୟକ କାରୀ ପଦାର୍ଥ । ଯାହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥାଏ । ଏଥିରେ ଅଧିକ ପରିମାଣର ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାରେ ବେଶ ସହାୟକ ହୋଇଥାଏ । ଏହାସହ ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।

ରୋଗ ପ୍ରତିରୋଧକ ବୃଦ୍ଧିକରେ ଲିଚୁ: ଆମେ ଯଦି ଠିକ ସମୟରେ ସଠିକ ଜିନିଷ ଖାଇବା ଆମର ରୋଗ ପ୍ରତିଶୋଧକ ଶକ୍ତି ବୃ୍‌ଦ୍ଧି ପାଇବ । ଲିଚୁ ମଧ୍ୟ ପ୍ରାକୃତିକ ଭାବେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ-ସି ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ।

ଚର୍ମକୁ ସୁସ୍ଥରଖେ ଲିଚୁ: ସବୁବେଳେ ଆପଣ ଚିନ୍ତା କରିଥାନ୍ତି ଆପଣଙ୍କ ଚର୍ମ କିପରି ସୁସ୍ଥ ରହିବ ଓ ଆପଣ କିପିରି ସୁନ୍ଦର ଦେଖାଯିବେ । ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ଲିଚୁ । ଲିଚୁରେ ପ୍ରଚୁର ପରିମାଣର ଭିଟାମିନ – ଇ ରହିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବା ସହ ଆମର ସ୍କିନକୁ ସାଇନ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏହା ସନର୍ବନ ଓ ଇରିଟେସନକୁ କମ କରିଥାଏ । ଏହାସହ ଏଥିରେ କପର ରହିଥିବାରୁ ଏହା ଆମର ଚୁଟିକୁ ସୁସ୍ଥ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.