ତ୍ବଚା ପାଇଁ କେତେ ଉପକାରୀ ଅମୃତଭଣ୍ଡା? ପଢନ୍ତୁ ଏହି ରିପୋର୍ଟ

ଆପଣଙ୍କୁ ଅମୃତଭଣ୍ଡା ଖାଇବାକୁ ଭଲ ଲାଗୁନଥାଇପାରେ କିନ୍ତୁ କଣ ଆପଣ ଜାଣନ୍ତି ଏହାର ବ୍ଯବହାର ଚେହେରାର ସୌନ୍ଦର୍ଯ୍ଯ ବଢିବା ପାଇଁ କେତେ ଉପକାରୀ । ଅମୃତଭଣ୍ଡାର ଚୋପା ତଳେ ଏକ ଏନଜାଇମ୍ ମିଳିଥାଏ ଯାହାକୁ ପପେନ୍ ନାମରେ ଜଣାଯାଏ । ପପେନ୍ ଆପଣଙ୍କ ତ୍ବଚାର ମୃତ କୋଷିକା ଗୁଡିକୁ କାଢିବାରେ ଏବଂ ତ୍ବଚାର ଟ୍ଯାନ୍ କୁ ସୁଧାରିବାରେ ସକ୍ଷମ ହୋଇଥାଏ । ଅମୃତଭଣ୍ଡାରେ ନା କେବଳ ପପେନ୍ ଥାଏ, ଏହାଛଡା ଭିଟାମିନ୍ ଏ, ସି, ଇ ପ୍ରଚୁର ମାତ୍ରାରେ ରହିଥାଏ । ଅମୃତଭଣ୍ଡାରେ ମ୍ଯାଗ୍ନେସିୟମ୍, ପୋଟାସିୟମ୍ ଆଉ ଫୋଲିକ୍ ର ମଧ୍ଯ ସ୍ରୋତ ରହିଛି ।

ଆସନ୍ତୁ ଜାଣିବା କେମିତି ଅମୃତଭଣ୍ଡା ଆପଣଙ୍କ ତ୍ବଚାପାଇଁ ଲାଭଦାୟକ :

ଅମୃତଭଣ୍ଡାକୁ ମହୁ ସହିତ ମିଶାଇକି ଲଗାନ୍ତୁ

ଗୋଟେ କପ୍ ଅମୃତଭଣ୍ଡା ମିକ୍ସଚରରେ ଏକ ଚାମଚ୍ ମହୁ ମିଶାଇକି ଫେଣ୍ଟି ଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ ତ୍ବଚାରେ ଲଗାଇଦିଅନ୍ତୁ ଏବଂ ୩୦ ମିନିଟ୍ ପରେ ଧୋଇଦିଅନ୍ତୁ । ଦେଖିବେ କିପରି ଆପଣଙ୍କ ତ୍ବଚାରେ ଚମକ ଆସିଯିବ ।

ଅମୃତଭଣ୍ଡା, ଦହି ଏବଂ ହଦଳୀ

ଯଦି ଆପଣ ତ୍ବଚା ଖରାରେ ବାହାରକୁ ବାହାରିବା ଫଳରେ କଳା ପଡିଯାଇଛି ତେବେ ଚିନ୍ତା କରିବା ଦରକାର ନାହିଁ । ଏଥିପାଇଁ ଅମୃତଭଣ୍ଡା ଆପଣଙ୍କ ପାଇଁ ବରଦାନ ସ୍ବରୂପ କାମ କରିଥାଏ । ଅମୃତଭଣ୍ଡାକୁ ଛେଚିକି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଚିମୁଟାଏ ହଳଦୀ ,ଏକ ଚାମଚ ଗୋଲାପ ଜଳ ଏବଂ ଗୋଟିଏ କପ୍ ର ଏକ ଚତୁର୍ଥାଅଂଶ ଦହି ମିଶାକି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ତ୍ବଚାର ଯେଉଁସ୍ଥାନରେ କଳା ପଡିଯାଇଛି ସେହି ସ୍ଥାନରେ ଲଗାନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଏହା ଧୋଇଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ତ୍ବଚା ପାଇଁ ବହୁତ ଲାଭଦାୟକ ସାବ୍ଯସ୍ତ ହେବ ।

କଞ୍ଚା ଅମୃତଭଣ୍ଡା ଏଂ କାକୁଡି

ଯଦି ଆପଣଙ୍କ ଆଖିରେ ଡାର୍କ ସରକଲ୍ ବା କଳା ଦାଗ ପଡିଯାଇଛି ତେବେ ଆପଣ ଏହାର ଘରୋଇ ଉପାୟରେ ଏକ ଭଲ ଚକିତ୍ସା କରିପାରିବେ । କଞ୍ଚା ଅମୃତଭଣ୍ଡା ସହିତ କାକୁଡିକୁ ମିଶାଇକି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ଡାର୍କ ସରକଲ୍ ଉପରେ ଲଗାଦିଅନ୍ତୁ । ଲଗାଇବାର ୧୦ ମିନିଟ୍ ପରେ ଆଙ୍ଗୁଳି ଦ୍ବାରା ଆସ୍ତେ ଆସ୍ତେ ଘଷିକି ଛଡାନ୍ତୁ । ଏହାପରେ ଉଷୁମ ପାଣିରେ ଏହାକୁ ଭଲଭାବେ ଧୋଇଦିଅନ୍ତୁ । ଏହାକୁ ପ୍ରତିଦିନ କରିବା ଦ୍ବାରା ଦେଖିବେ କିଭଳି ଆପଣଙ୍କ ଆଖି ତଳେ ହୋଇଥିବା ଡାର୍କ ସରକଲ୍ ଗାୟବ ହୋଇଯିବ ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

21 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

30 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

42 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

50 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

51 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago