ଗରମ ଦିନରେ ସ୍କିନକୁ ରଖନ୍ତୁ ଫ୍ରେସ୍, ଏପରି କରନ୍ତୁ ଗୋଲାପ ଫୁଲର ବ୍ୟବହାର

ଗୋଲାପ ଫୁଲକୁ କିଏ ବା ଭଲ ନପାଏ ।ଖାସ୍ କରି ଝିଅମାନେ ଗୋଲାପ ଫୁଲକୁ ଖୁବ୍ ପସନ୍ଦ କରିଥାନ୍ତି । ଗୋଲାପ ଜଳକୁ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାନ୍ତି । ଆପଣ ଜାଣିଛନ୍ତି କି? ଗରମ ଦିନ ପାଇଁ ଗୋଲାପ ଫୁଲ ଆପଣଙ୍କୁ କେଉଁ କେଉଁ ସବୁ ଫାଇଦା ଦେଇଥାଏ।

ଗୋଲାପ ଫୁଲ ଆମ ସ୍କିନ୍ ପାଇଁ ବେଶ୍ ଲାଭପ୍ରଦ । ଲୋକମାନେ ଗୋଲାପକୁ ଅନେକ ଉପାୟ ମାଧ୍ୟମରେ କାର୍ଯ୍ୟକାରୀ କରିଥାନ୍ତି । ଖରାଦିନେ ସ୍କିନରେ କଳାପଣ ବଢିଥାଏ । ତେଣୁ ଝିଅମାନେ ତାଙ୍କ ଗ୍ଲୋଇଂ ତ୍ବଚାର ଯତ୍ନ ରଖିଥାନ୍ତି । ତେବେ ଆସନ୍ତୁ ମୁହଁରେ ତ୍ବଚାକୁ ବଢାଉଥିବା ଗୋଲାପ ଫୁଲର ଉପଯୋଗୀତା ସମ୍ପର୍କରେ ଜାଣିବା ।

ଗୋଲାପ ଜଳ : ଶୁଷ୍କ ଏବଂ ଖରାପ ତ୍ୱଚାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ ।ଗୋଲାପ ପାଖୁଡାକୁ ୩ରୁ୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ତାର ଏକ ପାଣି ପ୍ରସ୍ତୁତ କରନ୍ତୁ । ସେହି ପାଣିରେ ଦୁଇ ଚାମଚ ମହୁ ମିଶାଇ ସ୍କିନରେ ଆପ୍ଲାଏ କରନ୍ତୁ । ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରଖି ପାଣିରେ ମୁହଁ ଧୋଇନିଅନ୍ତୁ । ଏଭଳି ଉପାୟକୁ ଆପଣାଇବା ଦ୍ବାରା ମୁହଁରେ ଚମକ ଆଣିବାରେ ସହାୟକ ହୋଇଥାଏ ।

ସ୍କ୍ରବ୍ :  ତ୍ୱଚାକୁ ଯୁବା ଏବଂ କୋମଳ ରଖିବା ପାଇଁ ଏହା ଆମକୁ ସାହାଯ୍ୟ କରିଥାଏ । ଏହି ସ୍କ୍ରବ ବନାଇବା ପାଇଁ ଗୋଲାପ ପାଖୁଡାକୁ ଧୋଇନିଅନ୍ତୁ । ଆବଶ୍ୟକ ଅନୁଯାୟୀ ୪ ଚାମଚ ବେସ୍ ଏବଂ କ୍ଷୀର ମିଶାଇ ଏହାର ପେଷ୍ଟ ବନାନ୍ତୁ । ୩-୪ ମିନିଟ ରଖି ପାଣିରେ ଧୋଇନିଅନ୍ତୁ । ଫେସପ୍ୟାକ୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

ଗୋଲାପ ତେଲ : ଗୋଲାପ ଫୁଲର ତେଲ ମଧ୍ୟ ଆ ସ୍କିନକୁ ଭଲ ଫାଇଦା ଦେଇଥାଏ । ଏହାର ନିୟମିତ ବ୍ୟବହାର ଦ୍ବାରା ତ୍ବଚାକୁ ନରମ ଏବଂ କୋମଳ ରଖିଥାଏ । ଗୋଲାପ ତେଲର ଲଗାଇବା ଫଳରେ ମୁହଁରେ ଥିବା ଦାଗକୁ ହଟାଇବାରେ ସାହାଯ୍ୟ କରିଥାଏ ।ଏହାର ତେଲକୁ ୧୫-୨୦ମିନିଟ୍  ରଖିବାଦ୍ବାରା ଚେହେରାରେ ଗ୍ଲୋ ଆଣିଥାଏ ।

Also Read : ମୁହଁରେ ଗୋଲାପ ଜଳ ଲଗାଇବା ଦ୍ୱାରା କ’ଣ ହୁଏ? ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ