ସୁଖୀ ବୈବାହିକ ଜୀବନ ପାଇଁ ଆପଣାନ୍ତୁ ଏହି ୪ ଟିପ୍ସ, ଭାଙ୍ଗିବନି ସମ୍ପର୍କ

ବିବାହ ପରେ ଅଳ୍ପ ବହୁତ ମତାନ୍ତର ହେବା ଏକ ସ୍ୱାଭାବିକ ଘଟଣା । ହେଲେ ଯେତେବେଳେ ଏହା ସୀମା ପାର ହୁଏ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଆଉ ଘର ଭାଙ୍ଗିବାକୁ ବେଶୀ ସମୟ ଲାଗେନି । ତେଣୁ ବୈବାହିକ ଜୀବନକୁ ସଫଳ ଓ ଖୁସୀ ରଖିବା ପାଇଁ ଆପଣାନ୍ତୁ ଏହି ୪  ଟିପ୍ସ । ସୁଖରେ କଟିବ ବୈବାହିକ ଜୀବନ ।

ଜଣେ ଅନ୍ୟଜଣଙ୍କର ଶକ୍ତି ବନନ୍ତୁ : ପତି-ପତ୍ନୀ ଘରର ମୂଳ ଦୁଆ ସଦୃଶ ହୋଇଥାନ୍ତି । ବହୁ ସମୟରେ ଜୀବନ ଭଲ ମନ୍ଦ ଦେଇ ଗତି କରିଥାଏ । ତେବେ ଏହି ସମୟରେ ଜଣେ ଅନ୍ୟଜଣଙ୍କର ଶକ୍ତି ହୋଇ ଠିଆ ହେବା ଉଚିତ୍‌ । କୌଣସି ଅସୁବିଧା ଆସିଲେ ଜଣେ ଅନ୍ୟଜଣଙ୍କର ମତ ଲୋଡିବା ଦରକାର । ଫଳରେ ସମ୍ପର୍କ ମଜବୁତ ହେବ ।

ସାଙ୍ଗ ହୋଇ ଭଲ ସମୟ କାଟନ୍ତୁ : ଏକ ସୁଖୀ ବୈବାହିକ ଜୀବନ ପାଇଁ ଜଣେ ଅନ୍ୟଜଣଙ୍କ ସହ ମଜା ଉପଭୋଗ କରିବା ବହୁତ ଜରୁରୀ । କେବେ କେବେ ପତି-ପତ୍ନୀ ନିଜ ପାଇଁ ସମୟ କାଢ଼ି ପାରନ୍ତି ନାହିଁ । ଫଳରେ ସମ୍ପର୍କରେ ମଧୂରତା କମିଯାଇଥାଏ । ତେଣୁ ଜଣେ ଅନ୍ୟ ଜଣଙ୍କ ପାଇଁ ସ୍ପେଶାଲ ଟାଇମ କାଢ଼ିବା ଦରକାର ।

ବ୍ୟବହାର ଠିକ୍‌ ରଖିବା ଦରକାର : ବିବାହ ପରେ ସାଧାରଣତଃ ପତି-ପତ୍ନୀ ଜଣେ ଅନ୍ୟ ଜଣଙ୍କୁ ହାଲକା ଭାବେ ନେଇଥାନ୍ତି । ଯାହାକି ଜଣଙ୍କ ମନକୁ କଷ୍ଟ ଦେଇଥାଏ । ତେଣୁ ଜଣେ ଅନ୍ୟ ଜଣଙ୍କୁ ଭଲ ବ୍ୟବହାର କରିବା ଉଚିତ୍‌ ।

ପ୍ରେମ ଓ ରୋମାନ୍ସ ବନାଇ ରଖନ୍ତୁ : ବୈବାହିକ ଜୀବନକୁ ଖୁସୀ ରଖିବା ପାଇଁ ସମ୍ପର୍କରେ ପ୍ରେମ ଓ ଭଲ ପାଇବା ଜରୁରୀ ହୋଇଥାଏ । ଏହାଦ୍ୱାରା ସମ୍ପର୍କରେ ନୂଆପଣ ଓ ସତେଜତା ସୃଷ୍ଟି ହୋଇଥାଏ । ଘରେ ହିଁ ଡେଟ ଭଳି ମାହୋଲ ବନାନ୍ତୁ । ଜଣେ ଅନ୍ୟଜଣଙ୍କୁ ଛୋଟ ମୋଟ ସରପ୍ରାଇଜ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.