ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ପାନୀୟ, ନିଜ ଡ୍ରିଙ୍କରେ ସବୁଦିନେ କରନ୍ତୁ ସାମିଲ

ବର୍ତ୍ତମାନ ଅନେକ ଲୋକ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ ହେଇଛନ୍ତି। ଯାହାକି ତାଙ୍କ ଜୀବନ ଶୈଳୀକୁ ସବୁଦିନ ପାଇଁ ବଦଳାଇ ଦେଉଛି। କିନ୍ତୁ ଏହି ରୋଗ ହେବା ପୂର୍ବରୁ ଲକ୍ଷଣ ଜାଣି ଏହାର ଟ୍ରିଟମେଣ୍ଟ କରିବା ଉଚିତ୍।

ମଧୁମେହ ରୋଗର ଲକ୍ଷଣ:

ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା ହେବା, ଅଧିକ ଭୋକ ଲାଗିବା, ହାଲିଆ ଲାଗିବା, ଝାପସା ଦେଖାଯିବା, ଶରୀରରେ ଇନ୍ଫେକ୍ସନ ଯଦି ଆପଣଙ୍କ ଠାରେ ଦେଖାଯାଇଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହାପରେ ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଆଜି ଆପଣଙ୍କୁ ଆମେ କିଛି ବେଷ୍ଟ ଡ୍ରିଙ୍କ ବିଷୟରେ କହିବୁ। କାରଣ ମଧୁମହରେ ପୀଡ଼ିତ ଥିବା ଲୋକଙ୍କୁ ଖାଦ୍ୟପେୟ କରିବା ପୂର୍ବରୁ ଅନେକ କଥା ଭାବିବାକୁ ପଡେ। କାରଣ ଯଦି ବ୍ଲଡ ସୁଗାର ଲେଭେଲ ବଢିଯାଏ ତେବେ ହଇରାଣ ହେବାକୁ ପଡ଼ିଥାଏ। ପ୍ରଥମେ ତ ସଠିକ୍ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏହା ଶରିରରେ ଇନସୁଲିନ ଓ ବ୍ଲଡ ସୁଗାର୍ ସ୍ତର ନିୟନ୍ତ୍ରଣ କରିଥାଏ।

ନଡ଼ିଆ ପାଣି :

coconut water
tv9 bharatvarsh

ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ନଡ଼ିଆ ପାଣି ପ୍ରତ୍ୟେକ ଦିନ ପିଇବା ଉଚିତ୍। ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିବା ସହିତ ଏଥିରେ
ନ୍ୟାଚୁରାଲ ସୁଗାର ମଧ୍ୟ ଖୁବ୍ କମ୍ ପରିମାଣରେ ଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ଓ ପୋଟାସିୟମ ରହିଥାଏ, ଯାହା ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

କଲରା ଯୁସ୍:
କଲରା ଜୁସ୍ ଟାଇପ୍ ୧ ଓ ଟାଇପ୍ ୨ ଡାଇବେଟିସ ରୋଗୀଙ୍କ ପାଇଁ ଖୁବ୍ ଭଲ। ଏଥିରେ ଥିବା ସେମ୍ପୋନିନ୍ସ ଓ ଟରପେନାଇଡ୍ସ ନାମକ ତତ୍ତ୍ଵ ଆପଣଙ୍କ ବ୍ଲଡ ସୁଗାର ଲେଭେଲକୁ ରୋକିବାରେ ସାହାଯ୍ୟ କରିଥାଏ।

କଫି:

କଫି ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ପାନୀୟ। କିନ୍ତୁ ଧ୍ୟାନ ରହିବା ଉଚିତ୍ ଯେ ଏଥିରେ ଚିନି ନ ମିଶାଇ ଏହାକୁ ପିଇବା ଉଚିତ୍। କଫି ଶରୀରରେ ସୁଗାର ମେଟାବୋଲିଜିମ୍ ବଢାଇ ଟାଇପ୍ ୨ ଡାଇବେଟିସ ସମ୍ଭାବନାକୁ କମ୍ କରେ। ତେବେ ଉଚିତ୍ ପରିମାଣରେ କଫି ଆପଣଙ୍କୁ ପିଇବା ଉଚିତ୍।

ଲେମ୍ବୁ ପାଣି:
ଆମେରିକା ଡାଇବେଟିସ ଆସୋସିଏସନ୍ ଅନୁଯାୟୀ ଲେମ୍ବୁ ମଧୁମେହ ରୋଗୀଙ୍କ ପାଇଁ କୌଣସି ସୁପର୍ ଫୁଡ୍ ଠାରୁ କମ୍ ନୁହେଁ। ଏହା ସୁଗାରକୁ ରକ୍ତରେ ଅବଶୋଷିତ ହେବାରୁ ରୋକି ଥାଏ। ଅର୍ଥାତ୍ ଏହା ସୁଗାରକୁ ରକ୍ତରେ ମିଶାଇ ନଥାଏ। ଯାହାଦ୍ଵାରା ବ୍ଲଡ ସୁଗାର୍ ମାତ୍ରା କମ୍ ରହେ।

ଅଅଁଳା ଜୁସ୍:

ବ୍ଲଡ ସୁଗାର ଓ ଇନସୁଲିନ ସ୍ତରକୁ ନିୟନ୍ତ୍ରଣ କରିଥାଏ ଅଅଁଳା ରସ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଥାଏ। ତେଣୁ ମଧୁମେହ ରୋଗୀ ଏହାକୁ ସବୁଦିନେ ସକାଳେ ପାଇବା ଦରକାର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.