ରବିବାର ଦିନ କରନ୍ତୁ ଏହି ଉପାୟ, ନିଶ୍ଚୟ ପୂରିବ ମନୋକାମନା ହେବେ ମାଲାମାଲ୍‌

ମଣିଷ ଜୀବନରେ ଅନେକ ଥର ଏମିତି ସମୟ ଆସିଥାଏ ଯେ ଅନେକ ଚେଷ୍ଟା ପ୍ରଚେଷ୍ଟା କଲା ପରେ ବି ସଫଳତା ମିଳିନଥାଏ। ଏଥିପାଇଁ ଲୋକମାନେ ଅନେକ ଚେଷ୍ଟା କରନ୍ତି ତଥାପି ବି କାମରେ ସଫଳତା ମିଳିନଥାଏ। ତେଣୁ ଆପଣଙ୍କୁ ରବିବାର ଦିନ କିଛି ଏମିତି ଉପାୟ କରିବାର ଅଛି ଯାହାଦ୍ୱାରା ଆପଣଙ୍କୁ କେବଳ ଉନ୍ନତି ହିଁ ଉନ୍ନତିି ମିଳିବ। ରବିବାର ଦିନ କିଛି ଚମତ୍କାରୀ ଉପାୟ କରି ଆପଣ ନିଜ ଜୀବନରେ ସବୁ ସମସ୍ୟା, ବାଧାକୁ ଦୂର କରିପାରିବେ। ଏହାସହିତ ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। ଘରେ ସୁଖ ସମ୍ପନ୍ନତା ବଢ଼ିଥାଏ। ରବିବାର ଦିନ କରାଯାଉଥିବା ଏହି ଉପାୟ ଆପଣଙ୍କୁ ସବୁ ବାଧାବିଘ୍ନକୁ ଦୂର କରିଥାଏ। ଧନର ଭଣ୍ଡାର ବହୁତ ଜୋରରେ ବଢ଼ିଥାଏ। ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରବିବାର ଦିନ କରାଯାଉଥିବା କିଛି ଖାସ୍‌ ଉପାୟ।

ରବିବାର ଦିନ ସ୍ନାନ ଆଦି କରିବା ପରେ ତମ୍ବା ଲୋଟାରେ ଶୁଦ୍ଧ ଜଳ ଭରନ୍ତୁ ଏବଂ ତାଉପରେ ଟିକେ ସିନ୍ଦୁର ଏବଂ ଗୁଡ ପକାନ୍ତୁ। ଏହି ଜଳକୁ ଆପଣ ସୂର୍ଯ୍ୟଦେନଙ୍କ ମନ୍ତ୍ର ଜପ କରି ଅର୍ପଣ କରିଦିଅନ୍ତୁ।

ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ଏବଂ ବହୁତ ଦିନ ଧରି ପୂରଣ ହେଉନାହିଁ ତାହେଲେ ବରଗଛର ଗୋଟିଏ ପତ୍ର ନିଜର ମନୋକାମନା ଲେଖି ରବିବାର ଦିନ ନଦୀରେ ପ୍ରବାହିତ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବାଧା ଦୂର ହୋଇଯିବ।

ରବିବାର ରାତିରେ ଶୋଇବା ପୂର୍ବରୁ ନିଜ ଶୟନ କକ୍ଷରେ ଗୋଟେ ଗ୍ଲାସ କ୍ଷୀର ରଖିଦିଅନ୍ତୁ। ଏହାର ଆଗାମୀ ଦିନ ଆପଣ ବ୍ରାହ୍ମମୂହୁର୍ତ୍ତରେ ଉଠି ସ୍ନାନ ଧ୍ୟାନ କରି ସେହି କ୍ଷୀରକୁ ଗବୁରୀ ଗଛ ତଳେ ଅର୍ପଣ କରିଦିଅନ୍ତୁ।  ସେହିପରି ଏହି ଉପାୟ ଲଗାତର ୧୧ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ। ଏହା ସହ ଆପଣଙ୍କ ଘରେ ଧନର ଭଣ୍ଡାର ଭରିଯିବ।

ରବିବାର ଦିନ ବ୍ରାହ୍ମମୂହୁର୍ତ୍ତରେ ତିନୋଟି ଝାଡୁ ନେଇ କୌଣସି ମନ୍ଦିରରେ ଚୁପଚାପ ଦାନ କରନ୍ତୁ ଏବଂ ଏହି ଉପାୟକୁ କରି ଏହା ବିଷୟରେ କାହା ସାମ୍ନାରେ ବି କୁହନ୍ତୁନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ସମସ୍ୟା ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.