ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବେଷ୍ଟ ଡିଟକ୍ସ ୱାଟର, ପ୍ରତ୍ୟେକ ଦିନ ପିଅନ୍ତୁ ଏହି ପାନୀୟ

ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ। ଯାହା ପାଇଁ ଭଲ ଖାଦ୍ୟ ଓ ପରିଷ୍କାର ପାଣି ପିଇବା ଆବଶ୍ୟକ। କିନ୍ତୁ ଶରୀରରେ ଭଲ ଭାବେ ରକ୍ତ ସଞ୍ଚାଳନ ହେବା ପାଇଁ ଓ ରକ୍ତ ଶୁଦ୍ଧ ହେବା ପାଇଁ ଡିଟକ୍ସ ୱାଟର ମଧ୍ୟ ନିହାତି ଦରକାର। ଯାହାକି ପ୍ରାୟ ପ୍ରତ୍ୟେକ ଦିନ ଖାଲି ପେଟରେ କିମ୍ୱା ଖାଇବା ପରେ ପିଇବା ଉଚିତ୍। ଏହା ଦ୍ଵାରା ଅନ୍ତନଳୀ ପରିଷ୍କାର ହୋଇଥାଏ। ତେବେ ଯଦି ଆମେ ଡିଟକ୍ସ ୱାଟର କଥା କହିବା ଏହା ତାଲିକାରେ ଆସିବ କାକୁଡି ଏବଂ କିୱି ରସ ଠାରୁ ଆରମ୍ଭ କରି ଲେମ୍ବୁ ପାଣି ପର୍ଯ୍ୟନ୍ତ।

ତେବେ ଏହି ଡିଟକ୍ସ ୱାଟର ଶୀଘ୍ର ଶରୀରକୁ ଖରାପ ପଦାର୍ଥ ବାହାର କରିଥାଏ। କେବଳ ସେତିକି ନୁହେଁ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ସହିତ ହଜମ ଶକ୍ତି ବଢାଇଥାଏ। ଆପଣ ଲେମ୍ବୁ ପାଣି ସହିତ ଏବଂ ପୋଦିନା ପତ୍ର ମିଶାଇ ଏହାକୁ ପିଇ ପାରିବେ। କେବଳ ସେତିକି ନୁହେଁ ସବୁଠୁ ଭଲ ଡିଟକ୍ସ ୱାଟର ହେଉଛି ନଡିଆ ପାଣି।

ଏହା ଏକ ସତେଜ ଏବଂ ସହଜ ଡିଟକ୍ସ ରେସିପି ଯାହାକୁ ଆପଣ ସବୁ ଦିନ ପିଇ ପାରିବେ। ନଡ଼ିଆ ପାଣି ଏକ ପ୍ରାକୃତିକ ସତେଜ ପାନୀୟ, ଯେଉଁଥିରେ ବିଭିନ୍ନ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ ଯାହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍କୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ଓ ଏହାକୁ ହାଇଡ୍ରେଟ୍ କରିଥାଏ ଏବଂ ଆମକୁ ଦିନସାରା ସତେଜ ରଖେ। କାକୁଡି ମଧ୍ୟ ଏକ ଭଲ ଡିଟକ୍ସ। ଆପଣ ଏହାକୁ ଖାଇ ପାରିବେ କିମ୍ୱା ପାଣିରେ ମିଶାଇ ପିଇ ପାରିବେ। ଲେମ୍ବୁ ପାଇଁ ମଧ୍ୟ ଆପଣ ପ୍ରତ୍ୟେକ ଦିନ ପିଇ ପାରିବେ କାରଣ ଏଥିରେ ମଧ୍ୟ ଅଧିକ ପରିମାଣରେ ପୋଷକ ତତ୍ତ୍ଵ ଭରି ରହିଛି।

ଏହା ପରେ ଆସୁଛି ହଳଦୀ ଚା’। ଏହା ସବୁଠାରୁ ଭଲ ଡିଟକ୍ସ ୱାଟର। ଏହା ଏକ ଆୟୁର୍ବେଦିକ ଚିକିତ୍ସା, ଏହି ଡିଟକ୍ସରେ ଆଣ୍ଟିଅକ୍ସିଡାଣ୍ଟର ମିଶ୍ରଣ ରହିଛି। ଆପଣ ଏହାକୁ ପ୍ରତ୍ୟେକ ଦିନ ଗରମ ପାଣିରେ ମିଶାଇ ପିଇ ପାରିବେ। କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଉପାଦାନଗୁଡ଼ି ଭରି ରହିଛି। ଆଉ ଏକ ଭଲ ଡିଟକ୍ସ ୱାଟର ହେଉଛି ଗାଜର ଜୁସ। ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ କାଢିବାରେ ଏହା ସାହାଯ୍ୟ କରେ। ତେଣୁ ଏହି ସବୁ ପାନୀୟ ଆପଣଙ୍କୁ ପ୍ରତ୍ୟେକ ଦିନ ପିଇବା ଉଚିତ୍। ଯାହାକି ଡ଼ାକ୍ତର ମଧ୍ୟ ପରାମର୍ଶ ଦିଅନ୍ତି।

Leave A Reply

Your email address will not be published.