ନିଜ ଚର୍ମ ବା ତ୍ଵଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ମଣିଷ ନିଜ ଶରୀର ପାଇଁ ସଜାଗ ରହିବା ଉଚିତ୍। କିନ୍ତୁ ଆଜିର ଦୁନିଆରେ ଏତେ ବ୍ୟସ୍ତ ବହୁଳତା ମଧ୍ୟରେ ଶରୀର ପ୍ରତି ସେତେ ମାତ୍ରାରେ ଧ୍ୟାନ ଦେଉନି ମଣିଷ। ସେଥି ପାଇଁ ବିଭିନ୍ନ ପ୍ରକାର ରୋଗ ଦେଖା ଦେଉଛି। ଏପରିକି ନିଜ ଚର୍ମ ପ୍ରତି ମଧ୍ୟ ସଚେତନ ରହୁନାହାନ୍ତି। ତେବେ ନିଜ ଚର୍ମ ପାଇଁ ବା ଚର୍ମକୁ ସୁସ୍ଥ ରଖିବାକୁ ହେଲେ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଂକ ଚର୍ମ ପାଇଁ ଖୁବ୍ ଭଲ।

୧. ଫ୍ୟାଟି ଫିସ:

ଫ୍ୟାଟି ଫିସ, ଯେପରିକି ସାଲମନ୍, ମାକେରେଲ, ହେରିଂ ମଧ୍ୟରେ ଅନେକ ପୋଷକ ତତ୍ତ୍ଵ ଭରି ରହିଛି। ଏହା ଆମ ଶରୀର ପାଇଁ ଖୁବ୍ ଭଲ। ଏହା ସହିତ ଚର୍ମ ପାଇଁ ଏହାକୁ ଉତ୍କୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ଏଥିରେ Omega – 3 ମଧ୍ୟ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ଵ ସୂର୍ଯ୍ୟ କିରଣରୁ ଆସୁଥିବା ଅତି ବାଇଗଣୀ ରଶ୍ମି ସହିତ ଲଢି ଥାଏ। ତେଣୁ ଆପଣ ଏହାକୁ ନିଜ ଖାଦ୍ୟରେ ମିଶାଇ ଖାଇବା ଉଚିତ୍।

୨. ଆଭାକାଡୋ:
ଏହା ହେଉଛି ହେଏଲ୍ଦି ପ୍ରୋଟିନ। ତେଣୁ ଆପଣ ଏହାକୁ ନିଜର ଡାଏଟରେ ମିଶାଇ ଖାଇ ପାରିବେ। ଏହା ମଧ୍ୟ ଚର୍ମକୁ ସୁସ୍ଥ ରଖି ଥାଏ। ଏହାକୁ ଖାଇବା ଦ୍ଵାରା ସ୍କିନ ରିପେୟାର ମଧ୍ୟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ E ରହିଛି। ଚର୍ମ ପାଇଁ ଭିଟାମିନ E ଓ C ଦରକାରୀ ଜିନିଷ । ଏହା ଖାଇବା ଦ୍ଵାରା ଶରୀର ଡ୍ରାଏ ହୁଏନି। ଚର୍ମ ଖୁବ୍ ସୁନ୍ଦର୍ ଦେଖାଯିବା ସହିତ ସୁସ୍ଥ ମଧ୍ୟ ଦେଖା ଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ପରିମାଣରେ ରହିଛି। ତେଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଦିନ ଖାଇବା ଉଚିତ୍। ଯଦି କୌଣସି କାରଣରୁ ଚର୍ମ ଜନିତ ଅସୁବିଧା ହେଉଛି ଏହା ମଧ୍ୟ ଭଲ ହୋଇଯିବ।

୩.ୱାଲନଟ:

ୱାଲନଟରେ ମଧ୍ୟ ଓମେଗା ଓ ଫ୍ୟାଟି ଏସିଡ ଭରି ରହୁଛି। ଏହାକୁ ଖାଇବା ଦ୍ଵାରା ଅନେକ ଚର୍ମ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ। ଏହାକୁ ଅନେକ ଲୋକ ନିଜ ଡାଏଟରେ ସାମିଲ କରନ୍ତି। ଏଥିରେ ଜିଙ୍କ ପ୍ରୋଟିନ ରହିବା ସହିତ ଅନେକ ସ୍ବାସ୍ଥ୍ୟ ଗତ ସମସ୍ୟା ଦୂର କରିବାର ପୋଷକ ତତ୍ତ୍ଵ ରହିଛି।

୪. ସନ ଫ୍ଲାୱାର:

କହିବାକୁ ଗଲେ ଚର୍ମ ପାଇଁ କୋଳି ଓ ମଞ୍ଜି ଖୁବ୍ ଲାଭ ଦାୟକ। ଏଥିରେ ଅଧିକ ମାତ୍ରାରେ ଭିଟାମିନ ଇ, DV ସିଲେଲିୟମ, DV ଜିଙ୍କ ଓ ପ୍ରୋଟିନ ଭରି ରହିଛି। ତେଣୁ ଏହାକୁ ମଧ୍ୟ ଅଳ୍ପ ପରିମାଣରେ ଖାଇବା ଉଚିତ୍।
ଏହା ଛଡ଼ା ଆପଣ କନ୍ଦମୂଳ, ରେଡ ପେପର ଓ ବ୍ରୋକ୍ଲି ଖାଇ ପାରିବେ। ଏହା ଚର୍ମ ପାଇଁ ଖୁବ୍ ଭଲ ଖାଦ୍ୟ।

Leave A Reply

Your email address will not be published.