ଓମିକ୍ରନ ଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଆପଣଙ୍କୁ ରଖିବ ସୁସ୍ଥ

ବର୍ତ୍ତମାନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। କିଛି ଦିନ ମଧ୍ୟରେ ଏହା ଅଧିକ ମାତ୍ରାରେ ବଢିବାକୁ ଲାଗିଛି । ଏମିତିକି ବର୍ତ୍ତମାନ ଯଦି ଆମ ରାଜ୍ୟ ଓଡିଶାରେ ଓମିକ୍ରନଙ୍କ ସଂଖ୍ୟା ଦେଖାଯାଏ େତେବେ କେବଳ ଆଜି ଗୋଟିଏ ଦିନରେ କୋଭିଡ ପଜିଟିଭ ସଂଖ୍ୟା ରହିଛି ୭୦୭୧ । ପୁଣି ମେଟ୍ରୋ ସିଟି ମାନଙ୍କରେ ମଧ୍ୟ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଓମିକ୍ରନ ବା କୋଭିଡରୁ ବଞ୍ଚିବା ପାଇଁ ସବୁଠାରୁ ଭଲ ଓ ବଡ ଉପାୟ ହେଉଛି ଯେତେ ଜଲ୍ଦି ହେବ ଭ୍ୟାକ୍ସିନେସନ୍ ହେବା ଦରକାର । ପୁଣି ଏହି ଭ୍ୟାକ୍ସିନେସନ ପ୍ରକ୍ରିଆ ମଧ୍ୟ ଦେଶରେ ଜୋରସୋରରେ ଚାଲିଛି । କିନ୍ତୁ ଟିକା ନେବା ପରେ ଅନେକ ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ହେଲେ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା ଏତେ ମାରାତ୍ମକ ହେଉନାହିଁ ।

ତେଣୁ ଆପଣଙ୍କୁ ଯେକୌଣସି ରୋଗ ହେଉ ନା କାହିଁକି ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ ଏତେ ମାତ୍ରାରେ ଆକ୍ରାନ୍ତ ହେବେନାହିଁ ଓ ଜଲ୍ଦି ସୁସ୍ଥ ମଧ୍ୟ ହୋଇଯିବେ । ତେବେ ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ହେଲେ ସେହି ପରି ପୋଷଣ ଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ହେଲ୍ଥ ଏକ୍ସପର୍ଟ ମଧ୍ୟ କହିଛନ୍ତି ଖାଇବା ପାଇଁ । ଯାହାକୁ ଆପଣ ନିଜ ଡାଏଟରେ ଆଡ କରି ପାରିବେ ଓମିକ୍ରନରୁ ରକ୍ଷା ପାଇବା ପାଇଁ ।
ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ । ହେଲଥ୍ ଏକ୍ସପର୍ଟ ଡାକ୍ତର ବୋବ୍ଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ କମ୍ ଲାଗେ। ଓମିକ୍ରମ ହେବା ଦ୍ୱାରା ତଣ୍ଟି ଖୁବ୍ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ। କିନ୍ତୁ ସୁସ୍ଥ ହେବା ପାଇଁ ମଧ୍ୟ ମଣିଷ ଶରୀରକୁ ପୋଷଣ ବା ନ୍ୟୁଟ୍ରିସନ ଆବଶ୍ୟକ । ଓମିକ୍ରନ ବା କୋଭିଡ ହୋଇଥିବା ସମୟରେ ଆପଣ ଏମିତି କିଛି ଖାଦ୍ୟ ଖାଇବା ଦରକାର ଯାହା ରୋଗ ସହିତ ଲଢିବ ।
ଆସନ୍ତୁ ଜାଣିବା ଏହି ସବୁ ଖାଦ୍ୟ ବିଷୟରେ:
. ଦହି

ଓମିକ୍ରନ ସମୟରେ ସବୁଠାରୁ ଭଲ ଖାଦ୍ୟ ହେଉଛି ଦହି । ଏହା ଚେହେରା ପାଇଁ ଯେତେ ଭଲ ସ୍ୱାସ୍ଥ୍ୟପାଇଁ ମଧ୍ୟ ସେତେ ଲାଭଦାୟକ । ଏଥିରେ ଭରପୁର ମାତ୍ରାରେ ରୋହିଛି ପ୍ରୋଟିନ । ପୁଣି ଏହା ଅଧିକ ନରମ ହୋଇଥିବାରୁ ଆପଣ ଏହାକୁ କୋଭିଡ ସମୟରେ ମଧ୍ୟ ଖାଇପାରିବେ । ଅନେକ ଭାବନ୍ତି ଏହା ଥଣ୍ଡା କରାଇଥାଏ କିନ୍ତୁ ଡାକ୍ତରଙ୍କ ଅନୁଯାୟୀ ଏଥିରେ ଥିବା ବ୍ୟାକ୍ଟେରିଆ ଆପଣଙ୍କୁ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ । ଆପଣ ନିଜ ଖାଦ୍ୟରେ ଦହିକୁ ମିଶାଇ ଖାଇପାରିବେ । ଏହାଛଡା ଫଳ ଓ ଓଟ୍ସ ସହିତ ମଧ୍ୟ ଆପଣ ଦହିକୁ ମିଶାଇ ଖାଇପାରିବେ ।
. ଆଇସକ୍ରିମ

କୋଭିଡ ସମୟରେ ଆପଣ ଆଇସକ୍ରିମ ମଧ୍ୟ ଖାଇପାରିବେ । ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଥଣ୍ଡା ଜ୍ୱର ହୋଇଥିବା ବେଳେ କିପରି ଆଇସକ୍ରିମ ଖିଆଯାଇପାରେ । କିନ୍ତୁ ଏକ୍ସପର୍ଟଙ୍କ କହିବା ଅନୁସାରେ ଆଇସକ୍ରିମ ହେଉଛି ପେଟ ପୁରିବା ଭଳି ଖାଦ୍ୟ । କାରଣ ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ଓ ଗ୍ଲୁକୋଜ୍ ରହିଥାଏ । କିନ୍ତୁ ଏହା ଡାଇବେଟିସ ଥିବା ଲୋକ ଖାଇବା ଅନୁଚିତ । ତେବେ ଯେହେତୁ କୋଭିଡ ରୋଗୀମାନଙ୍କ ଓଜନ ମଧ୍ୟ କମିଯାଏ ସେହି ସମୟରେ ହୁଏତ ଆଇସକ୍ରିମ୍ ଆପଣଙ୍କ ଓଜନରୁ କଣ୍ଟ୍ରୋଲ କରିଥାଏ ।
. ଇଲେକ୍ଟ୍ରୋଲାଇଟ୍ସ
ଯେହେତୁ ଓମିକ୍ରନ ହୋଇଥାଏ ଜଣେ ରୋଗୀକୁ ସେହି ସମୟରେ ଅଧିକ ଥକା ଲାଗିଥାଏ, ଏମିତିକି ମୁଣ୍ଡ ବୁଲାଇଥାଏ । ତେଣୁ ଆପଣ ଷ୍ଟ୍ରଙ୍ଗ ରହିବା ପାଇଁ ଇଲେକ୍ଟ୍ରୋଲାଇଟ୍ସ ଓ ଓରେଞ୍ଜ ଜୁସ ପିଇପାରିବେ । ଯଦି ଓମିକ୍ରନ ହୋଇଥିବା ସମୟରେ ଡାଇରିଆ ହେଉଛି କିମ୍ବା ବାନ୍ତି ହେଉଛି ତେବେ ଏହା ଆପଣଙ୍କୁ ଶକ୍ତି ଯୋଗାଇବ । ଆପଣଙ୍କ ଶରୀରରେ ପୋଟାସିୟମ ଓ ସୋଡିୟମ ମାତ୍ରାକୁ ନରମାଲ ରଖିବ ।
. ସୁପ୍

ଗଳା ପେନ୍ ହେଉଥିଲେ ଆପଣ କୌଣସି ଖାଦ୍ୟ ଖାଇପାରନ୍ତି ନାହିଁ ତେଣୁ ଓମିକ୍ରନ ସମୟରେ ଆପଣ ଭେଜିଟେବୁଲ ସୁପ ପିଇପାରିବେ । ଗଳାକୁ ଆରମ୍ ଓ ପୋଷଣ ପାଇଁ ସୁପ୍ ଅତ୍ୟନ୍ତ ଭଲ। ଡାକ୍ତରଙ୍କ କହିବା ଅନୁସାରେ ସୁପରେ ପ୍ରଚୁର ପରିମାଣରେ ଇଲେକ୍ରୋଲାଇଟ୍ ଅଛି। ଯାହାକି ଆପଣଙ୍କ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଛି ତାହେଲେ ସୁପରେ କିଛି ପରିବା ମିଶାଇ ପାରିବେ। ଏହାଦ୍ୱାରା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିବ ଯାହା ସଂକ୍ରମଣସହ ଲଢିବାକୁ ସାହାଯ୍ୟ କରିବ। ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ ଆକ୍ରାନ୍ତ ଲିକ୍ୱିଡ୍ ପଦାର୍ଥ ସେବନ କରିବା ନିହାତି ଜରୁରୀ। ସେଥିପାଇଁ ଇଲୋକ୍ଟ୍ରୋଲାଇଟ୍ସ ଥିବା ପାଉଡର ପିଇବା ବେଶ୍ ଭଲ।
. ପ୍ରୋଟିନ୍ ସେକ୍
ଡାକ୍ତରଙ୍କ କହିବା ଅନୁସାରେ ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ପ୍ରୋଟିନ୍ ସେକ୍ ସେବନ କରିବା ଉଚିଚ୍। ଏଥିପାଇଁ ଆପଣ ନିଜ ପସନ୍ଦର ପ୍ରୋଟିନ୍ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ପିଇ ପାରିବେ । ଡାକ୍ତର ମୋବଙ୍କ କହିବା ଅନୁଯାୟୀ ସ୍ମୁଦି ଓ ବିଭିନ୍ନ ପ୍ରକାର ସେକ୍, ଖାସ କରି ଷ୍ଟ୍ରବେରି ସେକ ପିଇବା ଦରକାର । ଏଥିରେ ଥିବା ପ୍ରୋଟିନ ଆପଣଙ୍କୁ ଶକ୍ତି ଯୋଗାଇଥାଏ ।
. ଚେର ବା ପତ୍ର ଯୁକ୍ତ ପନିପରିବା
ଆପଣ ଓମିକ୍ରନ ଠାରୁ ବଞ୍ଚିବା ପାଇଁ ବା ଓମିକ୍ରନ ହୋଇଥିବା ସମୟରେ ଚେର ବା ପତ୍ର ଯୁକ୍ତ ପନିପରିବା ଅଧିକ ମାତ୍ରାରେ ଖାଇବା ଦରକାର । ଯେମିତିକି ବ୍ରୋକ୍କଲି ବା କୋବି, ସ୍ପ୍ରାଉଟ୍ସ ଓ ଶୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟ । ଏହା ଛଡା ଆପଣ ଗାଜର, ବିଟ୍ ଓ ମୂଳା ମଧ୍ୟ ଖାଇପାରିବେ । ଏହା ଆପଣଙ୍କୁ ଭାଇରସ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ ।
. ପାସ୍ତା
କୋଭିଡ ସମୟରେ ଆପଣ ନିଜ ପସନ୍ଦର ପାସ୍ତା ମଧ୍ୟ ଖାଇପାରିବେ । ଖାସକରି ବୋଲୋଙ୍ଗନିଜ ସସ୍ ସହିତ ଏହା ଖାଇବା ଦ୍ୱାରା ଆପଣଙ୍କୁ ପ୍ରୋଟିନ ଯୋଗାଇଥାଏ ।

. ସିଟ୍ରସ୍ ଫୁଡ
ସିଟରସ୍ ଫୁଡ୍ସରେ ଅଧିକ ମାତ୍ରାରେ ଭିଟାମିନ – ସି ରହିଛି । ଯାହା କି ଏକ ନ୍ୟାଚୁରାଲ ଇମ୍ୟୁନିଟି ବୁଷ୍ଟର । ତେଣୁ ଆପଣଙ୍କୁ ଲେମ୍ବୁ, ମୌସୁମୀ, କମଳା ଆଦି ଖାଇବା ଦରକାର ।
ଶାଗ
ଏହି ସମୟରେ ଶାଗ ଖାଇବା ଅତ୍ୟନ୍ତ ଭଲ। କାହିଁକିନା ସାଗ ଜାତୀୟ ଖାଦ୍ୟ ଓମିକ୍ରନ ସଂକ୍ରମିତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ପାଳଙ୍ଗଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାଗ, ପତ୍ରକୋବି, ଫୁଲ କୋବି ଆଦି ଖାଇ ପାରିବେ ।