ସ୍ନାୟୁ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ,ଜାଣନ୍ତୁ ଖାଦ୍ୟର ନାମ

ବର୍ତ୍ତମାନ ଦିନକୁ ଦିନ ନୂଆ ନୂଆ ରୋଗର ସାମ୍ନା କରୁଛନ୍ତି ଲୋକେ । ଏମିତିକି ଏହି ରୋଗ ଗୁଡିକୁ ଡାକ୍ତର ଚିହ୍ନିବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ମଣିଷ ହୁଅନ୍ତୁ କିମ୍ବା ପଶୁ, ଯାହାବି ରୋଗ ହୁଏ ତା ପଛରେ ଥାଏ ଖାଦ୍ୟ ପେୟ । ଆମେ ଯେଉଁଭଳି ଖାଦ୍ୟ ଖାଇବା ତା’ର ପ୍ରଭାବ ଆମ ଶରୀର ଉପରେ ପଡିବ । ତେଣୁ ଆପଣଙ୍କୁ ମଧ୍ୟ ନିଜର ଖାଦ୍ୟର ଧ୍ୟାନ ଦେବାକୁ ପଡିବ । ଆପଣ ଜାଣିଥିବେ ସ୍ନାୟୁ ଜନିତ ରୋଗରେ ମଧ୍ୟ ଏବେ ଲୋକେ ଅଧିକ ପିଡିତ ହେଉଛନ୍ତି । ଯାହା ପାଇଁ ଖାଲି ସ୍ନାୟୁ ନୁହେଁ ଅନ୍ୟ ରୋଗରେ ମଧ୍ୟ ସାମ୍ନା କରିବାକୁ ପଡିଥାଏ । ତେଣୁ ଆଜି ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା କି ଆପଣଙ୍କ ଏହି ସ୍ନାୟୁ ଜନିତ ସବୁ ରୋଗକୁ ଦୂର କରିବାରେ ସାହାଯ୍ୟ କରିବ ।

foods
Picture Credit – Every day health

ତେବେ ଆମ ଶରୀରରେ ସବୁ ସ୍ଥାନରେ ଶିରା ପ୍ରଶିରା ବା ସ୍ନାୟୁ ରହିଥାଏ,  ଯାହାକି ଶରୀରରେ ପୋଷଣ ପହଞ୍ଚାଇବାରେ ସାହାଯ୍ୟ କରେ । ଯେତେବେଳେ ଶରୀରର ସ୍ନାୟୁ ଦୁର୍ବଳ ହୋଇଯାଏ ସେହି ସମୟରେ ଶରୀରର ଅନ୍ୟ ଅଙ୍ଗ ବା ହାର୍ଟ, ଲିଭର ଖାସ କରି ପାଚନ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ । କିନ୍ତୁ ମେଡିସିନ ଅପେକ୍ଷା ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁଯାୟୀ ଏମିତି କିଛି ଫଳ ବା ପନି ପରିବା ଅଛି ଯାହାକୁ ଖାଇଲେ ସ୍ନାୟୁ ସୁସ୍ଥ ରୁହେ ।

ଡାଳିମ୍ବ

ଡାଳିମ୍ବ ଖାଇବା ଦ୍ୱାରା ପ୍ରାୟତ ସ୍ନାୟୁ ଜନିତ ରୋଗ ଭଲ ହୋଇଯାଇଥାଏ । ଖାସ କରି ସ୍ନାୟୁ ରୋଗ ଆଲଜାଇମର ରୋଗ ବିରୁଦ୍ଧରେ ଲଢିବା ପାଇଁ ଡାଳିମ୍ବ ରଶ ସାହାଯ୍ୟ କରିଥାଏ । ଏହା ସହିତ ସ୍କିନକୁ ମଧ୍ୟ ଭଲ ରଖିଥାଏ ଡାଳିମ୍ବ ଓ ଏହା ସହିତ ରକ୍ତ ସଞ୍ଚାଳନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଆପଣ ଯଦି କୌଣସି ସ୍ନାୟୁ ଜନିତ ରୋଗରେ ପିଡିତ ଅଛନ୍ତି ତେବେ ଆପଣଙ୍କୁ ଡାଳିମ୍ବ ଖାଇବା ଉଚିତ ।

ପିଆଜ

ପିଆଜରେ ଭିଟାମିନ୍ ବି, ଫୋଲେଟ୍(B9) ଏବଂ ପିରାଇଡକ୍ସାଇନ୍ (B6) ଭରପୂର ପରିମାଣରେ ରହିଥାଏ, ଯାହା ମେଟାବୋଲିଜିମ୍, ଲାଲ ରକ୍ତ କଣିକା ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ପୋଟାସିୟମ ସ୍ନାୟୁ ଜନିତ ରୋଗରୁ ଆପଣଙ୍କୁ ଦୂରେଇ ରଖିବ । ଏହା ଛଡା ଡାଲଚିନି ମଧ୍ୟ ସ୍ନାୟୁ ଜନିତ ରୋଗରୁ ଆପଣଙ୍କୁ ଦୂରେଇ ରଖେ କାରଣ ଏକ ଅଧ୍ୟୟନରୁ ଜଣା ପଡିଛି ଯେ ମସ୍ତିଷ୍କରେ ଯଦି କୌଣସି ଆଘାତ ଲାଗି ସ୍ନାୟୁରେ କିଛି ଅସୁବିଧା ହୋଇଥାଏ ତେବେ ଡାଲଚିନି ଖାଇବା ଦ୍ୱାରା ଏହା ଡୋପାମାଇନକୁ ସୁରକ୍ଷା ପ୍ରଦାନ କରିଥାଏ ।

ଏହା ଛଡା ଆପଣ ନିଜ ସ୍ନାୟୁକୁ ସୁସ୍ଥ ରଖିବା ପାଇଁ ଓ ସ୍ନାୟୁ ଜନତ ରୋଗକୁ ମୁକୁଳିବା ପାଇଁ ଡାଲଚିନି,ବିଲାତି,ଫ୍ୟାଟି ଫିସ୍‌ ବିଭିନ୍ନ ପ୍ରକାର ଫଳ, ଚାହା ଓ କଫି,ହଳଦୀ,ବ୍ରାଉନ ରାଇସ ,ହୋଲ ଗ୍ରେନ ଓଟ୍ସ ,ହୋଲ ଗ୍ରେନ ପାସ୍ତା,ହୋଲ ଗ୍ରେନ ବ୍ରେଡ ଖାଇପାରିବେ । କିନ୍ତୁ ଆପଣଙ୍କୁ ମନେ ରଖିବା ପାଇଁ ପଡିବ ଯେ ଚାହା ଓ କଫିର ପରିମାଣ କମ କରିବାକୁ ପଡିବ ଓ ଅନ୍ୟ ସବୁ ଫଳ ଓ ପନିପରିବାର ମାତ୍ରା ଅଧିକ ।