ଧନର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି ୪ଟି ଜିନିଷ

ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଏବଂ କେବେବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟକୁ ଅବଲମ୍ବନ କରନ୍ତି। ଏହାସହିତ ଯଦି ଆପଣ ନିଜ ଘରର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିଲେ ତେବେ ଦେବୀ ମାତା ଆପେ ଆପେ ପ୍ରସନ୍ନ ହୋଇଯାନ୍ତି। ଯେଉଁଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଖୁସି ରୁହନ୍ତି ସେହି ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ସଦୈବ ଆପଣଙ୍କ ଉପରେ ରହିଥାଏ। ଯେଉଁ ଘରର ଲକ୍ଷ୍ମୀ ସବୁବେଳେ ଦୁଃଖରେ ଥାଆନ୍ତି ସେଠାରେ ଧନର ଅଭାବ ଏବଂ ଅନେକ କଠିନ ସମସ୍ୟା ଆସିଥାଏ। ଏଥିପାଇଁ ଆଜ ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଗୃହଲକ୍ଷ୍ମୀଙ୍କୁ ଦାନ କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ।

ସୁହାଗ ଜିନିଷ

ସୁହାଗ ସାମଗ୍ରୀ ଯଥା ସିନ୍ଦୂର, ବିନ୍ଦି, ଚୁଡି ଆଦି ଘରର ଲକ୍ଷ୍ମୀଙ୍କୁ ଉପହାର ଦେଲେ ଘରେ ସୌଭାଗ୍ୟ ବଢ଼ିଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଏଥିପାଇଁ ସମୟ ସମୟରେ ତାଙ୍କୁ ମଧ୍ୟ କିଛି ଉପହାର ଦେବା ଉଚିତ।

ସମ୍ମାନ

ଗୃହଲକ୍ଷ୍ମୀଙ୍କ ପ୍ରସନ୍ନତା ପାଇଁ ଏହି ଜିନିଷ ବ୍ୟତୀତ ଏକ ଖାସ୍‌ ଉପହାର ଦେବା ଉଚିତ ଯାହାକୁ ଦେବାରେ ଟଙ୍କାଟିଏ ବି ଖର୍ଚ୍ଚି ହୋଇନଥାଏ। ଏହି ଉପହାରର ନାମ ହେଉଛି ସମ୍ମାନ ଏବଂ ମଧୁର ଭାଷା। ଯଦି ଆପଣ ଘରେ ଥିବା ଲକ୍ଷ୍ମୀଙ୍କୁ ଏହା ଦେଲେ ତେବେ ଘରେ ସବୁ ପ୍ରକାର ପ୍ରେମ ଏବଂ ଆନନ୍ଦ ଭରପୂର ରହିବ।

ଏହାସହ ପଢନ୍ତୁ : ଜାଣନ୍ତୁ କେଉଁ ଦେବାଦେବୀଙ୍କୁ କେଉଁ ଭୋଗ ଚଢ଼ାଇଲେ ଜଲଦି ହୁଅନ୍ତି ପ୍ରସନ୍ନ !

 

ଆଭୂଷଣ ବା ଗହଣା

ଶାସ୍ତ୍ରରେ କୁହାଯାଇଛି ଯେ ଆଭୂଷଣ ବିନା ଦେବୀ ମାଙ୍କ ପୂଜା ସମ୍ପନ୍ନ ହୋଇନଥାଏ, ଏଥପାଇଁ ଦେବୀଙ୍କ ପୂଜାରେ ଆଭୂଷଣ ନିଶ୍ଚୟ ଅର୍ପଣ କରନ୍ତୁ। ମାତା ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ। ଏଥିପାଇଁ ସମୟ ସମୟରେ ଛୋଟ ମୋଟ ଆଭୂଷଣ ଘରର ଲକ୍ଷ୍ମୀଙ୍କୁ ଦେବା ଉଚିତ। ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀ ଘରର ସଂପନ୍ନତାକୁ ଦର୍ଶାଇଥାଏ। ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି ଗୃହଲକ୍ଷ୍ମୀଙ୍କୁ ସୁନ୍ଦର ବସ୍ତ୍ର ଏବଂ ଆଭୂୂଷଣରେ ଭରି ରହିବା ଉଚିତ।

ବସ୍ତ୍ର

ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହଲକ୍ଷ୍ମୀଙ୍କ ବସ୍ତ୍ର ଦାନ କରନ୍ତୁ। ଏଥପିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଗୃହଲକ୍ଷ୍ମୀଙ୍କ ବ୍ୟତୀତ ଅନ୍ୟ ସଧବା ନାରୀଙ୍କୁ ବସ୍ତ୍ର ଦାନ କରିବା ଉଚିତ।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

10 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago