ବର୍ତ୍ତମାନ ଋତୁ ହେଉଛି ଶୀତଋତୁ, ଏହି ଶୀତ ଋତୁ ପ୍ରାୟତଃ ଅଧିକାଂଶ ଲୋକଙ୍କୁ ବହୁତ ଭଲ ଲାଗିଥାଏ । ଶୀତ ଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାହିଁକି ନା ଶୀତଋତୁରେ ଅକେନ ପ୍ରକାର ସମସ୍ୟା ସାମ୍ନାକୁ ଆସିଥାଏ । ଯେମିତିକି ଜ୍ୱର, ଥଣ୍ଡା, କାଶ, ଛିଙ୍କ ଇତ୍ୟାସି ହେବା ସହ ଗୋଡ, ହାତ ଏବଂ ଫେସ ଡ୍ରାଏ ପଡିଯାଇଥାଏ । ଆହୁରି ମଧ୍ୟ ମୁଣ୍ଡରେ ରୁପି ହୋଇଥାଏ । ଏହି ସବୁ ସମସ୍ୟାକୁ ନେଇ ଲୋକେମାନେ ବହୁତ ଚିନ୍ତାରେ ରହିବା ସହ ଅନେକ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି ।
ପ୍ରଡକ୍ଟ ବ୍ୟବହାର କରିବା ଫଳରେ ମଧ୍ୟ ଏହି ସବୁ ସମସ୍ୟା ଦୂର ହୋଇ ନଥାଏ । ସବୁଠାରୁ ମୁଖ୍ୟ ହେଉଛି ଯେ ମୁଣ୍ଡରେ ରୁପି ହେବା । ଏହି ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଦିଏ । ଏହି ସମସ୍ୟାଟି ଖାସ୍ କରି ଶୀତ ଋତୁରେ ହୋଇଥାଏ । ମୁଣ୍ଡରେ ରୁପି ହେଲେ ନିଜକୁ ଭଲ ନଗିବା ସହ କୌଣସି ସ୍ଥାନକୁ ଯିବାକୁ ଭଲ ଲାଗି ନଥାଏ । ଏପରି ପରିସ୍ଥିତିରେ କିଛି ଲୋକେ ମୁଣ୍ଡରେ ଲେମ୍ବୁ ଘସିଥାନ୍ତି ଏବଂ ଆଉ କିଛି ଲୋକେ ମୁଣ୍ଡରେ ଖୀର ମଧ୍ୟ ଲଗାଇଥାନ୍ତି । ଏହାସହ ନିଜର ସାମ୍ପୁ ଚେଞ୍ଜ କରିଥାନ୍ତି । ଏହିସବୁ କରିବା ଫଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇ ନଥାଏ । ଯାହାକୁ ନେଇ ଲୋକେମାନେ ଚିନ୍ତାରେ ପଡିଯାଆନ୍ତି । ଏପରି ପରିସ୍ଥିତିରେ ଆପଣ କିପରି ମୁଣ୍ଡରୁ ରୁପି ଛଡାଇବେ ଆସନ୍ତୁ ଜାଣିବା ।
ତେଲ ଲଗାଇବା ପାଇଁ ଭୁଲନ୍ତୁ ନାହିଁ :
କିଛି ଲୋକ ଅଛନ୍ତି ଯେଉଁମାନେ ଆଦୌ ମୁଣ୍ଡରେ ତେଲ ଲଗାନ୍ତି ନାହିଁ ଯାହା ଫଳରେ ଅନେକ ପ୍ରକାର ସମସ୍ୟାରେ ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଯେମିତିକି କେଶ ଉପୁଡିବା, କେଶ ଧଳା ପଡିବା, ରୁପି ହେବା ଇତ୍ୟାଦି । ଶୀତ ଦିନରେ ଆପଣ କେଶ ଧୋଇବାକୁ ଗଲେ ଆପାତତଃ ୨ ଫଣ୍ଟା ପୂର୍ବରୁ ମୁଣ୍ଡରେ ତେଲ ଲଗାନ୍ତୁ । ଏହାସହ ତେଲ ଲଗାଇବା ପରେ ମୁଣ୍ଡକୁ ମାଲିସ କରନ୍ତୁ । ଯାହା କେଶର ମୂଳକୁ ଷ୍ଟ୍ରଙ୍ଗ କରିବ । ରେଗୁଲାର ଆପଣ ହେୟାର କେୟାର ରୁଟିନରେ ତେଲକୁ ସାମିଲ କରନ୍ତୁ ଯାହା ଫଳରେ ଆପଣ କେଶ ଝଡିବା ଏବଂ ରୁପି ହେବା ସମସ୍ୟାରୁ ମୁକ୍ତି ପାଇବେ ।
ସାମ୍ପୁ କିପରି କରିବା :
ଆପଣ ମନେ ରଖିବା ଉଚିତ୍ ଯେ ଯେତେବଳେ ସାମ୍ପୁ କରୁଛନ୍ତି ସେହି ସମୟରେ ଡାଇରେକ୍ଟ ସାମ୍ପୁକୁ ନଲଗାଇ କିଛି ଭଲ ଉପାୟରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ । କିପରି ବ୍ୟବହାର କରିବେ ଜାଣନ୍ତୁ, ସର୍ବପ୍ରଥମେ କୋଟିଏ ପାତ୍ରରେ ସାମ୍ପୁକୁ ଢ଼ାଳି ନିଅନ୍ତୁ ଏବଂ ସେଥିରେ ସଠିକ ମାତ୍ରାରେ ପାଣି ମିଶାଇ ଦିଅନ୍ତୁ । ଏହାପରେ ତାକୁ ମିଶ୍ରଣ କରି ନିଜ ହାତରେ ମୁଣ୍ଡକୁ ସାମ୍ପୁ କରନ୍ତୁ । ଦେଖିବେ ଆପଣଙ୍କ ରେଜଲ୍ଟ ବହୁତ ଶୀଘ୍ର ପାଇପାରିବେ ।
ଗରମ ପାଣିର ବ୍ୟବହାର :
ଶୀତଋତୁରେ ପ୍ରାୟ ସମସ୍ତ ଲୋକ ଗରମ ପାଣିରେ ଗାଧୋଇବାକୁ ବହୁତ ପସନ୍ଦ କରନ୍ତି । ଖାଲି ଗାଧୋଇବା ପାଇଁ ନୁହେଁ ବରଂ ସବୁ କିଛି ଗରମ ପାଣିରେ କରିଥାନ୍ତି । ଏହି ସମୟରେ ଯଦି ଆପଣ ଗରମ ପାଣିରେ ନିଜ ମୁଣ୍ଡକୁ ଧୁଅନ୍ତି ତେବେ ଅନେକ ପ୍ରକାର ସମସ୍ୟା ଦେଖାଦେବ । ତେଣୁ ଏପରି ପରିସ୍ଥିତିରେ ଆପଣ ଗରମ ପାଣିରେ ମୁଣ୍ଡ ନଧୋଇ ହାଲୁକା ଉଷୁମ ପାଣିରେ ମୁଣ୍ଡ ଧୁଅନ୍ତୁ । ଯାହା ଅନେକ ସମସ୍ୟାକୁ ଦୂରରେ ରଖିବ ।
ଯଦି ଆପଣ ଚାହିଁନ୍ତି ଯେ ଆପଣଙ୍କ ମୁଣ୍ଡରେ ରୁପି ନହେଉ, ତେବେ ଏହି ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ । ପାଇବେ ବହୁତ ଶୀଘ୍ର ଏହାର ରେଜଲ୍ଟ ।