ଦୋମୁହାଁ କେଶ ପାଇଁ ବେଷ୍ଟ ହେୟାର ମାସ୍କ, ଥରେ ଟ୍ରାଏ କରି ଫରକ ଦେଖନ୍ତୁ….

ଶୀତ ଦିନେ ବାରମ୍ବାର ଥଣ୍ଡା ପବନ କେଶ ଉପରେ ପଡିବା କାରଣରୁ କେଶ ରୁକ୍ଷ ହେବା ସହ ଫାଟିଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ମହିଳା ମାନେ ଦାମୀ ହେୟାର ପ୍ରଡ଼କ୍ଟ ମାନ ବ୍ୟବହାର କରିଥାନ୍ତି । ଏବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ । କାଳେ ମୁକ୍ତି ମିଳିବ ଏହା ଭାବି ବାରମ୍ବାର ଚୁଟି କାଟି ବି ଥାନ୍ତି । କିନ୍ତୁ ଆପଣ ହୁଏତ ଜାଣି ନଥିବେ ମାତ୍ର କିଛି ଅତି ସାଧାରଣ ଘରୋଇ ଜିନିଷ ବ୍ୟବହାର କରି ଆପଣ ଦୋ ମୁହାଁ କେଶରୁ ଛୁଟକାରା ପାଇପାରିବେ । ଏହା ସହ ଆପଣଙ୍କ କେଶ ଘନ ହେବା ସହ ପ୍ରାକୃତିକ କଳା ରଙ୍ଗ ବି ଫେରିପାଇବ ।

castor oil

1. ଆଲୋଭେରା ଓ ଜଡ଼ା ତେଲ:  

ଆଲୋଭେରା ଓ ଜଡ଼ତେଲ ହେଉଛି କେଶ ପାଇଁ ସର୍ବୋତ୍କୃଷ୍ଟ ପ୍ୟାକ । ଦୋମୁହାଁ କେଶ ସମସ୍ୟା ଠିକ ହେବା ସହ କେଶ ଲମ୍ବ ଓ ଘନ ମଧ୍ୟ ହୋଇଥାଏ । ୩ ବଡ଼ ଚାମଚ ଆଲୋଭେରା ଜେଲରେ ୨ ଚାମଚ ଜଡ଼ା ତେଲ ଭଲ ଭାବେ ମିଶାଇ ଦିଅନ୍ତୁ । ୩୦ ମିନିଟ ପରେ ଧୋଇ ଦିଅନ୍ତୁ । ଏହା ପରେ ମାଇଲଡ ଶାମ୍ପୁରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶ ସୁସ୍ଥ ହେବା ସହ ଭଲ ପୋଷଣ ମିଳିଥାଏ ।

banana mask

2. କଦଳୀ ହେୟାର ପ୍ୟାକ: 

କଦଳୀ କେଶକୁ ସୁସ୍ଥ ରଖିବା ସହ କଣ୍ଡିସନିଙ୍ଗ ବି କରିଥାଏ । ଏଥିପାଇଁ ଏକ ବାଉଲରେ କଦଳୀ, ୨ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଧୀରେ ଧୀରେ କରି ମାଲିସ କରନ୍ତୁ । ଶୁଖି ଆସିଲେ ମାଇଲଡ ଶାମ୍ପୁରେ ଧୋଇ ଦିଅନ୍ତୁ । ଦେଖିବେ ନିୟମିତ କରିବା ପରେ ଆପଣଙ୍କ କେଶରେ ଏକ ଭିନ୍ନ ପରିବର୍ତ୍ତନ ଆସିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.