ଗରମରେ ବେଷ୍ଟ ହର୍ବାଲ ଫେସ ପ୍ୟାକ, ତ୍ୱଚାରେ ଆସିବ ଇନଷ୍ଟାଣ୍ଟ ଗ୍ଲୋ

ଗ୍ରୀଷ୍ମ ଋତୁରେ ଅଧିକ ତୀବ୍ର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ଆମ ତ୍ୱଚା ସାଧାରଣତଃ ଔଜ୍ଜ୍ୱାଳତା ହରାଇଥାଏ । ଖରା ତରାରେ ବାହାରକୁ ଯିବା ଆସିବା କରିବାକୁ ପଡୁଥିବାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି କର୍ମଜୀବି ମହିଳା ମାନେ । ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଅନେକ ଜଣ ପାର୍ଲର ଯାଇ ସୌନ୍ଦର୍ଯ୍ୟ ଚର୍ଯ୍ୟା କରିପାରନ୍ତି ନାହିଁ । ଅଥବା ଅର୍ଥବ୍ୟୟ କାରଣରୁ କିଛି ଜଣ ଦାମୀ ପାର୍ଲର ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜାଣନ୍ତିକି ପାର୍ଲର ନଯାଇ ମଧ୍ୟ ଆପଣ ଘରେ ପ୍ରସ୍ତୁତ ଫେସ ପ୍ୟାକରେ ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରିବେ । ଏଥିରେ ଆପଣଙ୍କର ଦୁଇଟି ଫାଇଦା ହେବ । ଆପଣଙ୍କୁ ନିୟମିତ ବ୍ୟବଧାନରେ ପାର୍ଲର ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନିକି ବିଭିନ୍ନ ରାସାୟନିକ ପ୍ରୟୋଗରେ ଆପଣଙ୍କ ତ୍ୱଚା କ୍ଷତିଗ୍ରସ୍ତ ବି ହେବ ନାହିଁ । ଏହା ସହ ଆପଣଙ୍କ ତ୍ୱଚାରେ ଏକ ପ୍ରାକୃତିକ ଚମକ ମଧ୍ୟ ଆସିବ । ତେବେ ଜାଣି ରଖନ୍ତୁ ଏହା ବିଷୟରେ:

1. ତୁଳସୀ ଓ ପୋଦିନା ଫେସ ପ୍ୟାକ:

ଏହି ପ୍ୟାକ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ଥଣ୍ଡା ମଧ୍ୟ ରଖିବ । ଏହା ସହ ଶୁଷ୍କତା ଦୂର ହେବା ସହ ଚମକ ମଧ୍ୟ ଆସିବ ।
ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ-
ତୁଳସୀ ପତ୍ର – କିଛି
ପୋଦିନା – କିଛି
ପାଣି – ଆବଶ୍ୟକତା ଅନୁସାରେ

face pack

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ତୁଳସୀ ଓ ପୋଦିନା ପତ୍ରର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ
– ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଧ୍ୟାନ ରଖିବେ ଆପଣଙ୍କ ସ୍କିନ ପରିସ୍କାର ରହିବା ଆବଶ୍ୟକ । ପେଷ୍ଟ ଟି ଶୁଖିଗଲା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଯଦି ଚାହିଁବେ ତ ଆପଣ ଏହି ପେଷ୍ଟ ରାତିସାରା ବି ରଖିପାରିବେ । ପରେ ସକାଳୁ ଉଠି ସାଧା ପାଣିରେ ଧୋଇ ନେବେ ।
-ଔଷଧୀୟ ଗୁଣରେ ଭରପୁର ତୁଳସୀ ଓ ପୋଦିନା ତ୍ୱଚା ପାଇଁ ଖୁବ ଲଭଦାୟୀ ହୋଇଥାଏ । ଏହାର ଫେସମାସ୍କ ଲଗାଇବା ଦ୍ୱାରା ପିମ୍ପଲସ ଦୂର ହେବା ସହ ଚେହେରାରେ ଏକ ପ୍ରକାର ଚମକ ଆସିଥାଏ ।

ଅଙ୍ଗୁର ଫେସପ୍ୟାକ:

ଆବଶ୍ୟକୀୟ ସାମଗ୍ରୀ:

ଅଙ୍ଗୁର ରସ- 2 ଚାମଚ

ଲେମ୍ବୁ ରସ – ଗୋଟେ ଚାମଚ

– ଗୋଟେ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

– ସମସ୍ତ ସାମଗ୍ରୀକୁ ଏକ ଗିନାରେ ଭଲ ଭାବେ ମିଶାଇ ଦିଅନ୍ତୁ ।
– ଏବେ ଏହି ପ୍ୟାକକୁ ନିଜ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ
– ସୁଖୀ ଗଲେ ଏକ ତୁଳା ଓଦା କରି ନିଜ ମୁହଁ ଉପରୁ ଧୀରେ ଧୀରେ ପୋଛି ଦିଅନ୍ତୁ ।
– ଏହି ପ୍ୟାକ ସନ ଟ୍ୟାନ ଦୂର ହେବା ସହ ସ୍କିନ ଟାଇଟ ହେବା ସହ ଗ୍ଲୋ ମଧ୍ୟ ଆସିବ । ଏହାକୁ ଆପଣ ଉଭୟ ତୈଳ ଓ ଶୁଷ୍କ ତ୍ୱଚାରେ ବ୍ୟବହାର କରିପାରିବେ ।

Leave A Reply

Your email address will not be published.