ୟୁରିନ୍‌ ଇନଫେକ୍ସନ ପାଇଁ ଚିନ୍ତାରେ କି, ତେବେ ଏହି ଘରୋଇ ଉପାୟରେ ପାଆନ୍ତୁ ଆରାମ୍‌

ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ୟୁରିନ ଇନଫେକ୍ସନର ଭୟ ଅଧିକ ରହିଥାଏ। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହେଉଥିବା ଦେଖିବାକୁ ମିଳୁଛି। ତେବେ ଆପଣଙ୍କ ମନରେ ନିହାତି ଭାବେ ଏହି ପ୍ରଶ୍ନ ଆସୁଥିବ ଯେ ୟୁରିନ୍‌ ଇନଫେକସନ୍‌ ହେବାର କାରଣ କଣ, କାହିଁକି ଏହା ଅଧିକ ସ୍ତ୍ରୀ ମାନଙ୍କ ଠାରେ ଦେଖିବାକୁ ମିଳୁଛି।

ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠିରେ ଯନ୍ତ୍ରଣା ହେବା ସହ ଜ୍ୱର ମଧ୍ୟ ହୋଇଥାଏ। ଏହିସବୁ ଲକ୍ଷଣକୁ ଉଚିତ ସମୟରେ ଆପଣଙ୍କୁ ଚିହ୍ନିବା ଆବଶ୍ୟକ ନଚେତ ଏହି ଇନଫେକ୍ସନ କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଏଭଳି ସ୍ଥିତିରେ ଆପଣଙ୍କୁ ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ତେବେ ୟୁରିନ ଇନଫେକ୍ସନର କିଛି ଘରୋଇ ଉପଚାର ମଧ୍ୟ ଅଛି। ଯାହାଦ୍ୱାରା ଆପଣ ଘରେ ବି ଏହାର ନିରାକରଣ କରିପାରିବେ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପଚାର।

urineଦିନକୁ ୫-୬ ଲିଟର ପାଣି ପିଅନ୍ତୁ। ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହେଲେ ୟୁରିନ ଇନଫେକ୍ସନ ହୋଇଥାଏ। ଅଧିକ ପାଣି ପିଇଲେ ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହୋଇପାରେ ନାହିଁ ଫଳରେ ସଂକ୍ରମଣରୁ ରକ୍ଷା ମିଳିଥାଏ।

ଅଁଳା ରସ ସହ ମହୁ ମିଶାଇ ଦିନକୁ ତିନି ଥର ସେବନ କରନ୍ତୁ। ଏହାକୁ ସପ୍ତାହେ ଯାଏଁ ସେବନ କରନ୍ତୁ। ଦେଖିବେ ଜ୍ବଳନ ଭଲ ହୋଇଯିବ।

ଅଳ୍ପ ଧନିଆକୁ ରାତିରେ ପାଣିରେ ଭିଜାଇ ଦେବେ ସକାଳେ ଏହାକୁ ଗ୍ରାଇଣ୍ଡ କରି ଛାଣି ଦେବେ। ଏଥିରେ ମିଶ୍ରି ମିଶାଇ ସେବନ ପିଅନ୍ତୁ। ଏହାଦ୍ୱାରା ଜ୍ବଳନ ଭଲ ହୋଇଯିବ।
ୟୁରିନ୍‌ ଇନଫେକ୍ସନ ସମସ୍ୟାରେ ଆପଣ ଖଟା ଫଳ ସେବନ କରନ୍ତୁ। ଖଟା ଫଳରେ ସାଇଟରିକ ଏସିଡ ରହିଛି ଯାହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ। ସେଥିପାଇଁ ୟୁରିନ ଇନଫେକ୍ସନ ହେଲେ ଖଟା ଫଳ ସେବନ କରିବା ଉଚିତ।

ଧନିଆ ଓ ଅଁଳା ଚୁର୍ଣ୍ଣ ସମାନ ମାତ୍ରାରେ ମିଶାଇ ରାତିରେ ଭିଜେଇ ଦିଅନ୍ତୁ। ସକାଳେ ତାକୁ ଛାଣି ସେବନ କରନ୍ତୁ। ଏହାଦ୍ୱାରା ୟୁରିନ ଇନଫେକ୍ସନରୁ ଆଶ୍ବସ୍ତି ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.