୧୩ ବର୍ଷ ପୂର୍ବରୁ ପିଲାଙ୍କୁ ଶିଖାନ୍ତୁ ଏହି ସବୁ କଥା, ଜୀବନରେ କେବେ ବି ହେବେନି ହଇରାଣ

ଛୋଟ ପିଲାଙ୍କୁ ଆମେ ବହୁତ କିଛି ଶିଖାଇବାକୁ ଚେଷ୍ଟା କରିଥାଉ । ସେମାନଙ୍କୁ ଆଡମିଶନ୍ ସ୍କୁଲରେ କରିବା ସହ ଏକ୍ଟ୍ରା ଆକ୍ଟିଭିଟିଜ୍ ମଧ୍ୟ କରାଇଦେଉ । ଆଉ ଭାବୁ ପିଲା ଅଲରାଉଣ୍ଡର ହୋଇଯିବ । କିନ୍ତୁ ଯେତେବେଳେ କଥା ଆସେ ଜୀବନ ସହ ଜଡିତ କାମକୁ ନେଇ, ସେତେବେଳେ କୌଣସି ସ୍କୁଲ୍ ନୁହେଁ ବରଂ ପିତାମାତାଙ୍କଠୁ ମିଳିଥାଏ ଶିକ୍ଷା । ଏକ ସଫଳ ଜୀବନ ପାଇଁ ବିତାଇବା ପାଇଁ ଜରୁରୀ ଆପଣ ଆପଣଙ୍କ ପିଲାକୁ ଟିନଏଜ୍ ପୂର୍ବରୁ କିଛି ଖାସ୍ କଥା ଶିଖାନ୍ତୁ । ଯାହା ଫଳରେ ନିଜ ଉପରେ ନିର୍ଭର ରହିବା ଶିଖିବ । ଆଜିକାଲି ପିଲାମାନେ ୫/୬ ବର୍ଷ ମଧ୍ୟରେ ମୋବାଇଲ୍ ଚଲାଇବା ଶିଖି ଯାଉଛନ୍ତି । କିନ୍ତୁ ଜୋତାର ଲେସ୍ ବାନ୍ଧିବା ଏବଂ ରାସ୍ତା ବୁଝିବାରେ ନିଜକୁ ଅସମର୍ଥ ପାଇଥାନ୍ତି । ଜାଣନ୍ତୁ ଏଭଳି କିଛି ଲାଇଫ ସ୍କିଲ୍ ଯାହା ଆପଣ ନିଜ ପିଲାକୁ ୧୩ ବର୍ଷ ପୂର୍ବରୁ ଶିଖାଇ ଦେବା ଆବଶ୍ୟକ ।

ନିଜ କେଶ ସଫା ରଖିବା :

ପ୍ରାୟ ମା’ ପିଲାଙ୍କୁ ନିଜ କେଶ ସଫା କରିବା ପାଇଁ ଅନୁମତି ଦେଇନଥାନ୍ତି । ଯେତେବେଳେ କି ପିଲାମାନେ ଟିନ ଏଜ୍ ପୂର୍ବରୁ ସଫା ରହିବା ଜାଣିବା ଜରୁରୀ । ପିଲାମାନେ ନିଜ ଦାନ୍ତ ଭଲ ଭାବରେ ବ୍ରଶ କରିବା, ଖାଇବା ପୂର୍ବରୁ ହାତ ଧୋଇବା, ଶରୀରକୁ ସଫା ରଖିବା ଏବଂ ନିଜର ଧ୍ୟାନ ରଖିବା ଟିନ୍ ଏଜ୍ ପୂର୍ବରୁ ଶିଖିବା ଉଚିତ୍ ।

କପଡା ଧୋଇବା :

ନିଜ ହାତରେ କପଡା ଧୋଇବା ଶିଖାଇ ପାରୁନାହାଁନ୍ତି ତେବେ ୱାସିଂ ମେସିନରେ କପଡା ପକାଇବା ନିଶ୍ଚୟ ଶିଖାନ୍ତୁ । ସପ୍ତାହକୁ ଥରେ ତାଙ୍କୁ କପଡା ଧୋଇବା ପାଇଁ କୁହନ୍ତୁ । ଏହା ସହ ମେସିନରେ ସଠିକ୍ ପରିମାଣର ଡିଟର୍ଜେଣ୍ଟ ପକାଇବା ସହ ମେସିନକୁ ସଠିକ୍ ଭାବରେ ଚଲାଇବା ଶିଖାନ୍ତୁ ।

ଲେଖିବା ଅଭ୍ୟାସ :

ନିଜ ପିଲାଙ୍କୁ ଡାଏରୀ ଲେଖିବା ଅଭ୍ୟାସ କରାନ୍ତୁ । ଏମିତି କରିବା ଦ୍ବାରା ପିଲାମାନେ ଭାବନାତ୍ମକ ରୂପରେ ଲୋକମାନଙ୍କ ସହ ଯୋଡି ହୋଇପାରିବେ । ଏହି ଅଭ୍ୟାସ ବିନା କୌଣସି ଶବ୍ଦରେ ନିଜ ଭାବନାକୁ ଜାହିର୍ କରିବାରେ ସେମାନଙ୍କୁ ସାହାଯ୍ୟ କରିବ ।

ଖାଦ୍ୟ ତିଆରି ଶିଖାଇବା :

ଯଦି ଆପଣଙ୍କ ପିଲା ଭୋକ ଲାଗିଲେ ଟେବୁଲରେ ବସି ନଖରା ଦେଖାଉଛନ୍ତି ତେବେ ସେମାନଙ୍କୁ ଶିଖାନ୍ତୁ ଫଟାଫଟ୍ ଖାଦ୍ୟ କେମିତି ପ୍ରସ୍ତୁତ ହୋଇପାରିବ । ଖାଦ୍ୟର ମହତ୍ବ ତାଙ୍କୁ ଟିନ ଏଜ୍ ପୂର୍ବରୁ ଶିଖାନ୍ତୁ ଏହା ସହ କିଛି କିଛି ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ଶିଖାନ୍ତୁ । ଯାହା ଫଳରେ କୌଣସି ପରିସ୍ଥିତିରେ ନିଜ ପେଟ ଭରିବା ପାଇଁ କିଛି ନା କଛି ବନାଇପାରିବେ ।

ମ୍ୟାପ୍ ଏବଂ ରାସ୍ତା ଜାଣିବା ଶିଖାନ୍ତୁ :

ପିଲାଙ୍କୁ ସ୍କୁଲରୁ ଘର ଏବଂ ଆଖପାଖ ମାର୍କେଟର ରାସ୍ତା ବିଷୟରେ ନିଶ୍ଚୟ ଜଣାନ୍ତୁ । ଏହା ସହ ଟ୍ରାଫିକ୍ ନିୟମ ବିଷୟରେ ମଧ୍ୟ ଜଣାନ୍ତୁ । ଯାହା ଫଳରେ ଆପଣଙ୍କ ଅନୁପସ୍ଥିତିରେ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ।

You might also like