କୋରିଆନ ଗ୍ଲାସ୍ ବିଉଟି ପାଇଁ ବେଷ୍ଟ ଟିପ୍ସ, ଜାଣନ୍ତୁ ଉପାୟ
କୋରିଆ ସୌନ୍ଦର୍ଯ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। କୋରିଆର ଗ୍ଲାସ୍ ପରି ସୁନ୍ଦର ଚର୍ମ ପାଇବା ପାଇଁ ଅନେକ ଚେଷ୍ଟା କରନ୍ତି। ତେବେ ବର୍ତ୍ତମାନ ଆପଣ ମଧ୍ୟ କୋରିଆନ ବିଉଟି ପରି ସୁସ୍ଥ ଓ ସୁନ୍ଦର ତ୍ୱଚା ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ। କୋରିଆର ସୌନ୍ଦର୍ଯ୍ୟ ମାନକ ବିଶ୍ବରେ ପ୍ରସିଦ୍ଧ। କିନ୍ତୁ ଏବେ କିଛି କୋରିଆନ୍ ପ୍ରଡକ୍ଟ ମାର୍କେଟରେ ଉପଲବ୍ଧ ହେଇଛି, ଯାହା ପାଇଁ ଗ୍ରାହକ ମାନେ ଏହି ସବୁ ପ୍ରଡକ୍ଟ ବିଷୟରେ ଜାଣିବାକୁ ଲାଗିଲେଣି।
ତେବେ କୋରିଆନ୍ ମାନେ ନିଜର ଖାଦ୍ୟ ଶୈଳୀକୁ ଠିକ୍ ରଖନ୍ତି। ଏହା ସହ ସେମାନେ ଚେହେରାକୁ ମଧ୍ୟ ଦୁଇଥର ଧୁଅନ୍ତି। ଆପଣ ବାରମ୍ବାର ବାହାରକୁ ଯାଆନ୍ତୁ କି ନାହିଁ, ଆପଣ ମେକଅପ୍ ନିଅନ୍ତୁ କି ନାହିଁ, ନିଜ ଚେହେରାକୁ ଧୋଇବା ନିହାତି ଦରକାର। କାରଣ ଧୂଳିକଣାରେ ଥିବା ମଇଳା ଶରୀରରେ ଲାଗିଥାଏ, ଯାହା ଚେହେରାରେ ମଧ୍ୟ ଲାଗିଥାଏ। ତେଣୁ ଚେହେରା ଧୋଇବା ଦରକାର୍।
ଆପଣ କୌଣସି ତିଆରି ତେଲ ନିଜ ଚେହେରାରେ ଅଳ୍ପ ମାତ୍ରାରେ ଲଗାଇବା ଦରକାର। ଯାହାକି ଚର୍ମ ଉପରେ ଲାଗିଥିବା ମଇଳା ସଫା କରେ। ଶୁଖିଲା ଓ ତେଲିଆ ଚର୍ମ ପାଇଁ ଆପଣ ହୋମ୍ ରେମେଡି ବ୍ୟବହାର କରି ପରିବେ। ଏହା ସହିତ ତ୍ତ୍ଵଚରେ ନିୟମିତ ଭାବେ ସେରମ୍, ସନ୍ ସ୍କ୍ରିନ୍ ଲୋସନ୍, ମଇଶ୍ଚୁରାଇଜର ଲଗାଇବା ଦରକାର।
ସେରମ୍ରେ ଭିଜାଯାଇଥିବା ସିଟ୍ ମାସ୍କ ହେଉଛି କୋରିଆର ଗ୍ଲାସ୍ ସ୍କିନ୍ କେୟାର ରୁଟିନ୍ ର ସବୁଠାରୁ ଜିନିଷ, ଯାହାକୁ ପ୍ରତ୍ୟେକ କୋରିଆନ ଆପଣେଇ ଥାଆନ୍ତି। ଏହା ତୁରନ୍ତ ଚର୍ମକୁ ହାଇଡ୍ରେଟ୍ କରେ ଏବଂ ସଠିକ୍ ଭାବେ ପ୍ରୟୋଗ ହେଲେ ଏହା ଭଲ କାମ କରେ। କାରଣ ଆମ ଆଖି ତଳେ ଥିବା ଚର୍ମ ପତଳା ଏବଂ ବୟସ ବଢିବା ସହିତ ଚର୍ମ କୁଞ୍ଚନ ଆରମ୍ଭ ହୁଏ। କିନ୍ତୁ ଏହି ସେରମ ଚର୍ମ କୁଞ୍ଚନରୁ ରକ୍ଷା କରେ। ଖାସ କରି ଭଲ SPF ଥିବା କ୍ରିମ ଲଗାଇବା ଦରକାର୍। ଷ୍ଟେପ୍ ବାଇ ଷ୍ଟେପ୍ ସବୁ ପ୍ରୋସେସ ହୋଇଥାଏ।