ଲାଇଫ୍ ଷ୍ଟାଇଲ୍

ସୁନ୍ଦର କେଶ ପାଇଁ ମେଡିସିନ ଆବଶ୍ୟକ ନାହିଁ, କେବଳ ଏହି ଯୋଗାସନ ଦ୍ୱାରା କରିପାରିବେ କେଶ ବୃଦ୍ଧି

ସୁନ୍ଦର କେଶ କିଏ ବା ନଚାହେଁ । କେଶ ନଥିଲେ ବ୍ୟକ୍ତି ନିଜକୁ ହତୋତ୍ସାହିତ ଅନୁଭବ କରେ । ଆଜିକାଲି କେଶ ଝଡିବା ଓ ପାଚିବାକୁ ନେଇ ପ୍ରତ୍ୟେକ ବ୍ୟକ୍ତି ମାନସିକ ଚାପରେ । ଭଲ କେଶ ପାଇଁ ବିଭିନ୍ନ ପ୍ରକାର ମେଡିସିନ ଓ ଅଏଲ ସହ ଚେର ମୂଳିକାର ସହାୟତା ମଧ୍ୟ ନେଇଥାନ୍ତି ଲୋକେ । ହେଲେ ମାତ୍ର ଏକ ସାଧାରଣ ଉପାୟରେ କେଶକୁ ଭଲ ବଢ଼ାଇବା ସହ ସୁନ୍ଦର କରିପାରିବେ । ଆସନ୍ତୁ ଜାଣିବା କେଉଁ ପ୍ରକାର ଯୋଗ ବାଳ ପାଇଁ ଉପକାରୀ ହୋଇଥାଏ ।

୧. ଅଧୋମୁଖ ଶ୍ୱାନ ଆସନ : ପ୍ରଥମେ ଦୁଇ ପାଦକୁ ଟିକିଏ ଦୂରତାରେ ରଖି ସିଧା ଠିଆ ହୁଅନ୍ତୁ । ଏବେ ଆପଣଙ୍କ ହାତକୁ ଭୂମି ଉପରକୁ ଆଣନ୍ତୁ । ଏହପରି ଏକ ବେଞ୍ଚ ପରି ନିଜ ଶରୀରକୁ କରନ୍ତୁ । ଏବେ ଶ୍ୱାସ ବାହାରକୁ ଛାଡ଼ି କମରକୁ ଉପରକୁ ଉଠାନ୍ତୁ ଯେପରି ଶରୀର ଇଂରାଜୀ ଅକ୍ଷର ‘V’ ପରି ହେବ । କିଛି ସମୟ ପରେ ଶ୍ୱାସ ଛାଡ଼ି ପୂର୍ବାବସ୍ତାକୁ ଫେରି ଆସନ୍ତୁ ଓ ବିଶ୍ରାମ କରନ୍ତୁ ।

୨. ବଜ୍ରାସନ : ବାଳ ପାଇଁ ଏହା ସବୁଠୁ ଭଲ ଆସନ । ପ୍ରଥମେ ଆଣ୍ଠୁ ମାଡ଼ି ବସି ଯାଆନ୍ତୁ । ଯେପରି ଆପଣଙ୍କ ଦୁଇ ପାଦର ଆଙ୍ଗୁଠି ଏକ ସହିତ ରହିବା ଉଚିତ୍‌ । ଯେପରି ଆପଣଙ୍କ ପିଚା ଭାଗ ଗୋଇଠି ଉପରେ ରହିବ । ଏବେ ଦୁଇ ହାତକୁ ଦୁଇ ଆଣ୍ଠୁ ଉପରେ ରଖନ୍ତୁ । ଯେପରି ଆପଣଙ୍କ ପିଠି ଓ ମୁଣ୍ଡ ସିଧା ରହେ । ଏହାପରେ ଆଖି ବନ୍ଦ କରି ଶ୍ୱାସ ଗତି ସାମାନ୍ୟ ରଖନ୍ତୁ । ୫-୧୦ ମିନିଟ ଏମିତି ବସିବା ପରେ ଧିରେଧିରେ ଆଖି ଖୋଲନ୍ତୁ ଓ ସାମାନ୍ୟ ଅବସ୍ଥାକୁ ଫେରନ୍ତୁ ।

 

P.C : HappyHindi

୩. ସର୍ବଙ୍ଗ ଆସନ : ପ୍ରଥମେ ମୁହଁ ଉପରକୁ କରି ଶୋଇ ପଡ଼ନ୍ତୁ । ଦୁଇ ହାତକୁ ଶରୀର ଉଭୟ ପାର୍ଶ୍ୱରେ ରଖି ଏବେ ଦୁଇ ଗୋଡକୁ ଏକ ସଂଗରେ ଉପରକୁ ଉଠାନ୍ତୁ । ଏବେ ଦୁଇ ହାତର ସାହାରା ବା ଠେସ କମର ଉପରେ ଦେଇ ପିଠିକୁ ଉପରକୁ ଉଠାନ୍ତୁ । ଯେପରି ହାତର କହୁଣୀ ଭୂମି ଉପରେ ରହିଥିବ । ଶରୀରର ସମସ୍ତ ଭାର ଯେପରି କାନ୍ଧ ଉପରେ ରହିବ । ଗଭୀର ଶ୍ୱାସ ନେଇ ୩୦ ସେକେଣ୍ଡରୁ ୧ ମିନିଟ ଯାଏ ରୁହନ୍ତୁ । ପରେ ଶ୍ୱାସ ଛାଡ଼ି ପୂର୍ବାବସ୍ତାକୁ ଫେରନ୍ତୁ । ଏବେ କିଛି ସମୟ ବିଶ୍ରାମ ନିଅନ୍ତୁ ।

Niharanjan

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

37 mins ago