ପାନପତ୍ରରେ ଗୋଲାପ ପାଖୁଡା ରଖି ଲକ୍ଷ୍ମୀ ମାତାଙ୍କୁ କରନ୍ତୁ ଅର୍ପଣ, ଆର୍ଥିକ ସମସ୍ଯାରୁ ମିଳିବ ମୁକ୍ତି

ହିନ୍ଦୁ ଧର୍ମରେ ପାନ ପତ୍ରର ଖାସ୍ ମହତ୍ତ୍ବ ରହିଥାଏ। ଗାଁ ଗହଳିର ବୁଢାବୁଢିମାନେ ପାନ ଖାଇବା ଦ୍ବାରା ଖାଦ୍ଯ ହଜମ ହୋଇଥାଏ। ତେଣୁ ସେମାନେ ଖାଇ ସାରିବା ପରେ ପାନ ଖାଇବାକୁ ଭଲ ପାଆନ୍ତି। କୁହାଯାଏ, ପାନ ପତ୍ରରେ ଦେବାଦେବୀ ବାସ କରନ୍ତି। ଏହାଛଡା ବହୁତ ଶୁଭ ହୋଇଥାଏ। ଆଜି ଆମେ ପାନପତ୍ର ବିଷୟରେ କିଛି ଉପାୟ ବତାଇବୁ, ଯାହା ଆପଣ ଜାଣିନଥିବେ।

ହନୁମାନଙ୍କ କୃପା ପାଇବା ପାଇଁ ମଙ୍ଗଳବାର ଦିନ ପୂଜା କରିବା ପରେ ହନୁମାନଙ୍କୁ ଏକ ପାନରେ ଅଳ୍ପ ଗୁଡକୁ ପାନପତ୍ରରେ ରଖି ଭୋଗ ଲଗାନ୍ତୁ।

ଶନିବାର ଦିନ୫-୫ଟି ପାନପତ୍ର ଏବଂ ଅଶ୍ବତ୍ଥ ପତ୍ର ନେଇ ଏଥିରେ ସୂତାବାନ୍ଧି କାର୍ଯ୍ଯସ୍ଥଳର ପୂର୍ବ ଦିଗରେ ଟଙ୍ଗାନ୍ତୁ। ଏମିତି କରିବା ଦ୍ବାରା ବ୍ଯବସାୟରେ ସମସ୍ତ ଅସୁବିଧା ଦୂର ହୋଇ ଉନ୍ନତି ହୋଇଥାଏ।

ଶୁକ୍ରବାର ଦିନ ପାନପତ୍ରରେ ଗୋଲାପ ପାଖୁଡା ରଖି ଲକ୍ଷ୍ମୀ ମାତାଙ୍କୁ ଅର୍ପଣ କରନ୍ତି। ଆର୍ଥିକ ସମସ୍ଯାରୁ ମୁକ୍ତି ମିଳିବ।

ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଦେବୀଦେବତାଙ୍କ ପୂଜାରେ ପାନର ବ୍ଯବହାର କରନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ।

Leave A Reply

Your email address will not be published.