ଡାର୍କ ସ୍ପଟରୁ ଆରମ୍ଭ କରି ସ୍କିନ ଲାଇଟିଂ ଓ ଏଣ୍ଟି ଏଜିଂ ପାଇଁ ପାନର ଏହି ଟିପ୍ସ ବହୁତ ଲାଭକାରୀ

ପାନ ପତ୍ର ପ୍ରାଚୀନ କାଳରୁ ଘା, କଟା ବା ଚର୍ମ ସହିତ ଜଡିତ ସମସ୍ୟାରେ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦରେ ପାନ ପତ୍ରକୁ ବହୁତ ଉପଯୋଗୀ ମନାଯାଇଥାଏ । ପାନର ତାଜା ରସରେ ଦରଜ ଓ ରକ୍ତ ସ୍ରାବକୁ ରୋକାଯାଇପାରେ । ଏଥିସହିତ ଏହା ବ୍ୟୁଟି ସମ୍ପର୍କିତ ସମସ୍ୟାରେ ମଧ୍ୟ ଚମତ୍କାର କାମ କରିଥାଏ ।

ହର୍ବାଲ କ୍ରିମରେ ମଧ୍ୟ ପାନ ପତ୍ରର ଅର୍କକୁ ମିଶାଯାଏ । କାରଣ ଏହା ଚର୍ମ ସହିତ ଜଡ଼ିତ ଅନେକ ସମସ୍ୟାର ସମାଧାନ କରିଥାଏ । ପାନ ପତ୍ରରେ େଆୟୋଡିନ୍‌, ପୋଟାସିୟମ, ଭିଟାମିନ ଏ, ବି,ବି ୨ ଏବଂ ନିକୋଟିନ ଏସିଡ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ବହୁତ ଲାଭକାରୀ ହୋଇଥାଏ ।

୧. ଏଣ୍ଟି ଏଜିଂ ପାଇଁ ଲାଭକାରୀ : ପାନ ପତ୍ରର ଅର୍କରେ ଏଣ୍ଟି ଏଜିଂ ପ୍ରଭାବ ରହିଥାଏ । ଏଜିଂ ସମସ୍ୟା କାରଣୁ ଚର୍ମରେ ପଡୁଥିବା ଲାଇନ ଓ ରିଙ୍କଲସ ଓ ଆଖିର ଏଜିଂ ଇଫେକ୍ଟକୁ ବନ୍ଦ କରିଥାଏ ।

୨. ବ୍ରଣକୁ ରୋକିଥାଏ : ବ୍ୟାକ୍ଟେରିଆ କାରଣରୁ ମୁହଁରେ ବ୍ରଣ ହୋଇଥାଏ । ଯଦି ଏହା ଉପରେ ପାନ ପତ୍ରର ରସ ଲଗାଯାଏ ତେବେ ବ୍ୟାକ୍ଟେରିଆ ସଂକ୍ରମଣ ବନ୍ଦ ହୋଇଥାଏ ।

୩. ଡାର୍କ ସ୍ପଟ : ପାନ ପତ୍ରରେ ଏଣ୍ଟି ଇନଫ୍ଲାମେଟରୀ ଓ ଏଣ୍ଟି ବ୍ୟାକ୍ଟେରିଆଲ ପ୍ରଭାବ ରହିଥାଏ । ଏହି କାରଣରୁ ଏହା ଘା’କୁ ଭରିବା ସହ ଡାର୍କ ସ୍ପଟରେ ବହୁତ ପ୍ରଭାବୀ ହୋଇଥାଏ ।

୪. ଚର୍ମ ରୋଗ : କୁଣ୍ଡେଇ ହେବା, ଜ୍ୱଳନ ଓ ଦରଜ ପାଇଁ ପାନ ପତ୍ର ପେଷ୍ଟ ବହୁତ କାମ କରିଥାଏ । କଟା,ଖଣ୍ଡିଆ ଓ ମାଡ ପରେ ପାନ ପତ୍ର ଲଗାଇବା ଲାଭଦାୟକ ହୋଇଥାଏ ।

୫. ସ୍କିନ ହ୍ଵାଇଟନିଙ୍ଗ୍‌ : ଦାଗହିନ ଓ ଚମକଦାର ତ୍ୱଚା ପାଇଁ ପାନ ବହୁତ ଲାଭଦାୟକ ହୋଇଥାଏ । ପାନ ପତ୍ରରେ ସ୍କିନ ଲାଇଟନିଙ୍ଗ ପ୍ରଭାବ ଥିବାରୁ ଏହା ତ୍ୱଚାର ରଂଗକୁ ଉଜ୍ଜଳ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.