ସାବଧାନ! ତରକାରୀ, ଡାଲିରେ ଆପଣ ଜିରା ତଡ଼କା ଲଗାଉଛନ୍ତି କି, ଏଥି ପୂର୍ବରୁ ଜାଣି ରଖନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା

ଜିରା ଏମିତି ଏକ ମସଲା, ଯାହା ଭାରତୀୟଙ୍କ ରୋଷେଇ ଘରେ ଅତି ସହଜରେ ମିଳି ଯାଇଥାଏ। ଜିରାର ବ୍ୟବହାର ଖାଦ୍ୟରେ ତଡ଼କା ଲଗାଇବାରେ ବ୍ୟବହାର କରାଯାଇଥାଏ। ଏହାର ସ୍ୱାଦ ମଧ୍ୟ ବହୁତ ବଢ଼ିଆ ହୋଇଥାଏ। ଏହି ଛୋଟିଆ ଜିନିଷ ପୂରା ବ୍ୟଞ୍ଜନର ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ଛଡ଼ା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଏହାକୁ ସେବନ କଲେ ପାଚନ ଶକ୍ତି ବହୁତ ମଜଭୁତ ହୋଇଥାଏ।

କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଜିରା ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ମଧ୍ୟ ପହଞ୍ଚିଥାଏ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାଜିପାରେ। ଏଥିପାଇଁ ଅଧିକ ମାତ୍ରାରେ ଜିରା ସେବନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଜିରାର କ’ଣ ରହିଛି ପାର୍ଶ୍ୱ ପ୍ରତିକ୍ରିୟା।

ଜ୍ୱଳନ: ଅଧିକ ମାତ୍ରାରେ ଜିରା ସେବନ କଲେ ଛାତିରେ ଜ୍ୱଳନ ସମସ୍ୟା ଦେଖା ଦେଇଥାଏ।

କିଡ୍‌ନୀ ଖରାପ ହେବାର ଆଶଙ୍କା: ଜିରା ଅଧିକ ସେବନ କଲେ କିଡ୍‌ନୀକୁ କ୍ଷତି ପହଞ୍ଚିଥାଏ। ତେଣୁ ଯେତେ ସମ୍ଭବ ଏହାକୁ କମ୍‌ ମାତ୍ରାରେ ସେବନ କରନ୍ତୁ।

ହାକୁଟି ସମସ୍ୟା: ଜିରା ଅଧିକ ଖାଇଲେ ହାକୁଟି ସମସ୍ୟା ଦେଖା ଦେଇପାରେ। ହାକୁଟି ହେଲେ ଆପଣଙ୍କ ପେଟରେ ଜମିଥିବା ଗ୍ୟାସ୍‌ ବାହାରି ଯାଇଥାଏ।

ସୁଗାର ଲେବଲ ହୋଇଥାଏ କମ୍‌: ଜିରା ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ଲେବଲ କମି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.