କେବଳ ଖାଦ୍ୟକୁ ସ୍ୱାଦିଷ୍ଟ ନୁହେଁ ବରଂ ତ୍ୱଚା ପାଇଁ ଉପକାରୀ ହୋଇଥାଏ ଅଳେଇଚ

ବଡ ଗୁଜୁରାତି ବା ଅଳେଇଚ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହାକୁ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ସାମିଲ କରାଯାଏ। ଅଳେଇଚ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଫାଇଦା ଦେଇଥାଏ। କିନ୍ତୁ ଆପଣ କେବେ ଏହାକୁ ତ୍ୱଚା ପାଇଁ ବ୍ୟବହାର କରିଛନ୍ତି କି ? ଏହା ତ୍ୱଚାକୁ ପୋଷଣ ଦେଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ତ୍ୱଚାକୁ ଫାଇଦା ପହଞ୍ଚାଇଥାଏ। ଅଳେଇଚ ଦ୍ୱାରା ତ୍ୱଚାରେ ଥିବା ଆଲର୍ଜି ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ତ୍ୱଚାକୁ ଉଜ୍ୱଳ କରିବାକୁ ଚାହୁଁଛନ୍ତି, ତେବେ ଅଳେଇଚକୁ ବ୍ୟବହାର କରିପାରିବେ।

ସ୍କ୍ରବ ପାଇଁ : ତ୍ୱଚା ପାଇଁ ଅଳେଇଚ ସ୍କ୍ରବ ବେଶ ଫାଇଦାଯୁକ୍ତ। ଏହା ସ୍କିନର ଡେଡ୍‌ ସେଲସକୁ ହଟାଇ ସ୍କିନକୁ ଭିତରୁ ସଫା କରିଥାଏ। ବଡ ଅଳେଇଚରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଏବଂ ଜରୁରୀ ମିନେରାଲ୍ସ, ପୋଟାସିୟମ ଭରପୂର ରହିଥାଏ। ଯାହା ତ୍ୱଚାକୁ ଭିତରୁ ସଫା କରିଥାଏ।

ରକ୍ତ ସଂଚାଳନ ଠିକ୍‌ କରେ : ବଡ ଅଳେଇଚ ବ୍ଲଡ ସର୍କୁଲେସନକୁ ଠିକ୍‌ କରିବାରେ ସହାୟକ ହୋଇଥାଏ। ବଡ ଅଳେଇଚ ତ୍ୱଚାରୁ ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ସ୍କିନକୁ ଡିଟକ୍ସ କରିଥାଏ। ଏହାଛଡା ତ୍ୱଚାରେ ବ୍ଲଡ ସର୍କୁଲେସନକୁ ଦ୍ରୁତ କରି ତ୍ୱଚାକୁ ଭିତରୁ ସଫା କରିଥାଏ।

big card
Photo credit: Spice Factors

ଏଜିଂରେ ସାହାଯ୍ୟ କରେ : ବଡ ଅଳେଇଚ ଆପଣଙ୍କ ବଢୁଥିବା ବୟସ ଛାପକୁ ଦୂର କରିଥାଏ। ଏହାସହିତ ତ୍ୱଚାରେ ଉଜ୍ୱଳତା ଆଣିଥାଏ। ଆଣ୍ଟି ରିଙ୍କେଲ କ୍ରିମ କରି ବଡ ଅଳେଇଚକୁ ଆପଣ ଲଗାଇପାରିବେ। ଏହାକୁ ଲଗାଇଲେ ତ୍ୱଚାରୁ ଭାଙ୍ଗ ଦୂର ହୁଏ।

ବ୍ରଣକୁ ଠିକ୍‌ କରେ : ବଡ ଅଳେଇଚରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ, ଯାହା ତ୍ୱଚାରେ ଥିବା ବ୍ରଣ ଦାଗ ଦୂର କରିଥାଏ। ଏହା ସହିତ ଭିଟାମିନ ସି ଓ ଭିଟାମିନ ଇରେ ଭରପୂର ହୋଇଥାଏ ବଡ ଅଳେଇଚ। ଚେହେରାରୁ ଦାଗ ଦୂର କରିଥାଏ।

Leave A Reply

Your email address will not be published.