ନୂଆବର୍ଷ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ସ୍ପଞ୍ଜି ବିସ୍କୁଟ କେକ୍, ଟେଷ୍ଟ ପୁରା ବେଷ୍ଟ

ବଜାରରେ କେକ୍ ର ଚାହିଦା ଖୁବ୍ ଅଧିକ । ବର୍ତ୍ତମାନ ପିଢୀଙ୍କ ପାଇଁ ପ୍ରତ୍ୟେକ ସେଲିବ୍ରେସନରେ କେକ୍ ନିହାତୀ ଆବଶ୍ୟକ। ତେବେ କିଣା କାହିଁକି ଘରେ ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କେକ୍ । ଏଥିପାଇଁ ଆପଣଙ୍କୁ କୌଣସି ଅଟା କି ମଇଦାର ଆବଶ୍ୟକତା ପଡିବନାହିଁ । କେବଳ ବିସ୍କୁଟରେ ତାପୁଣି ଇଟିଲି ଛାଞ୍ଚରେ କରିପାରିବେ ସୁସ୍ବାଦୁ କେକ୍ । ତେବେ ଆସନ୍ତୁ ଜାଣିବା କେମିତି ଅତି ସହଜରେ ପ୍ରସ୍ତୁତ କରିବେ ବିସ୍କୁଟ କେକ୍ ।

Biscuitଆବଶ୍ୟକୀୟ ସାମଗ୍ରୀ:

ବିସ୍କୁଟ(ଆପଣଙ୍କ ପସନ୍ଦ)
କ୍ଷୀର
ଚିନି
କାଜୁ
କିସମିସ୍
ଇନୋ(ଯେକୌଣସି ଫ୍ଳେଭର)
ତେଲ

Chocolate Biscuitପ୍ରଣାଳୀ:

-ପ୍ରଥମେ ଆପଣ ବିସ୍କୁଟକୁ ଗ୍ରାଇଣ୍ଡର କିମ୍ବା ହାତରେ ସାହାଯ୍ୟରେ ଗୁଣ୍ଡ କରିଦିଅନ୍ତୁ ।

-ଏହାପରେ ଏହି ଗୁଣ୍ଡରେ ସିଝା ହୋଇଥିବା କ୍ଷୀରକୁ ଅଳ୍ପ ଅଳ୍ପ ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

-ପେଷ୍ଟ ପ୍ରସ୍ତୁତ ହେବାପରେ ଏଥିରେ ଇନୋ ପକାଇ ଫେଟନ୍ତୁ । ଯେପରି ପେଷ୍ଟରେ କୌଣସି ବିଣ୍ଡା ନରୁହେ ।

– ଏହାପରେ ଏଥିରେ ଆପଣ ଅଳ୍ପ ପରିମାଣରେ ଚିନିକୁ ଗୁଣ୍ଡ କରି ମିଶାନ୍ତୁ । ଧ୍ୟାନ ରଖିବେ ବିସ୍କୁଟରେ ପ୍ରଥମରୁ ହିଁ ଚିନି ମିଶିଥାଏ ।

-ଏବେ ଆପଣ ଇଟିଲି ଛାଞ୍ଚରୁ ସବୁ ଛାଞ୍ଚ କାଢି ଦିଅନ୍ତୁ ଏବଂ ସେଥିରେ କିଛି ଲୁଣ ପକାଇ ଗରମ କରିବାକୁ ଛାଡିଦିଅନ୍ତୁ ।

-ଯେତେବେଳେ ଲୁଣ ଗରମ ହୋଇଯିବ ତାଉପରେ ଏକ ବେଶ୍ ବା ଷ୍ଟାଣ୍ଡ ରଖି ଦିଅନ୍ତୁ ।

cake-ଏହାପରେ ଏକ ସିଲଭର ପାତ୍ରରେ କିଛି ତେଲ ନେଇ ଚାରିଆଡେ ଭଲକି ଲଗାଇ ଦିଅନ୍ତୁ ।

-ଏହାପରେ ତାଉପରେ କିଛି ମଇଦା ନେଇ ଛିଞ୍ଚି ଦିଅନ୍ତୁ ।

-ଏହାପରେ ଆପଣ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ସିଲଭର ପାତ୍ରରେ ରଖିବା ପରେ ଏହାଉପରେ ଆପଣ ରଖିଥିବା ସମସ୍ତ ଡ୍ରାଏ ଫ୍ରୁଡସକୁ ପକାଇ ଦିଅନ୍ତୁ ।

-ଏହାପରେ ପାତ୍ରଟିକୁ ଇଟିଏି ଛାଞ୍ଚ ଭିତରେ ରଖିଥିବା ଷ୍ଟାଣ୍ଡ ଉପରେ ରଖି ଦିଅନ୍ତୁ ଏବଂ ଇଟିଲି ଛାଞ୍ଚର କଭର ଢାଙ୍କି ଦିଅନ୍ତୁ ।

-ପାଖାପାଖି ୩୦ରୁ ୩୫ମିନିଟ୍ ପରେ କଭର କାଢି ଦେଖନ୍ତୁ କେକ୍ ଟି ଭଲ ଭାବେ ପ୍ରସ୍ତୁତ ହୋଇଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like