ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ କଲରା ମଞ୍ଜି, ମିଳିବ ବଢ଼ିଆ ଫାଇଦା

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କିନ୍ତୁ ଆପଣ ଜାଣନ୍ତି, ଏହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ପସନ୍ଦ ନଆସିବା ସତ୍ତ୍ୱେ ମଧ୍ୟ ଏହାକୁ ସମସ୍ତଙ୍କ ଘରେ ତିଆରି କରାଯାଏ । କାରଣ ଏହା ଶରୀର ପାଇଁ ମେଡିସିନ ସଦୃଶ୍ୟ କାମ କରେ । ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଫାଇଦାକାରୀ ଗୁଣ ସଂପର୍କରେ ।

କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। କଲରା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। କାରଣ, ଏହା ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କଲରା ଭଳି ତା’ ମଞ୍ଜି ମଧ୍ୟ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। କଲରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାର ସ୍ୱାଦ ପିତା ହେତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି କଲରା ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।କଲରା ମଞ୍ଜିରେ ଭିଟାମିନ୍‌ ଓ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଦିଏ।

କଲରା ଏପରି ଏକ ପରିବା ଯାହାକୁ ଖାଇବାକୁ ବେଶି କେହି ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ପିତା ଲାଗିଲେ ବି ଶରୀର ପାଇଁ ଏହା ଖୁବ ଉପକାରୀ ହୋଇଥାଏ। ସବୁ ପରିବା ମଧ୍ୟରୁ କଲରା ପାଟିକୁ ସ୍ୱାଦ ଦେଇନଥାଏ। କିନ୍ତୁ ଶରୀରରେ ଅନେକ ରୋଗ ସମସ୍ୟାରୁ ମୁକ୍ତି ଦିଏ । ଯେଉଁ କିଛି ଲୋକ ଏହାକୁ ଖାଆନ୍ତି ଏହା ସହ ମଞ୍ଜି ମଧ୍ୟ କିଛି ଲୋକ ପରିବା ସହ ଖାଇ ଦିଅନ୍ତି।

କିନ୍ତୁ ଜାଣତରେ ହେଉ ଅବା ଅଜାଣତରେ ଏହାର ମଞ୍ଜି କୁ ଖାଇବା ଦ୍ୱାରା କିଛି କ୍ଷତି ହୋଇନଥାଏ। ଏହା ମଧ୍ୟ ଶରୀର ପାଇଁ ଉପକାରୀ ହୋଇଥାଏ। ଏଥିରେ ବ୍ଲଡ ସୁଗାର, ହାର୍ଟ ଆଟାକ , ହାଇ କୋଲେଷ୍ଟ୍ରଲ ସାମିଲ ରହିଛି। ଆପଣ ଯଦି ଏହାକୁ ନିଜ ଖାଦ୍ୟରେ ଆଡ୍‌ କରନ୍ତି ତେବେ ଏହା ଧିରେ ଧିରେ ଫାଇଦା ଯୋଗାଇଥାଏ।

ଏବେ ଜାଣନ୍ତୁ କଲରାର ମଞ୍ଜିରୁ କେଉଁ ସବୁ ଫାଇଦା ମିଳେ:

ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପଯୁକ୍ତ ହୋଇଥାଏ। କବ୍ଜ ଭଳି ସମସ୍ୟାକୁ ଏହା ଦୂର କରେ। ଏହାଦ୍ୱାରା ବ୍ଲଡ ସୁଗାର ମାତ୍ରା କଣ୍ଟ୍ରୋଲ ରେ ରୁହେ। ଡାଇଭେଟିଜ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ।

ଏହାକୁ ଖାଇବା ଦ୍ୱାରା ହାର୍ଟ ଆଟାକ ସମସ୍ୟା କମିଯାଏ। ଏହା ଏଲଡିଏଲ ମାନେ ଖରାପ କୋଲେଷ୍ଟ୍ରଲ ମାତ୍ରାକୁ କମ କରିଥାଏ। ଏହାସହ ଭଲ କୋଲେଷ୍ଟ୍ରଲ ମାତ୍ରାକୁ ବଢ଼ାଇଥାଏ। ଏମିତିରେ ଶରୀରରେ ଏହାର ମାତ୍ରା ନିୟନ୍ତ୍ରଣରେ ରୁହେ। ହାର୍ଟ ଆଟାକ ସମସ୍ୟା କମ ହୋଇଯ ।ଏ।

ଓଜନ ମଧ୍ୟ କଣ୍ଟ୍ରୋଲ ରେ ରୁହେ। ଶରୀରରେ ମେଦବହୁଳତା ହ୍ରାସ କରିବା ପାଇଁ ଏହାକୁ ଖାଆନ୍ତୁ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରୁହେ। ଇମ୍ୟୁନିଟି ବୁଷ୍ଟ କରିବାରେ ସହାୟକ ହୋଇଥାଏ। ତେଣୁ ଏହାକୁ ନିଶ୍ଚିତ ରୂୁପେ ଖାଦ୍ୟରେ ସାମିଳ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.