ସୌନ୍ଦର୍ଯ୍ଯ ପାଇଁ ଗୋଲମରିଚ : ଜାଣନ୍ତୁ କିପରି କରିବେ ବ୍ୟବହାର

ଗୋଲମରିଚ କେବଳ ମସଲା ନୁହେଁ ଏଥିରେ ଭରି ରହିଛି ଅନେକ ଓୗଷଧୀୟ ଗୁଣ । ଯାହା ଆମ ଶରୀର ପାଇଁ ଅନେକ ହିତକର ହୋଇଥାଏ । ଏଥିରେ ଥିବା ପିପରିନ୍ ନାମକ ତତ୍ବ ଏହାର ସ୍ବାଦ ବଢାଇଥାଏ । ଗୋଲମରିଚରେ ଆଇରନ୍, ପୋଟାସିୟମ୍, ମ୍ଯାଗନେସିୟମ, ମାଙ୍ଗାନିଜ୍, ଜିଂକ୍, କ୍ରୋମିୟମ୍, ଭିଟାମିନ୍ ଏ ଓ ସି ଭଳି ପୋଷକ ତତ୍ବ ରହିଛି । କ’ଣ ଆପଣଙ୍କୁ ଜଣା ଅଛି କି ଗୋଲମରିଚ ବ୍ଯବହାର ଖାଲି ଖାଇବା ନୁହେଁ ସ୍ବସ୍ଥ୍ଯ ଓ ସୌନ୍ଦର୍ଯ୍ଯ ପାଇଁ ମଧ୍ୟ ଦରକାର ହୋଇଥାଏ ।

ଏଥିରେ ବହୁତ ଗୁଣ ଭରି ରହିଛି ଯାହା ଆପଣଙ୍କର ସୌନ୍ଦର୍ଯ୍ଯ ବଢାଇବାରେ କାମରେ ଆସିଥାଏ । ଅଲଗା ଅଲଗା ପ୍ରାକୃତିକ ଜିନିଷ ସହ ମିଶ୍ରଣ କରି ବ୍ଯବହାର କରିବା ଦ୍ବାରା ବ୍ଲାକ ହେଡ୍, ବ୍ରଣ, ବ୍ରଣ ଦାଗ ଅଦି ସମସ୍ଯାରୁ ରକ୍ଷା ପାଇପାରିବେ । ଆସନ୍ତୁ ଜାଣିବା କିପରି ବ୍ଯବହାର କରିବା..

ଦହି ସହ ଗୋଲମରିଚର ବ୍ଯବହାର :

ଗୋଲମରିଚ ପାଉଡର ସହ ଅଳ୍ପ କିଛି ଦହି ମିଶାଇ ଫେସପ୍ଯାକ୍ ତିଆରି କରନ୍ତୁ ଏବଂ ହାଲକା ଭାବେ ହାତରେ ନେଇ ୨ରୁ୩ ମିନିଟ୍ ମୁହଁରେ ଧିରେ ଧିରେ ମସାଜ୍ କରନ୍ତୁ । ଏହାପରେ ୧୦ ମିନିଟ୍ ପର୍ଯ୍ଯନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଶୁଖି ଯିବା ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ । ଏହା କରିବା ଦ୍ବାରା ମୃତ କୋଷ ସଫା ହେବା ସହ ତ୍ବଚା ନରମ୍ ହୋଇଥାଏ ଏବଂ ବ୍ଲାକ୍ ହେଡସ ମଧ୍ୟ ଚାଲିଥାଏ ।

ମହୁ ସହ ଗୋଲମରିଚର ବ୍ଯବହାର :

ଅଧା ଚାମଚ୍ ମହୁ ସହ ଗୋଲମରିଚ ପାଉଡରକୁ ଏକାଠି ମିଶାନ୍ତୁ ଏହାପରେ ମୁହଁରେ ହାଲୁକା ଭାବେ ଲଗାନ୍ତୁ । ଅଧ ଘଣ୍ଟା ପରେ ଉଷୁମ୍ ପାଣିରେ ପରିଷ୍କାର କରି ମୁହଁକୁ ଧୋଇ ନିଅନ୍ତୁ ଏହା କରିବା ଦ୍ବାରା ତ୍ବଚାରେ ସାଙ୍ଗେ ସାଙ୍ଗେ ଚମକ ଆସିଥାଏ ।

ହଳଦୀ ସହ ଗୋଲମରିଚ :

ହଳଦୀ ଓ ଗୋଲମରିଚ ମିଶ୍ରଣରେ ଆଣ୍ଟି-ବ୍ଯାକ୍ଟେରିଆଲ୍ ଓ ଆଣ୍ଟି-ଇନଫ୍ଲାମାଟୋରି ଗୁଣ ରହିଥାଏ ଯାହା ଫଳରେ ଏହାକୁ ବ୍ଯବହାର କରିବା ଦ୍ବାରା ବ୍ରଣ ସମସ୍ଯାରୁ ମୁକ୍ତି ମିଳିଥାଏ । ଏକ ଚାମଚ୍ ହଳଦୀ ପାଉଡର, ଏକ ଚିମୁଟା ଗୋଲମରିଚ ପାଉଡର ସହ ୨ ଚାମଚ୍ ଗୋଲାପ ଜଳ ମିଶାଇ ଫେସପ୍ଯାକ୍ ତିଆରି କରନ୍ତୁ । ଏହାକୁ ତ୍ବଚାରେ ୧୦ ମିନିଟ ଯାଏଁ ଲଗାଇ ରଖନ୍ତୁ ଏହା ପରେ ହାଲକା ଗରମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ ।

ଲୋସନ୍ ପ୍ଯାକ୍ ସହ ଗୋଲମରିଚର ତେଲ :

ଯଦି ଆପଣଙ୍କ ତ୍ବଚାର କିଛି ଅଂଶ ସଫା ଆଉ କିଛି କଳା ହେଉଛି ତାହାଲେ ଗୋଲମରିଚ ତେଲ ସହ ଲୋସନ୍ ପ୍ଯାକ୍ ଏକାଠି କରି ସେହି ଅଂଶରେ ଲଗାନ୍ତୁ । ଏହି ଫେସ୍ ପ୍ଯାକ୍ ତିଆରି କରିବା ପାଇଁ ୧୦୦ମି.ଲି ବଡ କ୍ରିମ୍ ବା ଲୋସନ୍ ସହ ୩ ବୁନ୍ଦା ଗୋଲମରିଚ ତେଲ ଏକାଠି କରନ୍ତୁ ।

କ୍ଷୀର ସହ ଗୋଲମରିଚ :

ତ୍ବଚାର କ୍ଲିଜିଙ୍ଗ ପାଇଁ କ୍ଷୀର ଓ ଗୋଲମରିଚ ଅନେକ ଲାଭଦାୟକ ଅଟେ । ଏହା ଦ୍ବାରା ତ୍ବଚା ରୁଖ୍ଯ ବି ହୋଇ ନଥାଏ । ଅଳ୍ପ କ୍ଷୀରରେ ଗୋଲମରିଚ ପାଉଡର ମିଶାଇ ମୁହଁରେ କିଛି ସମୟ ଘସନ୍ତୁ ଏବଂ ୧୦ ମିନିଟ୍ ପରେ ହାଲକା ଉଷୁମ୍ ପାଣିରେ ଧୋଇନିଅନ୍ତୁ ।

ଓଟମିଲ୍ ସହ ଗୋଲମରିଚ :

ଓଟମିଲରେ ଏକ୍ସଫ୍ଲୋଏଟ୍ ଗୁଣ ରହିଥାଏ ଏବଂ ଗୋଲମରିଚ ପାଉଡରରେ ମୃତ କୋଷ ସଫା କରିବାର ଗୁଣ ରହିଥାଏ । ଏଥିପାଇଁ ୧/୪ ଚାମଚ୍ କୋଲମରିଚ ପାଉଡର୍, ୧ ଚାମଚ୍ ଓଟମିଲ୍ ଓ ଏହା ସହ ପାଣି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ  ଏବଂ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ ।

ଆଲୋବେରା ଜେଲ୍ ସହ ଗୋଲମରିଚ :

ତ୍ବଚାକୁ ଅଧିକ ମାତ୍ରାରେ ସୁନ୍ଦର କରିବା ପାଇଁ ୧ ଚାମଚ୍ ଆଲୋବେରା ଜେଲ୍ ସହ ଚିମୁଟାଏ ଗୋଲମରିଚ ପାଉଡର୍ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.